PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ପାଟକୁରା ଭୋଟ୍‌ ଗଣତି ଆରମ୍ଭ

କେନ୍ଦ୍ରାପଡ଼ା,୨୪/୦୭ : ବହୁ ପ୍ରତିକ୍ଷତ ପାଟକୁରା ଭୋଟ ଗଣତି ଆରମ୍ଭ ହୋଇଛି । ଗଣତି କେନ୍ଦ୍ର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ସକାଳ ୮ଟାରୁ ଗଣତି ଆରମ୍ଭ ହେବ । ଖୋଲିଛି ଇଭିଏମ୍‌ରେ ବନ୍ଦ ଥିବା ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଏଥିଲାଗି ପ୍ରଶାସନ ଏବଂ ପୁଲିସ ପୂରା ସଜାଗ । ଗଣତିକୁ ଶାନ୍ତି ଶୃଙ୍ଖଳାରେ ସାରିବାକୁ ଚାଲିଛି ପ୍ରସ୍ତୁତି ହେଇଛି । ଜନତା କାହାକୁ ସେମାନଙ୍କର ପ୍ରତିନିଧି ବାଛିଛନ୍ତି ତାହା ସନ୍ଧ୍ୟା ସୁଧା ସ୍ପଷ୍ଟ ହୋଇଯିବ ।

ଶୃଙ୍ଖଳାର ସହିତ ଗଣତି ଶେଷ କରିବାକୁ ମୋଟ ୧୨ ପ୍ଲାଟୁନ୍‍ ଫୋର୍ସ, ୧ କମ୍ପାନୀ ଲେଖାଏଁ ସିଆର୍‌ପିଏଫ୍‍, ଓଏସ୍‍ଏଏଫ୍‍, ୨ ପ୍ଲାଟୁନ ହୋମଗାର୍ଡଙ୍କୁ ମୁତୟନ କରାଯାଇଛି ।ସେମାନଙ୍କୁ ପରିଚାଳନା କରିବାକୁ ଅଛନ୍ତି ମୋଟ୍‍ ୨ ଅତିରିକ୍ତ ଏସ୍‌ପି, ୫ ଜଣ ଡିଏସ୍‌ପି, ୧୦ ଜଣ ଆଇଆଇସି, ୪୦ ଜଣ ଏସ୍‍ଆଇ/ଏଏସ୍‍ଆଇ । ଏହା ବାଦ୍‍ କଲେଜ ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିବାବେଳେ ସିସିଟିଭିର ବନ୍ଦୋବସ୍ତ କରାଯାଇଛି । ଷ୍ଟ୍ରଙ୍ଗରୁମ୍‌ ଏପାଖ ସେପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଖୋଦ୍‍ ଏସ୍‌ପି ନୀତିଶେଖର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିବା ବେଳେ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି ।

ଅପରପକ୍ଷେ ଭୋଟ ଗଣତି ଲାଗି ୧୮ଟି ଟେବୁଲ୍‌ କରାଯାଇଥିବା ବେଳେ ପ୍ରତି ଟେବୁଲ୍‌ ପିଛା ୩ ଜଣ ଅଧିକାରୀ ନିୟୋଜିତ କରାଯାଇଛି । ଏଥିରେ ୧୮ ଜଣ ମାଇକ୍ରୋ ଅବଜର୍ଭର ଓ ୧୮ ଜଣ ଗଣତି ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ସକାଳ ୮ଟାରୁ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ୨ ନଂ ହଲ୍‌ରେ ଭୋଟ ଗଣତି ହେବ । ଏଥିପାଇଁ ୨୦୦ କର୍ମଚାରୀ ନିୟୋଜିତ ଥିବା ପ୍ରଶାସନଠାରୁ ସୂଚନା ମିଳିଛି । କେବଳ କେନ୍ଦ୍ରାପଡ଼ା କଲେଜ ପରିସର ନୁହେଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନମଣ୍ଡଳୀର ସମସ୍ତ ଅଂଶ ଏବଂ ପୁଲିସ ମୁଖ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କଲେଜ ପରିସର, ଷ୍ଟ୍ରଙ୍ଗରୁମ୍‌ ବାହାରେ, ତିନିମୁହାଣି ବଜାର ଏବଂ ଗଣତି କେନ୍ଦ୍ରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ବ୍ୟାପକ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି । ଏଥିସହ ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦେଉଛି କେନ୍ଦ୍ରାପଡ଼ା ପୁଲିସ ।

ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହେବା ପରେ ପରେ ଇଭିଏମ୍‌ ଭୋଟ ଗଣତି ହେବ । ଅପରାହ୍ନ ୪ଟା ସୁଦ୍ଧା ଭୋଟ ଗଣତି କାମ ଶେଷ ହେବ ବୋଲି ଆଶା ରଖିଛନ୍ତି ରିଟର୍ଣ୍ଣିଂ ଅଫିସର । ୧୮ ରାଉଣ୍ଡରେ ହେବାକୁ ଥିବା ଗଣତି ପର୍ଯ୍ୟାୟରେ ପ୍ରଥମେ ଡେରାବିଶ ବ୍ଲକର ଭୋଟ ଗଣତି କରାଯିବ । ପରେ ଗରଦପୁର ଓ ମାର୍ଶାଘାଇ ବ୍ଲକର ଭୋଟ ଗଣନା ବ୍ୟବସ୍ଥା କରାଯାଇଛି । ଗଣନା ବେଳେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ।

ଉଲ୍ଲେଖନୀୟ, ସ୍ଥଗିତ ଥିବା ପାଟକୁରା ବିଧାନସଭା କ୍ଷେତ୍ର ଲାଗି ଗତ ୨୦ ତାରିଖରେ ମତଦାନ ହୋଇଥିଲା । ଭୋଟ ଗଣତି ଲାଗି ପ୍ରଶାସନିକ ବ୍ୟବସ୍ଥା ସଂକ୍ରାନ୍ତରେ ସମସ୍ତ ପ୍ରାର୍ଥୀ ଏବଂ ରାଜନୈତିକ ଦଳଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି । ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସମର୍ଥ ବର୍ମା, ସାଧାରଣ ପର୍ଯ୍ୟବେକ୍ଷକ ଅମିତ ଚୌଧୁରୀ ଏବଂ ଖର୍ଚ୍ଚ ଅନୁଧ୍ୟାନ ପର୍ଯ୍ୟବେକ୍ଷକ ଦେବାଶିଷ ପାଲ, ରିଟର୍ଣ୍ଣିଂ ଅଫିସର ଶ୍ରୀ ମହାପାତ୍ର, ୨ ଜଣ ସହକାରୀ ରିଟର୍ଣ୍ଣିଂ ଅଫିସର ଡେପୁଟି କଲେକ୍ଟର (ନିର୍ବାଚନ) ସମ୍ୱିତ ଶତପଥୀ, ଗରଦପୁର ବିଡିଓ ଧରଣୀଧର ବେହେରା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଭୋଟ ଗଣତି ସମୟରେ ଯେମିତି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ପୁଲିସ, ପ୍ରଶାସନ ଉଦ୍ୟମ କରୁଥିବା ଓ ଘନଘନ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି ।