ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଦୂର ହେବ ପାର୍ଟ ପ୍ଲଟ ଦୁଃଖ: ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ସବ୍‌ ପ୍ଲଟ ହେବ କଟକଣାମୁକ୍ତ, ସପ୍ତାହକରେ ବିଜ୍ଞପ୍ତି

Published By : Prameya | February 17, 2025 8:31 AM

ଭୁବନେଶ୍ୱର,୧୭/୦୨: ଖୁବଶୀଘ୍ର  ଆସିବ ବଡ଼ ଖବର । ଦୂର ହେବ ପାର୍ଟ ପ୍ଲଟ  ଦୁଃଖ । ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ପାର୍ଟ ପ୍ଲଟ  (ସବ୍‌ ପ୍ଲଟ) ହେବ କଟକଣାମୁକ୍ତ । ଏହି ଜମି  କିଣାବିକାରେ ଲାଗିବନି ରୋକ୍‌ । ସାଧାରଣ  ଲୋକଙ୍କ ଦୁଃଖ ବୁଝି ଏଭଳି ପଦକ୍ଷେପ  ନେବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର ।  

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ  ସୂଚନା ଅନୁସାରେ, ରାଜ୍ୟ ସରକାର ଏ  ଦିଗରେ ସକାରାତ୍ମକ ଚିନ୍ତନ କରିଛନ୍ତି । ଚିଠା  ନିୟମ ପ୍ରସ୍ତୁତ ସରିଛି । ଆଇନ ବିଭାଗ ଓ  ଆଡଭୋକେଟ ଜେନେରାଲଙ୍କଠାରୁ ସବୁଜ  ସଙ୍କେତ ମିଳିଛି । ପ୍ରଥମ ପର୍ଯ୍ୟାୟରେ ୫ ହଜାର  ବର୍ଗଫୁଟ ପର୍ଯ୍ୟନ୍ତ ପାର୍ଟ ପ୍ଲଟ ବିକ୍ରି କରିହେବ ।  ଏହା ଉପରେ କିଛି କଟକଣା ରହିବନି ।  ସପ୍ତାହକ ଭିତରେ ନୂଆ ବିଜ୍ଞପ୍ତି ଜାରି ହେବ ।  ଶ୍ରୀ ପୂଜାରୀ କହିଛନ୍ତି, ଏଭଳି କଟକଣା ହଟିଲେ  ବହୁ ଲୋକ ଉପକୃତ ହେବେ । ବିଶେଷ କରି  ଝିଅ ବାହାଘର କିମ୍ବା ଚିକିତ୍ସା ଖର୍ଚ୍ଚ କାରଣରୁ ଯେଉଁମାନେ ନିଜ ବଡ଼ ପ୍ଲଟର ପାର୍ଟ ପ୍ଲଟ ବିକ୍ରି  କରିବାକୁ ଚାହିଁବେ, ସେମାନଙ୍କ ପାଇଁ ଆଉ  ବାଧକ ରହିବନି । 

କେବଳ ସେତିକି ନୁହେଁ, ପ୍ଲଟିଂ ସ୍କିମ୍‌  ଓ ଆପାର୍ଟମେଣ୍ଟ ନେଇ ମଧ୍ୟ ନୂଆ ନିୟମ  ଅଣାଯିବ । ପ୍ଲଟିଂ ସ୍କିମ୍‌ ପାଇଁ ନିୟମ ଆହୁରି  କଠୋର ହେବ । ପ୍ଲଟିଂ ସ୍କିମ୍‌ରେ ଜମି/ଘର  ବିକ୍ରି କରିବା ଆଗରୁ ପ୍ରଥମେ ରାସ୍ତା ପାଇଁ  ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ ହେବ । ଜମି ମାଲିକ ପ୍ରଥମେ ରାସ୍ତା ପାଇଁ ଚିହ୍ନଟ ଜମିକୁ ପୌର ପ୍ରଶାସନ କିମ୍ବା ବ୍ଲକ  ପ୍ରଶାସନକୁ ହସ୍ତାନ୍ତର କରିବେ । ପ୍ରଥମେ ରାସ୍ତା ତିଆରି ହେବ । ତା’ପରେ ଜମି  ମାଲିକ ପ୍ଲଟିଂ ସ୍କିମ୍‌ ଆଗେଇବା ପାଇଁ ସାର୍ଟିଫିକେଟ ପାଇବେ ।  

