ମୁମ୍ବାଇ, ୨୪/୨ : ପାଓ୍ବାର ପରିବାରର ସଦସ୍ୟ ଯିବେ ରାଜ୍ୟସଭା । ମାଆ ସୁନେତ୍ରା ପାଓ୍ବାରଙ୍କ ସ୍ଥାନରେ ରାଜ୍ୟସଭା ଯିବେ ପୁଅ ପାର୍ଥ ପାଓ୍ବାର । ମହାରାଷ୍ଟ୍ରର ୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ତେବେ ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟସଭା ପଦ ଛାଡ଼ିଛନ୍ତି । ଏହି ଆସନରେ ପାର୍ଥ ଯିବେ । ସୋମବାର ରାତିରେ ପ୍ରଫୁଲ୍ଲ ପଟେଲଙ୍କ ଘରେ ଆୟୋଜିତ ହୋଇଥିଲା ଦଳର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । ଯେଉଁ କୌର କମିଟି ବୈଠକରେ ପାର୍ଥଙ୍କ ନାଁରେ ମୋହର ବାଜିଛି ।
କହି ରଖୁଛୁ କି, ଅଜିତ ପାଓ୍ବାରଙ୍କ ପୁଅ ହେଉଛନ୍ତି ପାର୍ଥ ପାଓ୍ବାର । ସେ ଗୋଟିଏଥର ନିର୍ବାଚନ ଲଢ଼ିଥିଲେ । ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦିତା କରି ପରାଜୟ ହୋଇଥିଲେ । ଏହାସହ ଗତ ଲୋକସଭା ନିର୍ବାଚନରେ ବାରମତି ଲୋକସଭା ଆସନରୁ ସୁନେତ୍ରା ନିର୍ବାଚନ ଲଢ଼ି ନଣନ୍ଦ ସୁପ୍ରିୟା ସୁଲେଙ୍କଠାରୁ ପରାଜୟ ହୋଇଥିଲେ । ମାତ୍ର ସେ ରାଜ୍ୟସଭାକୁ ଯାଇଥିଲେ । ବିମାନ ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ପରଲୋକ ହୋଇଥିବାବେଳେ ତାଙ୍କ ସ୍ଥାନରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି ପତ୍ନୀ ସୁନେତ୍ରା ପାଓ୍ବାର । ତେବେ ସେ ରାଜ୍ୟସଭା ଆସନ ଛାଡ଼ିଥିବାବେଳେ ଏବେ ପାର୍ଥ ସେହ ବସନରେ ରାଜ୍ୟସଭାକୁ ଯିବେ ବୋଲି ଦଳ ପକ୍ଷରୁ ଗ୍ରୀନ ସିଗନାଲ ଦିଆଯାଇଥିବା ଜଣା ପଡ଼ିଛି ।
ରାଜ୍ୟସଭା ଆସନ ସହ ଦଳର ସଭାପତି ନେଇ ଆସନ୍ତା ୨୬ ତାରିଖରେ ନିର୍ବାଚନ ହେବାକୁ ଯାଉଛି । ଯେଉଁ ସମ୍ପର୍କରେ ଏନସିପିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ମୁମ୍ବାଇରେ ସୋମାବର ବୈଠକ ଆୟୋଜିତ ହୋଇଥିବାବେଳେ ଆଜି ବିଜେପିର ବୈଠକ ଅନୁଷ୍ଠିତ ହେବ । ତେବେ ବିଜେପି ୪ ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇବ ବିଜେପି । ଏନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।