PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ପତଞ୍ଜଳି ଲୁଣର କଟାକ୍ଷ କରିବା ଏହି ଅଭିନେତାଙ୍କ ପାଇଁ ଭାରି ପଡ଼ିଲା, ୟୁଜର ଲେଖିଲେ ଏଭଳି…

ବଲିଉଡ୍ ଅଭିନେତା ଜାବେଦ ଜାଫରୀ ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦୀ ଉପରେ ଏକ ଚୁଟକୁଲା ଟ୍ବିଟ କରିଥିଲେ। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଏବେ ଟ୍ରୋଲ କରାଯାଉଛି। ଯଦିଓ ଜାବେଦ ତାଙ୍କ ସାଙ୍ଗଙ୍କ ଦ୍ବାରା ପଠାଯାଇଥିବା ଚୁଟକଲାକୁ ଟ୍ବିଟରରେ ପୋଷ୍ଟ କରିଥିଲେ। କିନ୍ତୁ ନିଜେ ହିଁ ବିବାଦ ଭିତରେ ଛନ୍ଦି ହୋଇଯିବେ ଏହା ଜାଣିନଥିଲେ।

ଟ୍ବିଟରରେ ସେୟାର କରାଯାଇଥିବା ପୋଷ୍ଟରେ ରହିଛି ପତଞ୍ଜଳି ଲୁଣ ଉପରେ ଏକ କଟାକ୍ଷ। ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି। ଏହି ଚୁଟକୁଲାରେ ଲେଖାଯାଇଛି କି, ‘ଏହା ୨୫୦୦ ବର୍ଷର ପୁରୁଣା ପତଞ୍ଜଲି ଲୁଣ ପ୍ୟାକେଟ। ଯାହା ହିମାଚଳରେ ତିଆରି ହୋଇଛି ଓ ଏହାର ଏକ୍ସପାୟରୀ ହେଉଛି ୨୦୧୯। ଭଗବାନ ବାବା ପୁରା ଠିକ ସମୟରେ ଖୋଜି ବାହାର କରିଛନ୍ତି। ନହେଲେ ହିମାଚଳରେ ହିଁ ଏହା ଏକ୍ସପାୟର୍ ହୋଇଯାଇଥାନ୍ତି।’

ଜାବେଦଙ୍କ ଦ୍ବାରା କରାଯାଇଥିବା ଟ୍ବିଟ ଲୋକଙ୍କ ଜମାରୁ ଭଲ ଲାଗିନଥିଲା। ଲୋକେ ମଧ୍ୟ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ଦୁଇ ୟୁଜର ଟ୍ବିଟ କରି ନାନା କଥା ଲେଖିଛନ୍ତି। ଯାହାକୁ ଆପଣ ପଢ଼ିପାରିବେ।

ୟୁଜରଙ୍କ ପ୍ରଶ୍ନର ଉତ୍ତରରେ ଜାବେଦ ଲେଖିଛନ୍ତି ଯେ, କମେଡି ଏବଂ ବ୍ୟଙ୍ଗ ବିନା ଟ୍ବିଟ କରୁଛି। ଯଦି ଆପଣଙ୍କ ପାଖରେ ସମୟ ନାହିଁ ତେବେ ଆପଣ କମେଡି ଓ୍ବେବସାଇଟକୁ ଯାଆନ୍ତୁ। ତାପରେ ଜାରିପାରିବେ ଚୁଟକୁଲା କଣ।

ସମ୍ବନ୍ଧିତ ଖବର