ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ଶୁଆ ଯୋଗୁଁ ଜେଲ୍‌ ଯିବେ ମାଲିକ - ଗଣିବେ ୭୫ ଲକ୍ଷ ଟଙ୍କାର ଜୋରିମନା!

ନୂଆଦିଲ୍ଲୀ – ଘରେ ପୋଷା ଜୀବ ରଖିବା ଅନେକ ଲୋକଙ୍କର ଖୁବ୍‌ ସଉକ ଥାଏ । କିଛି ଲୋକ ଘରେ କୁକୁର ବିଲେଇ ପାଳିଥାନ୍ତି ତ ଆଉ କିଛି ଲୋକ ପକ୍ଷୀଙ୍କୁ ବି ପାଳିଥାନ୍ତି। ଜଣେ ଏମିତି ହିଁ ବ୍ୟକ୍ତି ନିଜ ପସନ୍ଦର ଏକ ଶୁଆ ପାଳିଥିଲେ , ଯାହାକି ତାଙ୍କୁ ଖୁବ୍‌ ମହଙ୍ଗା ପଡ଼ିଛି। ଏହି ଘଟଣା ତାଇୱାନରେ ଘଟିଛି ଏବଂ ଯିଏ ବି ଏହି ବିଷୟରେ ଶୁଣୁଛି , ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି।

ଶୁଆର ମାଲିକଙ୍କୁ କେବେ ଅନ୍ଦାଜ ନଥିଲା କି ତାଙ୍କର ଶୁଆ କିଛି ଏମିତି କରି ଦେଇଛି, ଯେଉଁଥି ପାଇଁ ତାଙ୍କ ପକେଟରୁ ଟଙ୍କା ତ ଯିବ ଏହା ସହ ଜେଲ୍‌ର ହାୱା ବି ଖାଇବେ। ବ୍ୟକ୍ତିଙ୍କ ପାଖରେ ଯେଉଁ ଶୁଆ ଅଛି , ତାହା ଆକାରରେ ବହୁତ ବଡ଼ ଏବଂ ଖୁବ୍‌ ସୈତାନ। ଆଉ ଏଥିରେ ତାର ବଦମାସୀର ସଜା ମାଲିକଙ୍କୁ ଭୋଗିବାକୁ ପଡ଼ିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଯେଉଁ ବ୍ୟକ୍ତିଙ୍କୁ ଶୁଆ ମାରିଥିଲା , ତାର ହାଡ଼ ବି ଭାଙ୍ଗି ଯାଇଛି ।

ଉଲ୍ଲେଖନୀୟ ଯେ , ତୈନାନ ନାମକ ସ୍ଥାନରେ ଜଣେ ହୁଆଙ୍ଗ ସରନେମ୍‌ ଥିବା ବ୍ୟକ୍ତି ରୁହନ୍ତି , ଯିଏକି ଦୁଇଟି ପୋଷା ଶୁଆ ପାଳିଥିଲେ। ପ୍ରତିଦିନ ସେ ପାର୍କକୁ ଏକ୍ସରସାଇଜ ପାଇଁ ଗଲା ବେଳେ ସେହି ଶୁଆ ଦୁଇଟିକୁ ସାଥିରେ  ନେଇ ଯାଉଥିଲେ , ଏହାକି ସେ ନିଜେ ଏକ୍ସରସାଇଜ୍‌ କରିବା ସହ ଶୁଆ ବି ଟିକେ ଉଡ଼ି ପାରିବେ। ଏହି ଭିତରେ ସେ ଜଗିଂ କରୁଥିବା ବେଳେ ଗୋଟିଏ ଶୁଆ  ଜଣେ ବ୍ୟକ୍ତିଙ୍କୁ ନିଜ ଡେଣାରେ ଏମିତି ଡ଼ରାଇଲା ଯେ , ସେ ଭୟରେ ଖସି ପଡ଼ିଲେ। ଏହିପରି ଖସି ପଡ଼ିବାରୁ ତାଙ୍କ ହିପ୍‌ର ଜଏଣ୍ଟ ହାଡ଼ ଭାଙ୍ଗିଗଲା । ତାଙ୍କୁ ସିଧା ହସ୍ପିଟାଲରେ ଭର୍ତ୍ତି କରାଗଲା ଏବଂ ସୁସ୍ଥ ହେବାରେ ୬-୭ ମାସର ସମୟ ଲାଗିଲା । ଏହାପରେ ପୀଡ଼ିତ ବ୍ୟକ୍ତି ଶୁଆର ମାଲିକ ନାଁରେ ମାମଲା ରୁଜୁ କରିଦେଲେ।

୪୦ ସେଣ୍ଟିମିଟର ଲମ୍ୱ ଓ ୬୦ ସେଣ୍ଟିମିଟରର ଡେଳା ଥିବା ଶୁଆ ଏହି ହରକତ କାରଣରୁ କୋର୍ଟରେ କେସ୍‌ ଚାଲିଲା । କୋର୍ଟ ଏହି କଥାରେ  ସହମତ ହେଲେ କି ଏହା ଶୁଆର ମାଲିକଙ୍କର ଅବହେଳା। ଏଣୁ ତାଙ୍କୁ ୩.୦୪ ମିଲିୟନ ନ୍ୟୁ ତାଇୱାନିଜ୍‌ ଡଲାର ଅର୍ଥାତ୍‌ ୭୫ ଲକ୍ଷ ଟଙ୍କାର ଜୋରିମନା ଦେବା ଓ ୨ ମାସର ଜେଲ୍‌ ଦଣ୍ଡ ଶୁଣାଇଲେ ।

ବର୍ତ୍ତମାନ ଶୁଆର ମାଲିକ ନିଷ୍ପତ୍ତି ବିରୋଧରେ ଅପିଲ କରିବାକୁ ଯାଉଛନ୍ତି , କାରଣ ଏହ ଦଣ୍ଡ ତାଙ୍କୁ ଅଧିକ ମନେହୋଇଛି ।

Copyright © 2022 - Summa Real Media Private Limited. All Rights Reserved.