ଚନ୍ଦାହାଣ୍ଡି ,୯।୧୧ - ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ଗମ୍ବାରୀଗୁଡା ପଞ୍ଚାୟତ ଅଧିନ    ଖଇରଭାଡ଼ି ଗ୍ରାମବାସୀ  ଦୀର୍ଘ ଦିନ ହେବ ଅଜଣା ରୋଗ ରେ ଆକ୍ରାନ୍ତ ହୋଇ   ଏକ ଅଭିଶପ୍ତ ଜୀବନ ଜିଉଁ ଥିବା ଦେଖି ବାକୁ ମିଳୁଛି l ଏ ବାବଦ ରେ ପ୍ରମେୟ ରେ ବାରମ୍ବାର ଖବର ପ୍ରସାରଣ ହେବା ପରେ  ପ୍ରଶାସନ ଫ୍ଲୋରାଇଡ ପାଣି କହି ଦୁଇଟି ନଳକୂପକୁ ସିଲ କରି  ତା କାମ ସାରି ଦେଲା l ହେଲେ ଏପଟେ ଗ୍ରାମରେ ମୃତ୍ୟୁ ସଂଖ୍ୟା ଦିନ କୁ ଦିନ ବଢ଼ିବା ସହ ରୋଗ କବଳ ରେ ଅନେକ ପରିବାର ଆକ୍ରାନ୍ତ ସତ୍ୱେ ସ୍ୱାସ୍ଥ୍ୟ ବିଭାଗର  କୌଣସି ନଜର ନାହିଁ l ଏ ଦିଗରେ ଜିଲ୍ଲାପାଳ ଏକ ସ୍ୱତନ୍ତ ଦୃଷ୍ଟି ଦେଇ ପଦ କ୍ଷେପ ନେବାକୁ ଗ୍ରାମବାସୀ  ଦାବୀ କରିଛନ୍ତି l

ସୂଚନା ମୁତାବିକ ଖଇରଭାଡ଼ି ଗ୍ରାମ  ଦୁଇଟି ସାହି ରେ ବିଭକ୍ତ ହେବା ସହ ଏଠାରେ ଲୋକ ସଂଖ୍ୟା ହଜାର ରୁ ଉର୍ଦ୍ଧ ରହିଛନ୍ତି l ଏଠାରେ ଶତକଡା ୮୦% ଲୋକେ ଚାଷ ଉପରେ ନିର୍ଭର କରି ଥାନ୍ତି l  ଅନ୍ୟ ସମୟ ରେ କୁଲିମଜୁରୀ କରି ନିଜ ପରିବାର ଭରଣ ପୋଷଣ କରିଥାନ୍ତି l  ଗ୍ରାମବାସୀ ଙ୍କ ଉପରେ ମାଡି ଆସୁଛି ନିୟତିର ଏକ  କଠୋର ଅଭିଶାପ l  ଏଠାରେ ଦୀର୍ଘ ଦିନ ହେବ ଗୋଟିଏ ସାହିବାସୀ ଅଜଣା ରୋଗରେ  ଆକ୍ରାନ୍ତ ହୋଇ ଦାନ୍ତ ହଳଦିଆ, କଳା ପଡି ଯାଉଛି। 

ସେହି ପରି  ଆଉ ଗୋଟିଏ ସାହି ରେ ଦୀର୍ଘ ଦିନ ହେବ ସାହିବାସୀ ଙ୍କୁ  ଅଜଣା ରୋଗ ଆକ୍ରମଣ କରିବା ଫଳ ରେ ସେମାନଙ୍କ ହାତ ଗୋଡ଼ ଅଣ୍ଟା ବଙ୍କା ହେବା ସହ  ଯୌବନରୁ ଶୀଘ୍ର ମାଡି ଆସୁଛି ବାର୍ଦ୍ଧକ୍ୟ l   ଏହା ସେମାନଙ୍କ  ଚିକିତ୍ସା ଖର୍ଚ୍ଚ ରେ ମେରୁଦଣ୍ଡ କୁ ଦୋହଲାଇ ଦେବା ସହ  ଆହୁରି ଦରିଦ୍ରତା କୁ ଠେଲି ଦେଉଛି l  ଏହି ରୋଗରେ ଗ୍ରାମର ସମାଜ ସେବୀ ଚିତ୍ରୁ ସାହୁଙ୍କ ପରିବାରରେ ମୃତ୍ୟୁ ସଂଖ୍ୟା ୩ ହେବା  ସହ ବର୍ତ୍ତମାନ ତାଙ୍କ ସ୍ତ୍ରୀ ଏହି ରୋଗରେ ଆକ୍ରାନ୍ତ ହୋଇ ଏକ ଯନ୍ତ୍ରଣା ଦାୟକ ଜୀବନ ବିତାଉଛନ୍ତି l  ସେହି ପରି  ସେବାନ ଗୌଡ଼ ଏହି ରୋଗ ରେ ତାଙ୍କ ପତ୍ନୀ ଙ୍କୁ ହରାଇବା ସହ ସେ ନିଜେ  ଆକ୍ରାନ୍ତ ହୋଇ ଛନ୍ତି l  ଏ ସମ୍ପର୍କ ରେ ଚନ୍ଦାହାଣ୍ଡି ବି ଡି ଓ ରାମକୃଷ୍ଣ ନାୟକ ଙ୍କୁ ପଚାରିବା ରୁ  ଗ୍ରାମ କୁ ଯାଇ ଏହାର ଅନୁଧ୍ୟାନ କରିବା ସହ ଜିଲ୍ଲାପାଳ ଙ୍କୁ ଏହାର ରିପୋର୍ଟ ପ୍ରଦାନ କରିବେ ବୋଲି ସେ ପ୍ରକାଶ କରିଛନ୍ତି l