ପ୍ରମୂଖ ଖବର
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା,
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ନିଷ୍ପତ୍ତିକୁ ସ୍ଥଗିତ ରଖିଲେ ଓଏଏସ ସଂଘ
  • ||

୨ ବର୍ଷରେ ସାପ କାମୁଡ଼ାରେ ୧୮୫୯ ଲୋକଙ୍କ ମୃତ୍ୟୁ, ସଡ଼କ ଦୁର୍ଘଟଣାରେ ଚାଲିଗଲା ୫୦୫ ଜୀବନ

Published By : Harapriya Sethi | March 13, 2025 2:01 PM

ଭୁବନେଶ୍ୱର,୧୩/୦୩: ସାପ କାମୁଡ଼ାରେ ଯାଇଛି ୧୮୫୯ ଜୀବନ । ଗତ ଦୁଇ ବର୍ଷ ମଧ୍ୟରେ ସାପ କାମୁଡ଼ାରେ ଚାଲିଯାଇଛି ୧୮୫୯ ଜୀବନ । ଏନେଇ ଗୃହରେ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । 

ରାଜ୍ୟରେ କେତେ ପରିମାଣ ଲୋକ ସାପ କାମୁଡ଼ାରେ ମରିଛନ୍ତି, ସେନେଇ ବସ୍ତା ବିଧାୟିକା ସୁବାସିନୀ ଜେନା ପ୍ରଶ୍ନ ପଚାରିଥିଲେ । ଯାହାର ଲିଖିତ ଉତ୍ତର ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଦୁଇ ବର୍ଷରେ ୧୮୫୯ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ଖାଲି ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ ଜଣ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୨୨ ଜଣ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ମିଳିଛି । ସେହିପରି ୨୦୨୪-୨୫ରେ ୭୦୯ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ଏଥିରୁ ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ତେବେ ୨୦୨୩-୨୪ରେ ବାଲେଶ୍ୱରରେ ସର୍ବାଧିକ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ବେଳେ ତା ପଛକୁ କଟକ ଓ ଗଞ୍ଜାମ ରହିଛି । 

ଦ୍ଵିତୀୟ ବିବାହ ପାଇଁ କଣ୍ଟା ସାଜିଲେ ୨ ପୁଅ, ହତ୍ୟା କରି ରାସ୍ତା ସଫା କରିଦେଲା ନୃଶଂସ ବାପା

ଅନ୍ୟପଟେ ସଡ଼କ ସୁରକ୍ଷା ମାସରେ ସଡ଼କ ଦୁର୍ଘଟଣାରେ ଯାଇଛି ୫୦୫ ଜୀବନ । ଜାନୁଆରୀ ମାସରେ ହିଁ କେବଳ ୮୪୮ ଦୁର୍ଘଟଣା ହୋଇଛି । ଯେଉଁଥିରେ ୪୭୨ ଜଣ ଆହତ ହୋଇଥିଲେ । ତେବେ ସଡ଼କ ସୁରକ୍ଷା ସଚେତନତା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ଏକ କୋଟି ୮୯ ଲକ୍ଷ ୬୬ ହଜାର ୬୯୪ ଟଙ୍କା । ଏନେଇ ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଉତ୍ତର ରଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.