ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

୨୪ ଉପାଦାନରେ ପ୍ରସ୍ତୁତ ହୁଏ ଫୁଲୁରୀ ତେଲ, ହେରାପଞ୍ଚମୀରୁ ତେଲ ବାଡ଼ିରେ ପୋତାଯାଏ

ପୁରୀ ୦୯/୦୬: ୨୪ ପ୍ରକାର ଉପାଦାନରେ ପ୍ରସ୍ତୁତ ହୁଏ ଶ୍ରୀବିଗ୍ରହଙ୍କ ଫୁଲୁରୀ ତେଲ । ହେରାପଞ୍ଚମୀରେ ମହାପ୍ରଭୁଙ୍କ ମଧ୍ୟାହ୍ନଧୂପ ସରିଲେ ସାନ୍ଧ୍ୟ କାଳରେ ବଡ଼ ଓଡ଼ିଆ ମଠ ମହନ୍ତ ଓ ତାଙ୍କ ସାହାଯ୍ୟକାରୀ କିମ୍ବା ଉତ୍ତରାଧିକାରୀ ତେଲ ପ୍ରସ୍ତୁତି ଆରମ୍ଭ କରନ୍ତି । କେହି ନ ଦେଖିଲା ଭଳି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମାଟି ଖୋଳା ହୋଇ ରହିଥାଏ । ମଠ ପରିସରରେ ସ୍ୱତନ୍ତ୍ର ତେଲ ବାଡ଼ି ମଧ୍ୟ ରହିଛି । ମାଟି ହାଣ୍ଡିରେ ଘଣା ପେଡ଼ା ରାଶି ତେଲ ସହ ବିଭିନ୍ନ ଦ୍ରବ୍ୟ ମିଶାଯାଇ ପୋତା ଯାଏ । ସେଥିରେ ଋତୁ ଅନୁସାରେ ମିଳୁଥିବା ବିଭିନ୍ନ ସୁବାସିତ ପୁଷ୍ପ ଓ ଚେରମୂଳି ପକାଯାଏ । ସେହି ଦିନ ଠାରୁ ତେଲ ରହିବା ସ୍ଥାନରେ ଫୁଲ ପାଣି ଦିଆଯାଏ ।

ସ୍ନାନପୂର୍ଣ୍ଣମୀ ପୂର୍ବ ଦିନ ଠାକୁରଙ୍କ ମଧ୍ୟାହ୍ନଧୂପ ସରିଲେ ସନ୍ଧ୍ୟା ସମୟରେ ପୋତା ସ୍ଥାନରୁ ବାହାରି ଏକ ନିର୍ଦ୍ଦିଷ୍ଟ କୋଠରୀରେ ମୁଦ ଦିଆଯାଇ ରହିଥାଏ ଉକ୍ତ ତେଲ । ଶୁକ୍ରବାର ଉକ୍ତ ତେଲକୁ ଛଣା ଯାଇ ମାଟି ପାତ୍ରରେ ସଜଡ଼ା ହୋଇ ରହିଥିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡକରା ଆସିଲା ପରେ ଫୁଲୁରୀ ତେଲ ଠାକୁରଙ୍କ ସେବା ପାଇଁ ଶ୍ରୀମନ୍ଦିରକୁ ବିଜେ କରିଥାଏ ବୋଲି ଫୁଲୁରୀ ତେଲ ପ୍ରସ୍ତୁତକାରୀ ବଡ଼ ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.