PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ

ଭୁବନେଶ୍ୱର,୨୦/୮: ରାଜ୍ୟରେ ବନ୍ୟା ପରିସ୍ଥିତି ଉଗ୍ରରୂପ ଧାରଣ କରିଥିବା ବେଳେ ବହୁ ସ୍ଥାନରେ ନଦୀମାନଙ୍କରେ ଘାଇ ସୃଷ୍ଟି ହୋଇଛି । ହଜାର ହଜାର ଲୋକ, ଗୃହପାଳିତ ପଶୁ ବିପନ୍ନ ଅବସ୍ଥାରେ ରହିଛନ୍ତି । ଲୋକମାନେ ପାଣିଘେରରେ ଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ଦିଆଯାଇନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି । ତେଣୁ ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କରିବା ପାଇଁ କଂଗ୍ରେସ ସ୍ଥିତି ଅନୁଧ୍ୟାନକାରୀ ଦଳ ଚଳିତ ମାସ ୨୧ ତାରିଖରୁ କ୍ଷତିଗ୍ରସ୍ତ ଜିଲ୍ଲା ଗସ୍ତ କରିବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଶୁକ୍ରବାର ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅନୁମୋଦନରେ ଗଠିତ ରାଜ୍ୟସ୍ତରୀୟ କମିଟିର ବୈଠକ ପଞ୍ଚାନନ କାନୁନ୍‌ଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ସ୍ଥିତି ଅନୁଧ୍ୟାନକାରୀ ଦଳ ତିନୋଟି ଭାଗରେ ବିଭକ୍ତ ହୋଇଛି । ଏହି କମିଟି ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ୨୩ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବେ । ଏହି ବୈଠକରେ କମିଟିର ସଦସ୍ୟ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ କଂଗ୍ରେସ ନେତା ବିଭୂତି ମିଶ୍ର, ଅମୀୟ କୁମାର ପଟ୍ଟନାୟକ, ବିଧାୟକ ପ୍ରାର୍ଥୀ ସନ୍ତୋଷ ନନ୍ଦ, ମନୋଜ ସାହୁ ଉପସ୍ଥିତ ଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର