ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଆହାତ ହେଲେ ପିସିସି ସଭାପତି ଭକ୍ତ ଦାସ, ରାଲିରେ ଯାଉଥିବା ବେଳେ ତଳେ ପଡିଗଲେ

Published By : Krishna Priya | February 18, 2025 1:47 PM

ଭୁବନେଶ୍ବର ୧୮/୦୨: ପିସିସି ସଭାପତି ଭକ୍ତ ଦାସ ଆହତ। ତଳେ ପଡିଯାଇ ଆହାତ ହେଲେ ଭକ୍ତ ଦାସ। ଏୟାରପୋର୍ଟରୁ ବାହାରିବା ବେଳେ ମୁହଁ ମାଡି ତଳେ ପଡିଯାଇଥିଲେ। ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଖବର ଅନୁଯାୟୀ, ନିକଟରେ ଓଡ଼ିଶା ପିସିସିର ନୂଆ ସଭାପତି ଭାବେ ନିଯୁକ୍ତ ହୋଇଥିଲେ ବରିଷ୍ଠ ନେତା ଭକ୍ତ ଦାସ । ଯାହାପରେ ଦଳ ଛାଡିଥିବା କିମ୍ବା ବହିଷ୍କୃତ ହୋଇଥିବା ନେତାମାନଙ୍କ ଘରକୁ ବାହୁଡିବା ପାଇଁ ଅନୁରୋଧ ଦେଇଥିଲେ । ଏହିକ୍ରମରେ ଅନେକ ନେତା କଂଗ୍ରେସକୁ ବାହୁଡିଥିଲେ । ତେବେ ଅନେକ ନେତାଙ୍କ ଘର ବାହୁଡ଼ା ପରେ କଂଗ୍ରେସ ପକ୍ଷରୁ ସଂକଳ୍ପ ସମାବେଶର ଆୟୋଜନ କରାଯାଇଥିଲା । ଯାହାକି ମଙ୍ଗଳବାର ସକାଳ ସମୟରେ ଏୟାରପୋର୍ଟରୁ ବାହାରି ଲିଙ୍ଗିପୁର ଅଭିମୁଖେ ଯାଇଥାନ୍ତା । ହେଲେ ଏୟାରପୋର୍ଟରୁ ରାଲି ବାହାରିବା ସମୟରେ ମୁହଁ ମାଡି ତଳେ ପଡି ଯାଇଥିଲେ ପିସିସି ସଭାପତି ଭକ୍ତ ଦାସ । ଯାହାପରେ ସେ ଆହାତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.