ପାଟଣା ରେଞ୍ଜ୍ରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳୁଛି ଶତାଧିକ ଗଛ

ପାଟଣା, ୦୮/୦୩ : ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗୀରି ସେକ୍ସନର ବାଉଁଶୁଳି ଓ ରେଙ୍ଗାଳବେଡା ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି। କେହି ଦୁର୍ବୃତ୍ତ ନିଆଁ ଲଗାଇଦେବାରୁ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁ ଲାଗି ଶହ ଶହ ଆକାଶିଆ ଓ ପଟାସ ଗଛ ଜଳିପୋଡି ନଷ୍ଟ ହେଇଯାଇଛି।
ଘଟଣାସ୍ଥଳରେ ବନ ବିଭାଗର ଫାୟାର ସ୍କ୍ଵାର୍ଡ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ନିଆଁର ପ୍ରକୋପ ତୀବ୍ର ଥିବାରୁ ସାରା ଜଙ୍ଗଲକୁ ନିଆଁ ମାଡି ଯାଉଛି। ଜଙ୍ଗଲ ନିଆଁ ଏବେ ଗାଁ ମୁହାଁ ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି l ଏଥି ଶହ ଭୁଲୁଦା ଗାଁରେ ଥିବା ଏକ ଶୁଖିଲା ଗଛକୁ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ ।