ମେଷ : ଷଷ୍ଠ ଚନ୍ଦ୍ର ଯୋଗୁ ରୋଗ ମୁକ୍ତ ହୋଇପାରନ୍ତି, ମନରେ ଉତ୍ସାହ, ଉଦ୍ଦୀପନା ରହିବ, ଅଟକି ଥିବା କାର୍ଯ୍ୟ ପୂରଣ ହେବ । କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି, କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ବାଧାବିଘ୍ନ ଘଟିପାରେ, ମନରେ ଚାପ ଲାଗି ରହିବ । ଚାକିରୀ କ୍ଷେତ୍ରରେ ଉନ୍ନତି, କଥାବାର୍ତ୍ତା ବେଳେ ସତର୍କତା ଅବଲମ୍ବନ କରିବେ, ଆର୍ଥିକ ଲାଭ, ଅଯଥା ଖର୍ଚ୍ଚ ହୋଇପାରେ, ଶରୀର ପ୍ରତି ସତର୍କ ରହିବେ ।

ଶୁଭ ରଙ୍ଗ : ନାଲି ଓ କମଳା ।

ବୃଷ : ପଞ୍ଚମ ଚନ୍ଦ୍ର ଯୋଗୁ ଆୟ ବୃଦ୍ଧି ହେବ, ଧନ ପ୍ରାପ୍ତି ଯୋଗ, ଉଚ୍ଚ ପଦସ୍ଥ ଅଧିକାରୀଙ୍କଠାରୁ ସାହାଯ୍ୟ ପ୍ରାପ୍ତି, ବନ୍ଧୁ ମିଳନ, ଗୃହେ ଆନନ୍ଦ, ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ । କଥାବାର୍ତ୍ତା ବେଳେ ସତର୍କତା ଅବଲମ୍ବନ କରିବେ । ଦୂର ଯାତ୍ରା କରିପାରନ୍ତି, ନିବେଶ କରି ପାରନ୍ତି । ମାନସିକ ଶାନ୍ତି, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ ।

ଶୁଭ ରଙ୍ଗ : ଧଳା ଓ କ୍ରିମ୍ ।

ମିଥୁନ : ଚତୁର୍ଥ ଚନ୍ଦ୍ର ଯୋଗୁ ମାନସିକ ଚାପ ଲାଗି ରହିବ, କଳହ ହେବାର ସମ୍ଭାବନା ଅଛି । ପିତାମାତାଙ୍କ ସ୍ୱାସ୍ଥ୍ୟପ୍ରତି ସତର୍କ ରହିବେ । କର୍ମ କ୍ଷେତ୍ରରେ ଚାପ ବଢ଼ିପାରେ, ମାନସିକ ଅଶାନ୍ତି, ବ୍ୟବସାୟ ଓ କାରବାର ବେଳେ ଧର୍ଯ୍ୟ ରଖିବେ, ଯାନବାହନ ପ୍ରତି ସତର୍କ ରହିବେ, ପରିବାରରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେଇପାରେ । ବିଦ୍ୟାର୍ଥୀମାନେ ବିଫଳ ହୋଇପାରନ୍ତି ।

ଶୁଭ ରଙ୍ଗ : ସବୁଜ ଓ ଧଳା ।

କର୍କଟ : ତୃତୀୟ ଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚ ଯୋଗ, ବ୍ୟୟ ବୃଦ୍ଧି ହେବ, ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ବ୍ୟବସାୟରେ ଉନ୍ନତି, ଅଟକିଥିବା ଟଙ୍କା ପ୍ରାପ୍ତି ହୋଇପାରେ । ଚାକିରୀ କ୍ଷେତ୍ରରେ ସଫଳତା, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ, ସାମାନ୍ୟ ମାନସିକ ଚାପ ଦେଖାଦେଇ ପାରେ ।

ଶୁଭ ରଙ୍ଗ : ଧଳା ଓ ରୁପେଲି ।

ସିଂହ : ଦ୍ୱିତୀୟ ଚନ୍ଦ୍ର ଯୋଗୁ ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତି, ଆର୍ଥିକ ଉନ୍ନତି, ପରିବାରରେ ହସଖୁସିର ବାତାବରଣ ରହିବ । ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି, ନୂଆ ନିବେଶ କରିପାରନ୍ତି, ଅଯଥା ଖର୍ଚ୍ଚ କରନ୍ତୁ ନାହିଁ, ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି, ଦ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ମାନ, ସମ୍ମାନ ବୃଦ୍ଧି ପାଇବ ।

ଶୁଭ ରଙ୍ଗ : ସୁନେଲି ଓ କ୍ରିମ୍ ।

କନ୍ୟା : ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର ଯୋଗୁ ଆୟ ବୃଦ୍ଧି ହେବ, ଧନ ପ୍ରାପ୍ତି ଯୋଗ, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ । ବନ୍ଧୁ ମିଳନ, ଗୃହେ ଆନନ୍ଦ, ବ୍ୟବସାୟରେ ଉନ୍ନତି, କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି, ଜମିବାଡ଼ି କ୍ରୟ କରିପାରନ୍ତି, ରାଜନୀତି କ୍ଷେତ୍ରରେ ଉନ୍ନତି, ଶରୀର ସୁସ୍ଥ ରହିବ ।

