କଟକ,୧୦।୬ : ଯୁବକଙ୍କ ଆତ୍ମହତ୍ୟା ପରେ ବାଙ୍କୀ-କଟକ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଘଟଣା ଘଟିଛି ଶିମିଳିପୁର ଠାରେ। ମୃତ ଯୁବକ ଜଣକ ହେଲେ କିଶୋର ସୁବୁଦ୍ଧିରାୟ।
ଶିମିଳିପୁର ଗ୍ରାମର କିଶୋର ସୁବୁଦ୍ଧିରାୟ (୫୨) ଙ୍କ ବାସଭବନରେ ଝୁଲନ୍ତା ଅବସ୍ଥାରେ ପରିବାର ଲୋକ ଦେଖିଥିଲେ। ଖବର ପାଇ ପୁଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ପରେ ଶବ ବ୍ୟବଛେଦ ପାଇଁ ବାଙ୍କୀ ମେଡ଼ିକାଲ ପଠାଇଛି। ମୃତ ବ୍ୟକ୍ତି ଜଣଙ୍କ କଟକ ସ୍ଥିତ ଏକ ବେସରକାରୀ ନସିଂହୋମରେ କାର୍ଯ୍ୟ କରୁଥିଲେ। ସେଠାରେ ତାଙ୍କୁ ମାନସିକ ଚାପ ପକାଯାଉଥିଲା ଅଭିଯୋଗ ହୋଇଛି। ତେଣୁ ସେ ଆତ୍ମ ହତ୍ୟା କରିଛନ୍ତି ବୋଲି ଘର ଲୋକ ସନ୍ଦେହ କରିଛନ୍ତି। ଏହାର ପ୍ରତିବାଦରେ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀମାନେ। ରାସ୍ତାରେ ନିଆଁ ଜାଳି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି। ଏବେ ବି ଗ୍ରାମରେ ଅସନ୍ତୋଷ ଲାଗିରହିଛି। କଟକ ଘରୋଇ ହସ୍ପିଟାଲକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି।