ପିଡିଏସ୍ ଚାଉଳ ବଣ୍ଟନରେ ହେରଫେର, ପଞ୍ଚାୟତ ଅଧିକାରୀଙ୍କୁ ତାଲା ପକାଇଲେ ଗ୍ରାମବାସୀ

ଖୋର୍ଦ୍ଧା, ୨୬/୫ : ପିଡିଏସ୍ ଚାଉଳ ବଣ୍ଟନରେ ହେରଫେର। ମୁଣ୍ଡ ପିଛା ପିଡିଏସ୍ ଚାଉଳ ଦେଢ଼ କିଲୋ କାଟିବା ଅଭିଯୋଗରେ ଖୋର୍ଦ୍ଧା ବ୍ଲକ ମଲିପୁର ପଞ୍ଚାୟତରେ ଉତ୍ତେଜନା। ସ୍ଥାନୀୟ ଲୋକମାନେ ପଞ୍ଚାୟତ ଅଧିକାରୀ ଗୋଲଖ ବିହାରୀ ଶୁକ୍ଳାଙ୍କୁ ପଞ୍ଚାୟତ ଅଫିସରେ ତାଲା ପକାଇ ରଖିଥିବା ଜଣାପଡିଛି।
ଲୋକଙ୍କ ଅଭିଯୋଗ ଅନୁସାରେ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡ ପିଛା ୫ କିଲୋ ଚାଉଳ ଦେବା ନିୟମ ରହିଛି। କିନ୍ତୁ ଏଠାରେ ପଞ୍ଚାୟତ ଅଧିକାରୀ ଶ୍ରୀ ଶୁକ୍ଳା ହିତାଧିକାରୀଙ୍କୁ ଦେଢ଼ କିଲୋ ଚାଉଳ ମୁଣ୍ଡ ପିଛା କାଟି ଦେଇଥିବା ଅଭିଯୋଗ କରିଛନ୍ତି। ଏହା ପ୍ରତିବାଦରେ ଲୋକମାନେ ଅଧିକାରୀଙ୍କୁ ତାଲା ପକାଇ ରଖିଥିବା ଜଣାପଡିଛି। ଏ ଘଟଣାକୁ ନେଇ ମଲିପୁର ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି।