କଟକ, ୧୩।୧୧ : ବାଲିଯାତ୍ରାରେ ଠେଲାପେଲା । କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ସୋ’ ରେ ପୁଲିସ ଵାରିକେଡିଂ ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଠେଲାପେଲାରେ ଜଣେ ମହିଳା ଆହତ ହୋଇଥିବା ବେଳେ ଜଣେ ଯୁବତୀ ଅଚେତ ହୋଇଛି।
କଣ୍ଠଶିଳ୍ପୀ ଶ୍ରେୟା ଘୋଷଲାଙ୍କ ସୋ’ ଦେଖିବାକୁ ଲୋକଙ୍କ ଭିଡ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଲୋକେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏପରିକି ପୁଲିସ ଓ ଲୋକ ହାତାହାତି ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଛି। ଭିଡ଼ରେ ଜଣେ ମହିଳା ଆହତ ହୋଇଥିବା ବେଳେ ଜଣେ ଯୁବତୀ ଅଚେତ୍ ହୋଇଥିଲେ।ସଙ୍ଗେ ସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ସହାୟତା କେନ୍ଦ୍ରକୁ ନିଆଯାଇଛି।