ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମାଲ୍ୟବନ୍ତ ମହୋତ୍ସବ ପାଇଁ ପଥ ଉତ୍ସବ : ଜାତୀୟ ରାଜପଥରେ ଖେଳିଲେ, ନାଚିଲେ, ଗୀତ ଗାଇଲେ

Published By : Suraj Kumar | December 11, 2024 10:40 PM

ମାଲକାନଗିରି,୧୧।୧୨ (ଆପ୍ର ):ମାଲକାନଗିରି ଜିଲ୍ଲାର ଲୋକ ପର୍ବ ମାଲ୍ୟବନ୍ତ ପାଇଁ  ବୁଧବାର ପଥ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଜିଲ୍ଲା ସଦର ମହକୁମାର ବାଲିମେଳା ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଏହି ପଥ ଉତ୍ସବର ଆୟୋଜନ କରାଯାଇଥିଲା। 

 ଏଥିରେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଥିବା ବେଳେ ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ସୋମନାଥ ପ୍ରଧାନ,  ଉପଜିଲ୍ଲାପାଳ ଦୁର୍ଯୋଧନ ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। 

 ଏହି ଅବସରରେ ଆଓମା ଗୁରୁକୁଳର ଛାତ୍ର ଛାତ୍ରୀମାନେ ଆତ୍ମରକ୍ଷା କୌଶଳ, ନୃତ୍ୟ ସଙ୍ଗୀତ ପରିବେଶଣ କରିଥିଲେ। ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଅନେକ ଛାତ୍ର ଛାତ୍ରୀ, ଯୁବ ପିଢୀ ମାନେ ଯୋଗ ଦେଇ ନିଜର କଳାର ପ୍ରଦର୍ଶନ କରିଥିଲେ। ଜାତୀୟ ରାଜପଥରେ ମାଲ୍ୟାବନ୍ତ ମହୋତ୍ସବ ନିମନ୍ତେ ବିଭିନ୍ନ ରଙ୍ଗୋଲିର ଆୟୋଜନ କରାଯାଇଥିବା ବେଳେ କୁସ୍ତି, ମାଲଖମ୍ବ, ସ୍କିଟିଙ୍ଗ, ନାଚ, ଗୀତ ଭଳି ବିଭିନ୍ନ କାର୍ଯ୍ୟକ୍ରମ କରଯାଇଥିଲା। ଏଠାରେ ସ୍ବତନ୍ତ୍ର ଆକର୍ଷଣ ଥିଲା ବିଏସଏଫ ବାଟାଲିୟନ ର ଡଗ୍ ସୋ ପ୍ରଦର୍ଶନୀ। ତେବେ ଜିଲ୍ଲାରେ ମାଲ୍ୟାବନ୍ତ ମହୋତ୍ସବ ପାଇଁ ଚଳଚଞ୍ଚଳ ହୋଇଥିବା ବେଳେ ଆଜିର ଏହି ପଥ ଉତ୍ସବରେ ଜିଲ୍ଲାବାସୀ ଓ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନେ ବେସ ଖୁଶିର ସହ ନାଚ ଗୀତ ରେ ଝୁମୀ ଉଠିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.