ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଖଇରଭାଡ଼ି ପାଲଟିଛି ଅଭିଶପ୍ତ ଗ୍ରାମ, ଅଜଣା ରୋଗରେ ଆକ୍ରାନ୍ତ ଗ୍ରାମବାସୀ

Published By : Suraj Kumar | November 9, 2024 10:01 PM

ଚନ୍ଦାହାଣ୍ଡି ,୯।୧୧ - ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ଗମ୍ବାରୀଗୁଡା ପଞ୍ଚାୟତ ଅଧିନ    ଖଇରଭାଡ଼ି ଗ୍ରାମବାସୀ  ଦୀର୍ଘ ଦିନ ହେବ ଅଜଣା ରୋଗ ରେ ଆକ୍ରାନ୍ତ ହୋଇ   ଏକ ଅଭିଶପ୍ତ ଜୀବନ ଜିଉଁ ଥିବା ଦେଖି ବାକୁ ମିଳୁଛି l ଏ ବାବଦ ରେ ପ୍ରମେୟ ରେ ବାରମ୍ବାର ଖବର ପ୍ରସାରଣ ହେବା ପରେ  ପ୍ରଶାସନ ଫ୍ଲୋରାଇଡ ପାଣି କହି ଦୁଇଟି ନଳକୂପକୁ ସିଲ କରି  ତା କାମ ସାରି ଦେଲା l ହେଲେ ଏପଟେ ଗ୍ରାମରେ ମୃତ୍ୟୁ ସଂଖ୍ୟା ଦିନ କୁ ଦିନ ବଢ଼ିବା ସହ ରୋଗ କବଳ ରେ ଅନେକ ପରିବାର ଆକ୍ରାନ୍ତ ସତ୍ୱେ ସ୍ୱାସ୍ଥ୍ୟ ବିଭାଗର  କୌଣସି ନଜର ନାହିଁ l ଏ ଦିଗରେ ଜିଲ୍ଲାପାଳ ଏକ ସ୍ୱତନ୍ତ ଦୃଷ୍ଟି ଦେଇ ପଦ କ୍ଷେପ ନେବାକୁ ଗ୍ରାମବାସୀ  ଦାବୀ କରିଛନ୍ତି l

ସୂଚନା ମୁତାବିକ ଖଇରଭାଡ଼ି ଗ୍ରାମ  ଦୁଇଟି ସାହି ରେ ବିଭକ୍ତ ହେବା ସହ ଏଠାରେ ଲୋକ ସଂଖ୍ୟା ହଜାର ରୁ ଉର୍ଦ୍ଧ ରହିଛନ୍ତି l ଏଠାରେ ଶତକଡା ୮୦% ଲୋକେ ଚାଷ ଉପରେ ନିର୍ଭର କରି ଥାନ୍ତି l  ଅନ୍ୟ ସମୟ ରେ କୁଲିମଜୁରୀ କରି ନିଜ ପରିବାର ଭରଣ ପୋଷଣ କରିଥାନ୍ତି l  ଗ୍ରାମବାସୀ ଙ୍କ ଉପରେ ମାଡି ଆସୁଛି ନିୟତିର ଏକ  କଠୋର ଅଭିଶାପ l  ଏଠାରେ ଦୀର୍ଘ ଦିନ ହେବ ଗୋଟିଏ ସାହିବାସୀ ଅଜଣା ରୋଗରେ  ଆକ୍ରାନ୍ତ ହୋଇ ଦାନ୍ତ ହଳଦିଆ, କଳା ପଡି ଯାଉଛି। 

ସେହି ପରି  ଆଉ ଗୋଟିଏ ସାହି ରେ ଦୀର୍ଘ ଦିନ ହେବ ସାହିବାସୀ ଙ୍କୁ  ଅଜଣା ରୋଗ ଆକ୍ରମଣ କରିବା ଫଳ ରେ ସେମାନଙ୍କ ହାତ ଗୋଡ଼ ଅଣ୍ଟା ବଙ୍କା ହେବା ସହ  ଯୌବନରୁ ଶୀଘ୍ର ମାଡି ଆସୁଛି ବାର୍ଦ୍ଧକ୍ୟ l   ଏହା ସେମାନଙ୍କ  ଚିକିତ୍ସା ଖର୍ଚ୍ଚ ରେ ମେରୁଦଣ୍ଡ କୁ ଦୋହଲାଇ ଦେବା ସହ  ଆହୁରି ଦରିଦ୍ରତା କୁ ଠେଲି ଦେଉଛି l  ଏହି ରୋଗରେ ଗ୍ରାମର ସମାଜ ସେବୀ ଚିତ୍ରୁ ସାହୁଙ୍କ ପରିବାରରେ ମୃତ୍ୟୁ ସଂଖ୍ୟା ୩ ହେବା  ସହ ବର୍ତ୍ତମାନ ତାଙ୍କ ସ୍ତ୍ରୀ ଏହି ରୋଗରେ ଆକ୍ରାନ୍ତ ହୋଇ ଏକ ଯନ୍ତ୍ରଣା ଦାୟକ ଜୀବନ ବିତାଉଛନ୍ତି l  ସେହି ପରି  ସେବାନ ଗୌଡ଼ ଏହି ରୋଗ ରେ ତାଙ୍କ ପତ୍ନୀ ଙ୍କୁ ହରାଇବା ସହ ସେ ନିଜେ  ଆକ୍ରାନ୍ତ ହୋଇ ଛନ୍ତି l  ଏ ସମ୍ପର୍କ ରେ ଚନ୍ଦାହାଣ୍ଡି ବି ଡି ଓ ରାମକୃଷ୍ଣ ନାୟକ ଙ୍କୁ ପଚାରିବା ରୁ  ଗ୍ରାମ କୁ ଯାଇ ଏହାର ଅନୁଧ୍ୟାନ କରିବା ସହ ଜିଲ୍ଲାପାଳ ଙ୍କୁ ଏହାର ରିପୋର୍ଟ ପ୍ରଦାନ କରିବେ ବୋଲି ସେ ପ୍ରକାଶ କରିଛନ୍ତି l 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.