ଭୁବନେଶ୍ବର, ୧୪।୧୧ : ଆଜି ଆମେ ଐତିହାସିକ ମୁହୂର୍ତ୍ତରେ ପହଞ୍ଚି ସାରିଛେ। ଦେବ ଦୁର୍ଲ୍ଲଭ ପଦାଧିକାରୀମାନଙ୍କ ପାଇଁ ଆଜି ଆମର ଏ ବିଜୟ । ବିହାର ଓ ନୂଆପଡ଼ା ନିର୍ବାଚନରେ ଇତିହାସ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ନୂଆପଡ଼ାବାସୀ ବହୁ ସଂଖ୍ୟାରେ ଭାରତୀୟ ଜନତା ପାର୍ଟିଙ୍କୁ ସମର୍ଥନ ଦେଇଛନ୍ତି ତାଙ୍କ ପାଖରେ ମୁଁ ଋଣି । ରାଜନୈତିକ ମୋଡ ବଦଳାଇବାରେ ବଡ ଭୂମିକା ନେଇଛନ୍ତି । ଓଡ଼ିଶା ରାଜନୀତିରେ ଏକ ନୂଆ ମୋଡ ନେବ । ବିକଶିତ ଓଡ଼ିଶା ବିକଶିତ ଭାରତ ଗଢିବାରେ ନିଜର ଭାଗୀଦାର ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଲୋକଙ୍କ ସରକାରର ଗତ ୧୬ମାସ ଧରି ସ୍ୱଚ୍ଛ ଶାସନ ଓ ଓଡ଼ିଶାର ବିକାଶ କୁ ତୁରତ୍ୱନ୍ କରିବାରେ ସଫଳ ହୋଇଛନ୍ତି ଡବଲ ଇଞ୍ଜିନ ସରକାର । ତ୍ରିପଲ୍ ଇଞ୍ଜିନ ସରକାର ଗଢ଼ିବା ପାଇଁ ଆମେ ଯେଉଁ ଆହ୍ବାନ ନୂଆପଡ଼ା ବାସୀଙ୍କୁ ଦେଇଥିଲୁ ତାହାକୁ ସେମାନେ ଆଜି ପ୍ରମାଣିତ କରିଛନ୍ତି । ଆମ ସରକାରରେ ସୁଭଦ୍ରାରେ ମହିଳା ସଶକ୍ତି, ଚାଷୀଙ୍କୁ ଇନପୁଟ, ଭତ୍ତା ୩୫୦୦ଟଙ୍କା କିମ୍ବା ମେକିନ ଓଡ଼ିଶାରେ ନିବେଶ ଆମ ଓଡ଼ିଶା ବଢିଲା । ବିକାଶ ହିଁ ବିଶ୍ୱାସ ଓ ବିକାଶର ନନ୍ଦିଘୋଷ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଜୟର ଦୁଇଟି କାରଣ । ରାଜ୍ୟ ସରକାରଙ୍କ ବିକାଶର ଏଜେଣ୍ଡା ସହ ଆଉ ଗୋଟେ ୨୧ଟି ଇଲେକ୍ସନ ଏଜେଣ୍ଡା ହିଁ ବିଜୟ ଦେଇଛି। ଯାହା ପାଇଁ ଆଜି ଆମକୁ ନୂଆପଡ଼ାବାସୀ ତାର ସାର୍ଟିଫିକେଟ ଦେଲେ । ନିର୍ବାଚନରେ ବିଜେଡ଼ିର ମୁର୍ଦ୍ଦା କିଛି ନଥିଲା । କଣ କରି ଆମ ସରକାରଙ୍କ ବିରୋଧରେ ପ୍ରଚାର କରିବେ । ବିଜେଡି ସରକାରରେ ମନ୍ତ୍ରୀ ଥାଇ ବି କାର୍ଯ୍ୟ କରୁ ପାରୁନଥିଲେ ସ୍ବର୍ଗତ ରାଜେନ୍ଦ୍ର। ଯାହାକୁ ବୁଝି ପାରିଥିଲେ ରାଜେନ୍ଦ୍ର ଢୋଲକିଆଙ୍କ ପରିବାର ସେଥିପାଇଁ ବିଜେପିରେ ସାମିଲ ହେଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କେବଳ ସତ୍ତା ପାଇଁ ନୁହେଁ ଲୋକଙ୍କ ସେବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ଆମ ସରକାର । ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଯାହା ଦାୟିତ୍ଵ ଦିଆଗଲା ତାହା ସଠିକ ଭାବରେ ତୁଲାଇବା ସହ ଯାହାଙ୍କୁ ଦାୟିତ୍ଵ ଦିଆ ଯାଇନଥିଲା ସେ ବି ଯାଇ ସେଠାରେ କାର୍ଯ୍ୟ କଲେ । ଯାହା ଆଜି ବିଜୟ ହାସଲ କରାଇଛି।
ପ୍ରତି ଜିଲ୍ଲାକୁ ଗଲା ଭଳି ନୂଆପଡ଼ା ଯାଇଥିଲି ଜିଲ୍ଲା ମହୋତ୍ସବ ପାଇଁ କିନ୍ତୁ ଜାଣି ନଥିଲି ଏମିତି ହେବ । ଭୁବନେଶ୍ୱର ଠାରୁ ବହୁଦୂରରେ ନୂଆପଡ଼ା । ବହୁତ୍ କଠିନ ଥିବା ସତ୍ୱେ ମୁଁ ସୁନାବେଡ଼ାରେ ପହଞ୍ଚି ଲୋକଙ୍କ ସହ ମିଶି ପାରି ତାଙ୍କ ଦୁଃଖ ବୁଝି ପାରିଲି। ବିଜେପି ସରକାରରେ ହିଁ ନୂଆପଡ଼ାର ବିକାଶ ହେବ ବୋଲି ବୁଝି ପାରିଛନ୍ତି ନୂଆପଡ଼ା ବାସୀ । ଆମ ଦଳ ରାଜନୈତିକ ଦଳ ଖାଲି ନୁହେଁ ଆମ ଦଳ ସେବା କରିବାର ଦଳ । ନାହିଁ ଲୋକ କି ନାହିଁ ନିଜର କିଛି ଖାଲି ଅଛି ଯଦି ସେବା କରିବାର ମନୋଭାବ ବୋଲି ମୁଖ୍ୟମନ୍ତ୍ରୀ କହିଛିନ୍ତି ।
ବିହାରର ଐତିହାସିକ ବିଜୟ ପାଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଙ୍କ ସହ ଜେପି ନଡ୍ଡା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ୍ ଜଣାଇଥିଲେ। ତାଙ୍କ ନେତୃତ୍ୱରେ ପରାକାଷ୍ଠା ଦେଖାଇ ଗୋଟେ ବଡ ବିଜୟ ହାସଲ କରାଇଛି ଏନଡିଏକୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।