ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଟ୍ରକ ଧକ୍କାରେ ପିସିଆର ଭ୍ୟାନ ଡ୍ରାଇଭର ମୃତ

Published By : Suraj Kumar | June 30, 2025 4:52 PM

ରାଜକିଶୋରନଗର, ୩୦।୬(ଆପ୍ର): କିଶୋରନଗର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କୁଟାସିଙ୍ଗା ଫାସିପାଳ ମଠ ନିକଟରେ ଏକ ଟ୍ରକ ଧକ୍କାରେ ପିସିଆର୍ ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ପିସିଆର ଡ୍ରାଇଭର ଜଣକ ହେଲେ ବିଭୂତି ପ୍ରଧାନ ।

୫୫ ନମ୍ବର ଜାତୀୟ ରାଜପଥର କୁଟାସିଙ୍ଗା ଠାରେ ଗାଡ଼ି ଚେକିଂ କରାଯାଉଥିଲା। ଏହି ସମୟରେ  ଟ୍ରକ୍ ଧକ୍କା ରେ ପିସିଆର୍ ଭ୍ୟାନ ଚାଳକ ବିଭୂତି ପ୍ରଧାନ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କିଶୋରନଗର ଗୋଷ୍ଡୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପୁଲିସ ମୃତକଙ୍କ ଶବ ଜବତ୍ କରି ବ୍ୟବଛେଦ ପାଇଁ ହଣ୍ଡପା ପଠାଇଛି। ସେପଟେ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିବା ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.