ଶାହରୁଖ ସାଜିଲେ ବକ୍ସ ଅଫିସ ବାଦଶାହ, ‘ପଠାନ ‘ ପ୍ରଥମ ଦିନରେ ହିଁ କଲା ୧୦୦ କୋଟିର କଲେକ୍ସନ

ନୂଆଦିଲ୍ଲୀ : ଶାହରୁଖ ଖାନଙ୍କର , ‘ପଠାନ ‘ ବକ୍ସ ଅଫିସରେ ଟଙ୍କା ବର୍ଷା କରି ଦେଇଛି। ଫିଲ୍ମକୁ ନେଇ ଲଗାତାର ଆସୁଥିବା ତଥ୍ୟରୁ ଅନ୍ଦାଜ ଲଗାଯାଇପାରେ କି ପ୍ରଶଂସକମାନେ ଶାହରୁଖ ଖାନଙ୍କର ଏହି ଫିଲ୍ମକୁ ଖୁବ୍ ପସନ୍ଦ କରୁଛନ୍ତି। ‘ପଠାନ‘ର ପ୍ରଥମ ଦିନର ୱାର୍ଲ୍ଡୱାଇଡ୍ କଲେକ୍ସନ ମଧ୍ୟ ଆସିବାକୁ ଲାଗୁଛି ଏବଂ ସଙ୍କେତ ମିଳୁଛି କି ଫିଲ୍ମ ସାରା ବିଶ୍ୱରେ ୧୦୦କୋଟି ଟଙ୍କାରୁ ଅଧିକ ଆୟ କରିଛି। ଏହିପରି ଭାବେ ଶାହରୁଖ ଖାନ ଦେଖାଇ ଦେଇଛନ୍ତି କି, ସେ ବକ୍ସ ଅଫିସର ବାଦଶାହ।
ଫିଲ୍ମ ଟ୍ରେଡ୍ ଏକ୍ସପର୍ଟ ରମେଶ ବାଲା ଶାହରୁଖ ଖାନ୍ଙ୍କର ପଠାନର କଲେକ୍ସନକୁ ନେଇ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି , ପଠାନ ସାରା ବିଶ୍ୱରେ ୧୦୦କୋଟି ଟଙ୍କାରୁ ଅଧିକ ଗ୍ରସ୍ କଲେକ୍ସନ କରିଛି। ୟୁଏଇ ଓ ସିଙ୍ଗାପୁରରେ ଫିଲ୍ମ ନମ୍ୱର ୱାନରେ ଚାଲୁଛି। ଏହିପରି କୁହାଯାଉଛି କି, ଶାହରୁଖ ଖାନ ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ସାରା ବିଶ୍ୱରେ ୧୦୦କୋଟି ଟଙ୍କାର ସଂଖ୍ୟା ଅତିକ୍ରମ କରିବାର ପ୍ରଥମ ବଲିଉଡ୍ ଆକ୍ଟର ହୋଇ ପାରିଛନ୍ତି।
#Pathaan takes a whopping ₹ 100 Crs+ gross opening at the WW Box office..
— Ramesh Bala (@rameshlaus) January 26, 2023
No.1 debut in UAE 🇦🇪 and Singapore 🇸🇬 @iamsrk rules the 🌎
ଶାହରୁଖ ଖାନଙ୍କର ‘ପଠାନ’କୁ ଆଦିତ୍ୟ ଚୋପ୍ରା ପଡ୍ୟୁସ୍ କରିଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । ଫିଲ୍ମରେ ଶାହରୁଖ ଖାନ , ଦୀପିକା ପାଦୁକୋଣ , ଜନ୍ ଆବ୍ରାହମ , ଡିମ୍ପଲ କପାଡିଆ ଓ ଆଶୁତୋଷ ରାଣା ଲିଡ୍ ରୋଲ୍ରେ ଅଛନ୍ତି। ଶାହରୁଖ ୪ବର୍ଷ ପରେ ପରଦାରେ ନଜର ଆସିଛନ୍ତି। ଏହାସହ ସେ ଯବାନ ଓ ଡଙ୍କି ଫିଲ୍ମରେ ବି ନଜର ଆସିବେ।