ଶୁଭ ରଙ୍ଗ : ସବୁଜ ଓ ଧଳା ।

ତୁଳା : ଦ୍ୱାଦଶ ଚନ୍ଦ୍ର, ଘାତବାର ଯୋଗୁ ଅଯଥା ଖର୍ଚ୍ଚ ଯୋଗ, ଦୂର ଯାତ୍ରା ନିଷେଧ, ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ, ଶାରୀରିକ ଦୁର୍ବଳତା କିମ୍ବା ଶରୀରରେ ଆଘାତ ଲାଗିପାରେ । ପରିବାରରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେଇପାରେ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ । ମାନସିକ ଅସ୍ଥିରତା, କର୍ମ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ । ଶୁଭ ରଙ୍ଗ : ଆକାଶ ନୀଳ ଓ ହଳଦିଆ ।

ଶୁଭ ରଙ୍ଗ : ଆକାଶୀ ନୀଳ ଓ ହଳଦିଆ ।

ବିଛା : ଏକାଦଶ ଚନ୍ଦ୍ର ଯୋଗୁ କଥାବାର୍ତ୍ତା ବେଳେ ସତର୍କ ରହିବେ, ଆୟ ବୃଦ୍ଧି ହେବ, ନିବେଶ କରିପାରନ୍ତି, ସମାଜରେ ଅପମାନ ମିଳିପାରେ, କର୍ମ କ୍ଷେତ୍ରରେ ସତର୍କ ରହିବେ, କାର୍ଯ୍ୟ ପୂରଣ କରିବା ପାଇଁ ପରିଶ୍ରମ କରିବେ, ଧନ ପ୍ରାପ୍ତି ଯୋଗ, ଆତ୍ମବିଶ୍ୱାସ ବୃଦ୍ଧି ହେବ, ଯାନବାହନ କ୍ରୟ କରିପାରନ୍ତି, ରାଜନୀତି କ୍ଷେତ୍ରରେ ସାମାନ୍ୟ ଦ୍ୱନ୍ଦ ଦେଖାଦେଇପାରେ ।

ଶୁଭ ରଙ୍ଗ : ଲାଲ ଓ ହଳଦିଆ ।

ଧନୁ : ଦଶମ ଚନ୍ଦ୍ର ଯୋଗୁ ଚାକିରୀ କ୍ଷେତ୍ରରେ ପଦୋନ୍ନତି ଯୋଗ, ନୂତନ ନିବେଶ କରିପାରନ୍ତି, ବ୍ୟବସାୟରେ ଉନ୍ନତି, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି, ମନରେ ଉତ୍ସାହ, ଉଦ୍ଦୀପନା ଲାଗି ରହିବ । ମାନ, ସମ୍ମାନ ବୃଦ୍ଧି ପାଇବ, ଗୃହେ ଆନନ୍ଦ, ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବେ । ଧନ ଲାଭ ଯୋଗ, ଆୟ ଠାରୁ ବ୍ୟୟ ଅଧିକ ହେବ ।

ଶୁଭ ରଙ୍ଗ ସୁନେଲି ଓ ହଳଦିଆ ।

ମକର : ନବମ ଚନ୍ଦ୍ର ଯୋଗୁ ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତି, ଅଟକି ଥିବା କାର୍ଯ୍ୟ ପୂରଣ ହେବ, ଅଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ଆର୍ଥିକ ଲାଭ ହେବ, ପିତାମାତାଙ୍କ ସେବା କରିବେ, ଖାଦ୍ୟ ପ୍ରତି ସତର୍କ ରହିବେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି, ରାଜନୀତି କ୍ଷେତ୍ରରେ ଉନ୍ନତି ।

ଶୁଭ ରଙ୍ଗ : ନୀଳ ଓ ଆକାଶିଆ ।

କୁମ୍ଭ : ଅଷ୍ଟମ ଚନ୍ଦ୍ର, ଘାତବାର ଯୋଗୁ ଯାତ୍ରା ନିଷେଧ, ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ବାଦବିବାଦ ହେବାର ସମ୍ଭାବନା ଅଛି, କର୍ମ କ୍ଷେତ୍ରରେ ଯୁକ୍ତି ହୋଇପାରେ । ପରିବାରରେ ମନାନ୍ତର ହେବାର ସମ୍ଭାବନା ଅଛି । ଶରୀର ପ୍ରତି ସତର୍କ ହେବେ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ । ଚାକିରୀ କ୍ଷେତ୍ରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି ।

ଶୁଭ ରଙ୍ଗ : ସିଲ୍ଭର ଓ ନୀଳ ।

ମୀନ : ସପ୍ତମ ଚନ୍ଦ୍ର ଯୋଗୁ ଗୃହେ ଆନନ୍ଦ, ବିବାହ ପ୍ରସ୍ତାବ ଆସିବାର ସମ୍ଭାବନା ଅଛି, ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ସମାଜରେ ସମ୍ମାନ ବୃଦ୍ଧି ପାଇବ, ଚାକିରୀ କ୍ଷେତ୍ରରେ ସଫଳତା, ବ୍ୟବସାୟରେ ଉନ୍ନତି, ଯାନବାହନ ପ୍ରତି ସତର୍କ ହେବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ ।

ଶୁଭ ରଙ୍ଗ ସୁନେଲି ଓ ଧଳା ।

ଜ୍ୟୋତିର୍ବିଦ୍ : ଅନାମିକା,

ଯୋଗାଯୋଗ : ୯୭୭୭୭୧୧୭୩୩