ନୂଆଦିଲ୍ଲୀ: ୮ ଓ୍ବିକେଟରେ ୨୦୦ ରନ୍ କଲା ପଞ୍ଜାବ କିଙ୍ଗ୍ସ । ମୁମ୍ବାଇ ଆଗରେ ୨୦୧ ରନର ବିଜୟ ଲକ୍ଷ୍ୟ । ପ୍ରଭସିମରନ୍ ସିଂହଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଏହି ସ୍କୋର କରିବାରେ ସକ୍ଷମ ହୋଇଛି । ସେପଟେ ମୁମ୍ବାଇ ପକ୍ଷରୁ ସାର୍ଦ୍ଧୁଲ ଠାକୁର ୪ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି ।
ଆଜିର ମ୍ୟାଚରେ ଟସ୍ ଜିତି ମୁମ୍ବାଇ ବୋଲିଂ ନିଷ୍ପତ୍ତି ନେଇଥିଲା । ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦଳର ଦୁଇ ଓପନର ଦମଦାର ଆରମ୍ଭ କରିଥିଲେ । ପଞ୍ଜାବ ପାଇଁ ପ୍ରାରମ୍ଭିକ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ଏବଂ ପ୍ରଭସିମରନ ସିଂହ ପ୍ରଥମ ୱିକେଟ୍ ପାଇଁ ୫୦ ରନ୍ ସଂଗ୍ରହ କରିଥିଲେ। ଏଥିରେ ପ୍ରିୟାଂଶଙ୍କ ବ୍ୟକ୍ତିଗତ ସ୍କୋର ୨୨ ରନ୍ ଥିଲା। ସେ ୧୭ଟି ବଲ୍ ଖେଳି ୪ଟି ଚୌକା ମାରିଥିଲେ। ମୁମ୍ବାଇର ଦ୍ବିତୀୟ ଶିକାର ହୋଇଥିଲେ ପ୍ରଭସିମରନ ସିଂହ। କିନ୍ତୁ ସେ ଆଉଟ୍ ହେବା ପୂର୍ବରୁ କୋପର କନୋଲିଙ୍କ ସହିତ ୫୭ ରନ୍ର ଭାଗିଦାରୀ କରିଥିଲେ। ପ୍ରଭସିମନର ବ୍ୟକ୍ତିଗତ ଭାବେ ମଧ୍ୟ ୫୭ ରନ୍ ସଂଗ୍ରହ କରିଥିଲେ। ସେ ୩୨ଟି ବଲ୍ ଖେଳି ୬ଟି ଚୌକା ଏବଂ ୪ଟି ଛକା ମାରିଥିଲେ।
ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅମରଜୋଇ ୩୮ ରନ କରିଥିଲେ । ଏହାସହ ବିଷ୍ଣୁବିନୋଦ ଏବଂ ବାର୍ଟଲେଟ୍ ଶେଷ ଓଭର ଗୁଡ଼ିକରେ ବଡ଼ ପାଳି ଖେଳି ଦଳୀୟ ସ୍କୋରକୁ ଆଗକୁ ନେବାରେ ସହାୟକ ହୋଇଥିଲେ । ସେପଟେ ମୁମ୍ବାଇ ପକ୍ଷରୁ ଦୀପକ ଚହର ୨, ବୋସ ଏବଂ ରାଜ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।
ଏହାସହ ପଢ଼ନ୍ତୁ : ଶୁଖୁଥିବା ଝିଅଙ୍କ ଅନ୍ତଃବସ୍ତ୍ର ଚୋରି କରୁଥିଲା ପୁତୁରା, ଧରା ପଡ଼ିବାରୁ ପୀଉସାଙ୍କୁ ମାରିଦେଲା