ମେଷ : ଦ୍ୱାଦଶ ଚନ୍ଦ୍ର । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ । ବ୍ୟବସାୟରେ ନୂତନ ସୁଯୋଗ ମିଳିପାରେ । ଅନାବଶ୍ୟକ ଖର୍ଚ୍ଚ ଯୋଗ । ଆୟ ଠାରୁ ବ୍ୟୟ ଅଧିକ ରହିବ । ବ୍ୟୟ ବୃଦ୍ଧି । ଟଙ୍କା ପଇସା କାରବାରରେ ସତର୍କ ରହିବେ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ । ପରିବାରରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେଇପାରେ । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।
ଶୁଭ ରଙ୍ଗ - ନାଲି, ଧଳା ।
ବୃଷ : ଏକାଦଶ ଚନ୍ଦ୍ର । ଅଟକି ରହିଥିବା କାର୍ଯ୍ୟ ସଫଳ ହେବ । ମନ ପ୍ରସନ୍ନ ରହିବ । ବ୍ୟବସାୟରେ ଉନ୍ନତି । ଚାକିରି କ୍ଷେତ୍ରରେ ପଦୋନ୍ନତି । ସମାଜରେ ସମ୍ମାନ ବୃଦ୍ଧି । ସହକର୍ମୀଙ୍କ ସହଯୋଗ ମିଳିବ । ଯାତ୍ରା ଶୁଭ । ଧନ ପ୍ରାପ୍ତି ଯୋଗ । ରୋଗ ମୁକ୍ତ ହୋଇପାରିବେ । ବନ୍ଧୁ ମିଳନ । ଗୃହେ ଆନନ୍ଦ । ଯାନବାହନ କୟ କରିପାରନ୍ତି ।
ଶୁଭ ରଙ୍ଗ - ଧଳା, କ୍ରିମ ।
ମିଥୁନ : ଦଶମ ଚନ୍ଦ୍ର । ମାନ ସମ୍ମାନ ବୃଦ୍ଧି ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତି । ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିବ । ନୂତନ ଦାୟିତ୍ୱ ମିଳିପାରେ । ଆର୍ଥିକ ଉନ୍ନତି । କର୍ମକ୍ଷେତ୍ରରୁ ଆୟ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଗୃହେ ଆନନ୍ଦ । ନିଜ କଥାବାର୍ତ୍ତା ନିୟନ୍ତ୍ରଣ ରଖିବେ । ବାଦବିବାଦ ହେବାର ସମ୍ଭାବନା ଅଛି । ଯୁକ୍ତିତର୍କରୁ ଦୂରେଇ ରହିବେ ।
ଶୁଭ ରଙ୍ଗ - ସବୁଜ, ଧଳା ।
କର୍କଟ : ନବମ ଚନ୍ଦ୍ର । ଯାତ୍ରା ନିଷେଧ । ଯାନବାହନ ପ୍ରତି ସତର୍କତା । ବାଦବିବାଦରୁ ଦୂରେଇ ରୁହନ୍ତୁ । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ । ମନ ବ୍ୟାକୁଳ ରହିବ । ବ୍ୟବସାୟରେ ସାମାନ୍ୟ ଲାଭ । ଶରୀରରେ ଅସୁସ୍ଥତା ରହିପାରେ । ମୁଣ୍ଡବିନ୍ଧା କିମ୍ବା ରକ୍ତଚାପ ଦେଖାଦେଇପାରେ । ପରିବାରରୁ ସହଯୋଗ ପ୍ରାପ୍ତି । ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବେ ।
ଶୁଭ ରଙ୍ଗ - ହଳଦିଆ, ଧଳା ।
ସିଂହ : ଅଷ୍ଟମ ଚନ୍ଦ୍ର । ଶରୀର ପ୍ରତି ସତର୍କ ରହିବେ । ମାନସିକ ଅଶାନ୍ତି । ଶରୀର ଆଘାତ ହେବାର ସମ୍ଭାବନା ଅଛି । ନିବେଶ କରନ୍ତୁ ନାହିଁ । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଯାତ୍ରା ନିଷେଧ । ଧନ ହାନି । ପରିବାରରେ କଳହ ହେବାର ସମ୍ଭାବନା ଅଛି । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ ।
ଶୁଭ ରଙ୍ଗ - ଲାଲ, ମେରୁନ, ହଳଦିଆ ।
କନ୍ୟା : ସପ୍ତମ ଚନ୍ଦ୍ର । ପରିବାରରେ ମନୋମାଳିନ୍ୟ ଦେଖାଦେଇପାରେ । ବାଦବିବାଦ ହୋଇପାରେ । ଚାକିରି କ୍ଷେତ୍ରରେ ଚାପ ବଢ଼ିପାରେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ । କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ବାଧାବିଘ୍ନ ଘଟିପାରେ । ନିବେଶ କରନ୍ତୁ ନାହିଁ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଧୈର୍ଯ୍ୟ ରଖନ୍ତୁ । ମାନସିକ ଚିନ୍ତା ଲାଗି ରହିବ । ଶରୀରରେ ସାମାନ୍ୟ କ୍ଲାନ୍ତି ଦେଖାଦେଇପାରେ ।
