ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ସମୀକ୍ଷା ବୈଠକ, ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ

Published By : Prameya | April 21, 2025 7:35 PM

ପୁରୀ ୨୧/୪ :କେନ୍ଦ୍ରୀୟ ଯୋଜନା ଗୁଡିକ ପ୍ରଣୟନ ଓ କାର୍ଯ୍ୟକାରିତା ସମୟରେ ସାଂସଦମାନଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ। ସାଂସଦମାନଙ୍କୁ ସମସ୍ତ ବିଷୟରେ ଅବଗତ କରାଇବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପାର୍ଲିଆମେଣ୍ଟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ସମ୍ବନ୍ଧୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ସପ୍ତଗିରୀ ଉଲ୍ଲକା।

ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଉଲ୍ଲକା ସମସ୍ତ ଯୋଜନା ସାଧାରଣ ଲୋକମାନଙ୍କ ହିତ ଉଦ୍ଦେଶ୍ୟରେ ବ୍ୟବସ୍ଥା ହେଉଥିବାରୁ ଏହାର କାର୍ଯ୍ୟକାରିତା ଓ ସଫଳତାରେ ଲୋକ ପ୍ରତିନିଧି ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ କେନ୍ଦ୍ର ସରକାର ପ୍ରଦତ୍ତ ମାର୍ଗଦର୍ଶିକା ଅନୁସାରେ ଲୋକ ପ୍ରତିନିଧି ମାନଙ୍କୁ ସାମିଲ କରିବା, ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ। ଯେଉଁଠାରେ ଏହାର ଉଲ୍ଲଘଂନ ହେଉଛି ସେଠାରେ ସମ୍ପୃକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟ ମାନେ ପରାମର୍ଶ ଦେଇଥିଲେ। ପ୍ରକଳ୍ପ ପ୍ରସ୍ତୁତ ସମୟରେ ଲୋକ ପ୍ରତିନିଧି ମାନଙ୍କୁ ଅବଗତ କରାଇବା, ସେମାନଙ୍କ ପରାମର୍ଶକୁ ପ୍ରକଳ୍ପ ଚୁଡାନ୍ତ ସମୟରେ ଗୁରୁତ୍ୱ ଦେଇ ସ୍ଥାନିତ କରିବା, ଶୁଭାରମ୍ଭ ଓ ଉଦଘାଟନ ସମୟରେ ଲୋକ ପ୍ରତିନିଧି ମାନଙ୍କୁ ସାମିଲ କରିବା, ନିୟମିତ ଭାବେ ଦିଶା ବୈଠକ ଆୟୋଜନ କରିବା ଉପରେ କମିଟି ଗୁରୁତ୍ୱ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡକରେ ସିସି ରୋଡ ପାଇଁ କମିଟି ଅନୁମୋଦନ କରିଥିଲେ।ଗ୍ରାମର ଆର୍ଥିକ ଅବସ୍ଥାରେ ଉନ୍ନତି ହିଁ ଦେଶର ବିକାଶ। ୨୦୩୬ କୁ ବିକଶିତ ଓଡିଶାର ସ୍ବପ୍ନ କୁ ସାକାର ପାଇଁ ସମସ୍ତ ଯୋଜନାର ସଫଳତା ପାଇଁ କମିଟି ଆହ୍ବାନ ଦେଇଥିଲେ।ଲିଡ ବ୍ୟାଙ୍କ ଭାବେ ୟୁକୋ ବ୍ୟାଙ୍କର ସମୀକ୍ଷା କରାଯାଇଥିଲା।ଗ୍ରାହକମାନଙ୍କ ପାଇଁ ଥିବା ବିଭିନ୍ନ ସେବା ସଠିକ ସମୟ ଓ ସଠିକ ଭାବେ ନିର୍ବାହ ପାଇଁ ପରାମର୍ଶ ଦେଇଥିଲେ।ସମୀକ୍ଷା ରିପୋର୍ଟ ୧୫ ଦିନ ମଧ୍ୟରେ ପାର୍ଲିଆମେଣ୍ଟକୁ ପ୍ରେରଣ ପାଇଁ ପରାମର୍ଶ ଦେଇଥିଲେ।

ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଭଜନ ଲାଲ ଯାଦବ, ବିଜୟ କୁମାର ଦୁବେ, ଗୀତା ଆଲିଆସ ଚନ୍ଦ୍ରପ୍ରଭା,ରାମ ଶଙ୍କର ରାଝେରା, ଡ.ମହମ୍ମଦ ଜାୱ୍ବେଦ, ନବ ଚରଣ ମାଝୀ, ଦେଶ ରାଜ ଶେଖର, ଏଲ ସିଂସନ, ସୁଶୀଲ କୁମାର, ମୃତ୍ୟୁଞ୍ଜୟ ସିଂ ଯାଦବ, ସୋନିଆ ୱ୍ବାଲିଆ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ, ପଞ୍ଚାୟତିରାଜ କମିଶନର ତଥା ସଚିବ ଏସ ଏନ ଗିରିଶ,ସାମାଜିକ ସୁରକ୍ଷା ବିଭାଗ କମିଶନର ତଥା ସଚିବ ଆର ଏସ ଗୋପାଲନ,ପଞ୍ଚାୟତରାଜର ସ୍ବତନ୍ତ୍ର ପ୍ରୋଜେକ୍ଟ ର ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ,ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ଜୀବିକା ମିଶନ ସିଇଓ ମୋନିକା ପ୍ରିୟଦର୍ଶିନୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବ ସୁରେନ୍ଦ୍ର କୁମାର ମିନା,ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗର ମଧୁସ୍ମିତା ସାମଲ,ରାଜ୍ୟ ଅର୍ଥ କମିଶନ ର ସଦସ୍ୟ ସଚିବ ସତ୍ୟପ୍ରିୟ ରଥ,ୟୁକୋ ବ୍ୟାଙ୍କ ର ଏମଡି ତଥା ସିଇଓ ଅଶ୍ବିନୀ କୁମାର,ଜିଏମ ଗୌତମ ପାତ୍ର ପ୍ରମୁଖ ଯୋଗ ଦେଇ କମିଟି ଙ୍କୁ ବିଭିନ୍ନ ସୂଚନା ଓ ତଥ୍ୟ ପ୍ରଦାନ କରିଥିଲେ।

ପରେ କମିଟି ସଦର ବ୍ଲକର ବେଲଦଳ ଅର୍ଣ୍ଣାମେଣ୍ଟାଲ ପ୍ଲାଣ୍ଟ ନର୍ସରୀ ବୁଲି ଦେଖିବା ସହ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସହ ବାର୍ତ୍ତାଳାପ କରିଥିଲେ। ପରେ ଗୋପ ବ୍ଲକର ସୂତନ ପଞ୍ଚାୟତର ହାତୁଆଦାଣ୍ଡ ଗ୍ରାମ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହ ପରିଦର୍ଶନ କରି ହିତାଧିକାରୀଙ୍କ ସହ କଥା ହୋଇଥିଲେ। ସେହିପରି ଜାତୀୟ ପରିବାର ସହାୟତା ଯୋଜନା ହିତାଧିକାରୀଙ୍କ ସହ ମଧ୍ୟ କଥା ହୋଇଥିଲେ।କମିଟି ଅଧ୍ୟକ୍ଷ ଓ ସଦସ୍ୟ ମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଇଣ୍ଟରପ୍ରିଟେସନ ସେଣ୍ଟର ପରିଦର୍ଶନ କରିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଓ ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ ସମସ୍ତ କାର୍ଯ୍ୟର ତଦାରଖ ଓ ପରିଚାଳନା କରିଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.