PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ବିଜେଡି ଭୋଟ ପାଇଁ ଟଙ୍କା ବାଣ୍ଟୁଛି: ନିରଞ୍ଜନ

ଭୁବନେଶ୍ବର,12।1(ବୁୟରୋ): ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପ;ନାୟକ। ବିଜେଡି ଭୋଟରମାନଙ୍କୁ ଟଙ୍କା ବାଣ୍ଟୁଛି ବୋଲି କହି ଟାର୍ଗଟେ କରିଛନ୍ତି ନିରଞ୍ଜନ। ରାଜ୍ୟ ସରକାର ଆରମ୍ଭ କରିଥିବା କେତେକ ଯୋଜନାକୁ ନେଇ ସେ ଏପରି କହିଛନ୍ତି।
ରାହୁଲଙ୍କ ସଭା ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବା ଅବସରରେ ନିରଞ୍ଜନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ, ବିଜେଡି କ୍ଷମତା ପାଇଁ ବିକଳ ହେଉଛି। ଦଳ ବିରୋଧରେ ବଢ଼ୁଥିବା ଜନଅସନ୍ତୋଷକୁ ଦେଖି ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଯୋଜନା ପରେ ଯୋଜନା ଘୋଷଣା କରି ଚାଲିଛି। ଯାହା କେବଳ ନିର୍ବ।ଚନ ପାଇଁ ବୋଲି ସ୍ପଷ୍ଟ ହେଉଛି।
ସେହି ସବୁ ଯୋଜନା ନାମରେ ବିଜେଡି ଏବେ ଠୁ ଭୋଟର ମାନଙ୍କୁ ଟଙ୍କା ବାଣ୍ଟିଲାଣି। ସ୍ବୟଂ ସହାୟକ ଗୋଷ୍ଠୀ କରି ମାଆ ଭଉଣୀ ମାନଙ୍କୁ ଦେଢ଼ ହଜାର ଟଙ୍କା ଲେଖାଏ ବାଣ୍ଟିଲା। ବିଜୁ ବାହିନୀ ନାମରେ ଯୁବ ଗୋଷ୍ଠୀଙ୍କୁ ବି ଟଙ୍କା ବାଣ୍ଟିଛି। ପିଠା ଯୋଜନାରେ ଗାଁ ଗଣ୍ଡାର ଲୋକଙ୍କୁ ଟଙ୍କା ବାଣ୍ଟିବାରେ ଲାଗିଛି। ତେଣୁ ସେମାନେ ନିଜର ସ୍ଥିତି ଜାଣି ସାରିଲେଣି।
ବିଜେଡି ବିରୋଧରେ କଂଗ୍ରେସ ବିଜେପି ସହ ଓଡ଼ିଶାରେ ମେଣ୍ଟ କରିବ କି ପ୍ରଶ୍ନର ଉତ୍ତରରେ ନିରଞ୍ଜନ କହିଲେ, ଏହା ସମ୍ଭବ ନୁହଁେ ଦେଶର କୌଣସି ଠାରେ ଏହା ହୋଇନାହିଁ। ହଁ ଯଦି ବିଜେପି ବାଲା ବିଜେଡି ବିରୋଧରେ ଆମକୁ ସମର୍ଥନ କରିବେ, ସେଥିରେ ଆମର କିଛି କହିବାର ନାହିଁ।
ଓଡ଼ିଶାରେ ବିଜେପି ସଂଗଠନ ସୁଦୃଢ଼ ହୋଇଥିବା ନେଇ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଦୃଢ଼ୋକ୍ତି ସମ୍ପର୍କରେ ନିରଞ୍ଜନ କହିଲେ, ଶାହା ଜଣେ ପ୍ରବୀଣ ରାଜନୀତିଜ୍ଞ। ଜଣେ ଭଲ ଗାଣିତିକ ମଧ୍ୟ। ସେ ଭଲଭାବେ ହିସାବ କରି ସାରିଛନ୍ତି ଓଡ଼ିଶାରେ ପରାଜୟ ନିଶ୍ଚିତ। ତେଣୁ ସେ ଏପରି ଭାବନା ସୃଷ୍ଟି କରିବାକୁ ଚାହିଁଛନ୍ତି।
ଆଗାମୀ ନିର୍ବ।ଚନରେ ବିଜେଡି-ବିଜେପି ମେଣ୍ଟ ନେଇ ନିରଞ୍ଜନ କହିଲେ, ଏହି ଦୁଇ ଦଳ ନିକଟରେ କିଛି ଅସମ୍ଭବ ନୁହଁେ ବିଜେଡି କ୍ଷମତା ଜାବୁଡ଼ି ଧରିବାକୁ ଚାହୁଁଛି। ବିଜେପି କ୍ଷମତା ଦଖଲ ପାଇଁ ଲାଗିଛି। ତେଣୁ ସେମାନେ ମିଶିବା କିଛି ବଡ଼ କଥା ନୁହଁେ ପୂର୍ବରୁ ବି ସେମାନେ ମିଶିଥିଲେ ବୋଲି ନିରଞ୍ଜନ ଦର୍ଶ।ଇଥିଲେ।
ବିଜେପିକୁ ପ୍ରବେଶ କରିପାରୁ ନଥିବା ବୈଜୟନ୍ତ ପଣ୍ଡା ଓ ବିଜେପି ଛାଡ଼ିଥିବା ବିଜୟ ମହାପାତ୍ରଙ୍କୁ କଂଗ୍ରେସ ସାମିଲ୍Ù କରିବ କି ପ୍ରଶ୍ନର ଉତ୍ତରରେ ନିରଞ୍ଜନ କହିଲେ, ସେମାନେ ବେଶ ଜ୍ଞାନୀ ଓ ଗୁଣୀ। ତେଣୁ ସେମାନେ ଯାହା ନିଷ୍ପତ୍ତି ନେବେ। ଆମକୁ ଏ ବିଷୟରେ ସେମାନେ କିଛି କହିନାହାନ୍ତି। ତେବେ ରାଜ୍ୟ ସ୍ବାର୍ଥ ପାଇଁ ସେମାନେ ଆଗ୍ରହ ପ୍ରକାଶ କଲେ ଆମେ ସ୍ବାଗତ କରିବୁ ବୋଲି ନିରଞ୍ଜନ କହିଥିଲେ।

ସମ୍ବନ୍ଧିତ ଖବର