ଶୁଭ ରଙ୍ଗ - ସବୁଜ, କ୍ରିମ ।
ତୁଳା : ଷଷ୍ଠ ଚନ୍ଦ୍ର । ଦ୍ରବ୍ୟ ଲାଭ । ଶତ୍ରୁମାନେ ପରାଜିତ ହେବେ । ଉଚ୍ଚ ପଦସ୍ଥ ଅଫିସର୍ମାନଙ୍କ ଠାରୁ ସାହାଯ୍ୟ ପ୍ରାପ୍ତି । ଅଟକି ରହିଥିବା କାର୍ଯ୍ୟ ସଫଳ ହେବ । ରୋଗ ମୁକ୍ତ ହୋଇପାରନ୍ତି । ମାନସିକ ଚିନ୍ତା ଲାଗି ରହିବ । ଋଣ ମୁକ୍ତ ହୋଇପାରନ୍ତି । କୋର୍ଟ କଚେରି ମାମଲାରେ ଜୟଯୁକ୍ତ । ଗୃହେ ଆନନ୍ଦ । ଆତ୍ମବିଶ୍ୱାସ ବୃଦ୍ଧି ହେବ ।
ଶୁଭ ରଙ୍ଗ - ରୂପେଲି, ଧଳା ।
ବିଛା : ପଞ୍ଚମ ଚନ୍ଦ୍ର । ମନରେ ସାମାନ୍ୟ ଅସ୍ଥିରତା ଲାଗି ରହିବ । ଛାତ୍ରଛାତ୍ରୀମାନେ ସାମାନ୍ୟ ବିଫଳତା ଦେଖିବେ । ପୁତ୍ର ଦୁହିତା କୁଳେ ଖର୍ଚ୍ଚ । ପରିବାରରେ ମତଭେଦ ଦେଖାଦେଇପାରେ । ଚାକିରି କ୍ଷେତ୍ରରେ କାମର ଚାପ ବଢ଼ିପାରେ । ଅଯଥା ଯୁକ୍ତିତର୍କରୁ ଦୂରେଇ ରହିବେ । ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଲାଭ । ଶରୀର ପ୍ରତି ସତର୍କ ରହିବେ ।
ଶୁଭ ରଙ୍ଗ - ଧଳା ।
ଧନୁ : ଚତୁର୍ଥ ଚନ୍ଦ୍ର । ମନ ଅସ୍ଥିର ରହିବ । ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ । ପରିବାରରେ ଶାନ୍ତି ରହିବ । ଧୈର୍ଯ୍ୟ ରଖିବେ । କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ । ବ୍ୟବସାୟରେ ସାମାନ୍ୟ ହାନି । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ । ଜମିବାଡ଼ି ମାମଲାରେ ସତର୍କ ରହିବେ । ଶରୀରରେ ସାମାନ୍ୟ କ୍ଲାନ୍ତି ଦେଖାଦେଇପାରେ ।
ଶୁଭ ରଙ୍ଗ - ହଳଦିଆ, ସୁନେଲି ।
ମକର : ତୃତୀୟ ଚନ୍ଦ୍ର । କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତି । ମନରେ ଉତ୍ସାହ ରହିବ । ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଚାକିରି କ୍ଷେତ୍ରରେ ପ୍ରଶଂସା । ବ୍ୟବସାୟରେ ଉନ୍ନତି । ଗୃହେ ଆନନ୍ଦ । ଯାନବାହନ କ୍ରୟ କରିପାରନ୍ତି । ଶୁଭ ଖବର ମିଳିପାରେ । ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ । ଯାତ୍ରା କରିପାରନ୍ତି ।
ଶୁଭ ରଙ୍ଗ - ନୀଳ, କଳା ।
କୁମ୍ଭ : ଦ୍ୱିତୀୟ ଚନ୍ଦ୍ର । ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଧନ ହାନି । ନୂତନ ନିବେଶ କରନ୍ତୁ ନାହିଁ । ମତଭେଦ କିମ୍ବା ବାଦବିବାଦ ହେବାର ସମ୍ଭାବନା ଅଛି । ଧୈର୍ଯ୍ୟ ରଖନ୍ତୁ । ଗୁପ୍ତ ଶତ୍ରୁ ବୃଦ୍ଧି ହୋଇପାରନ୍ତି । ଶରୀରରେ ସାମାନ୍ୟ ଆଖି ସମସ୍ୟା ଦେଖାଦେଇପାରେ ।
ଶୁଭ ରଙ୍ଗ - ନୀଳ, ବାଇଗଣୀ ।
ମୀନ : ଶ୍ରୀ ଚନ୍ଦ୍ର । ମନ ଅଶାନ୍ତ ରହିବ । ନୂତନ ଯୋଜନା କରିପାରନ୍ତି । ଶରୀରରେ କଷ୍ଟ ଦେଖାଦେଇପାରେ । ଅଯଥା ଖର୍ଚ୍ଚ ବଢ଼ିପାରେ । ଆୟ ଠାରୁ ବ୍ୟୟ ଅଧିକ ହେବ । ଚାକିରି କ୍ଷେତ୍ରରେ ଆପଣଙ୍କର ଦକ୍ଷତା ପ୍ରକାଶ ପାଇବ । ବ୍ୟବସାୟରେ ଉନ୍ନତି । ଯାନବାହନ ପ୍ରତି ସତର୍କତା ।
ଶୁଭ ରଙ୍ଗ - ଗେରୁଆ, ହଳଦିଆ ।
ଜ୍ୟୋତିର୍ବିଦ୍ : ଅନାମିକା,
ଯୋଗାଯୋଗ : ୯୭୭୭୭୧୧୭୩୩