ଫିରିଙ୍ଗିଆ,୨୬/୦୮ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଠାରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚବିଦ୍ୟାଳୟ  ପରିଦର୍ଶନ କରିବା ସହ ସ୍ଥିତି ପରଖିଛନ୍ତି ଫୁଲବାଣୀ ବିଧାୟକ ଉମାଚାରଣ ମଲିକ୍  । 

ବିଧାୟକ ସ୍କୁଲ ରେ ପହଞ୍ଚିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ  କୁମାର ସାହୁଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ବିଧାୟକଙ୍କୁ  ଫୁଲ ତୋଡ଼ା ଦେଇ ସ୍ବାଗତ ଜଣାଇଥିଲେ  । ପରେ ବିଧାୟକ ବିଦ୍ୟାଳୟ ପରିଦର୍ଶନ କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀମାନଙ୍କ ସହ କଥା ହୋଇଥିଲେ।  ଏହାସବ ବିଦ୍ୟାଳୟରେ ଥିବା ଶହେ ଶଯ୍ୟା ବିଶିଷ୍ଠ ଛାତ୍ର ନିବାସ ବୁଲି ଦେଖିଥିଲେ । ଅନ୍ୟପଟେ ବିଧାୟକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ କୁମାର ସାହୁଙ୍କ ସହ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ କିଭଳି ହୋଇପାରିବ ସେନେଇ ଆଲୋଚନା କରିଥିଲେ। ବିଦ୍ୟାଳୟର ପରିବେଶ ଓ ସ୍ୱଛତାକୁ ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଧନ୍ୟବାଦ ଦେବା ସହ ଖୁସି ବ୍ୟକ୍ତ କରିଥିଲେ I   ସେପଟେ ବିଧାୟକ ଙ୍କ ଏହି ଗସ୍ତ ସମୟରେ କନ୍ଧମାଳ ଜିଲ୍ଲାର ବିଜେପି ନେତା ରମେଶ ମହାନ୍ତି ଙ୍କ  ସହ ଅନ୍ୟମାନେ ଉପସ୍ଥିତ ଥିଲେ I