ଏବେ ଭୁବନେଶ୍ୱର ଉପକଣ୍ଠ ସମେତ ଅନେକ ଅଞ୍ଚଳରେ ଲୋକେ ପ୍ଲଟିଂ  ସ୍କିମ୍‌ରେ ଜମି/ଘର କିଣି ଫସିଛନ୍ତି । ଘରକୁ ରାସ୍ତା ନାହିଁ । ଯେଉଁଠି ରାସ୍ତା ଅଛି,  ତା’ ଅବସ୍ଥା ନ କହିବା ଭଲ । ମାତ୍ର ମାଲିକାନା ସରକାରଙ୍କ ପାଖରେ ନଥିବାରୁ  ପୌର କିମ୍ବା ବ୍ଲକ ପ୍ରଶାସନ ସେ ରାସ୍ତା ତିଆରି କରିପାରୁନାହାନ୍ତି ।   

ସେହିପରି ଆପାର୍ଟମେଣ୍ଟ ବିକ୍ରି ନେଇ ଆସିବ ନୂଆ ନିୟମ । ଆପାର୍ଟମେଣ୍ଟ  କିଣାବିକା ପୂର୍ବରୁ ଯେଉଁ ପ୍ରତିଶ୍ରୁତି ବିଲ୍ଡର ଦେଇଥାନ୍ତି, ଅନେକ ସମୟରେ  ପାଳନ କରନ୍ତି ନାହିଁ । ବିଶେଷ କରି ସୋସାଇଟି ପାଇଁ ସର୍ବସାଧାରଣ ସ୍ଥାନ  (କମନ୍‌ ସ୍ପେସ୍‌) ପ୍ରଦାନ କରିବାକୁ ବିଲ୍ଡର ନାନା ହଇରାଣ କରନ୍ତି । ଏଣିକି  ସେଭଳି ମନମାନି ଚଳିବ ନାହିଁ । ବିଲ୍ଡର ଆପାର୍ଟମେଣ୍ଟ ତିଆରି ପୂର୍ବରୁ ପ୍ରଥମେ  ସୋସାଇଟି ନାଁରେ ସର୍ବସାଧାରଣ ସ୍ଥାନ ହସ୍ତାନ୍ତର କରିବେ । ଜିମ୍‌, ରିକ୍ରିଏସନ  ସେଣ୍ଟର ପ୍ରଥମେ ନିର୍ମାଣ କରିବେ । ତା’ପରେ ଆପାର୍ଟମେଣ୍ଟରେ ଫ୍ଲାଟ ବିକ୍ରି  କରିପାରିବେ ।   

ପାର୍ଟ ପ୍ଲଟ କିଣାବିକା ବନ୍ଦ ଥିବାରୁ ସରକାର ମୋଟା ଅଙ୍କର ରାଜସ୍ୱ  ହରାଉଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ଗତ ଡିସେମ୍ବର ସୁଦ୍ଧା ଷ୍ଟାମ୍ପ ଡ୍ୟୁଟି ଓ  ରେଜିଷ୍ଟ୍ରେସନ ଫି’ ବାବଦକୁ ଆଦାୟ ହୋଇଥିଲା ୧୪୯୯ କୋଟି ଟଙ୍କା । ଲକ୍ଷ୍ୟ  ଥିଲା ୨୪୧୭ କୋଟି ଟଙ୍କା । ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଡିସେମ୍ବର  ସୁଦ୍ଧା (୯ ମାସରେ) ୧୫୧୩ କୋଟି ଟଙ୍କା ଆଦାୟ ହୋଇଥିଲା । ପାର୍ଟ ପ୍ଲଟ  ରେଜିଷ୍ଟ୍ରେସନ ବନ୍ଦ ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି ।

ଆଜି ରାଜ୍ୟ ବଜେଟ୍‌ ୨୦୨୫-୨୬, ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଉଚ୍ଚ ଆକାଂକ୍ଷାକୁ ସମ୍ବଳ ଚିନ୍ତା


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.