ପ୍ରମୁଖ ଖବର
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଆଗେ ଆଗେ ମୋଦି  ପଛେ ପଛେ ଦୁନିଆଁ, କ୍ୱାଡ ସମ୍ମିଳନୀର ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ । ଏହି ସମୟରେ ସେ କ୍ୱାଡ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । କ୍ୱାଡ ବୈଠକରେ ପିଏମ୍‌ ମୋଦିଙ୍କ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ , ଜାପାନର ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏନ୍ଥନୀ  ଅଲବନିଜ ଉପସ୍ଥିତ ଥିଲେ । ୪ଜଣ ନେତା ରୁଷ୍‌-ୟୁକ୍ରେନ ଯୁଦ୍ଧରୁ ନେଇ  ସ୍ୱତନ୍ତ୍ର ହିନ୍ଦ୍‌-ପ୍ରଶାନ୍ତକୁ ନେଇ ଆଲୋଚନା କରିଛନ୍ତି । ଏବେ ଜାପାନରେ ଉଠାଯାଇ ଥିବା  ପିଏମ୍‌ ମୋଦିଙ୍କ ଏକ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି । ଏହି ଫଟୋରେ ପିଏମ୍‌ ମୋଦି ସିଡ଼ିରେ ତଳକୁ ଆସୁଛନ୍ତି । ଫଟୋରେ ଦେଖିବାକୁ ମିଳୁଛି କି ପିଏମ୍‌ ମୋଦି ଆଗରେ ଚାଲୁଛନ୍ତି , ଆଉ ଅନ୍ୟ ନେତା ବାଇଡେନଙ୍କ ସମେତ ଅନ୍ୟ ନେତାମାନେ ଯାଉଛନ୍ତି ।

ଫଟୋରେ ନଜର ଆସୁଛି , ପିଏମ୍‌ ମୋଦିଙ୍କର ଠିକ୍‌ ପଛରେ ଜାପାନର ପିଏମ୍‌ କିଶିଦା ଅଛନ୍ତି , ତାଙ୍କ ପଛରେ ଆମେରିକୀୟ ରାଷ୍ଟ୍ରପତି ବାଇଡେନ୍‌ ଓ ଅଷ୍ଟ୍ରେଲିଆର ପିଏମ୍‌ ଏନ୍ଥନୀ ଅଲବନିଜ ଅଛନ୍ତି । ଏହା ବ୍ୟତୀତ ପଛରେ ଅନେକ ଅଧିକାରୀ ସବୁ ନଜର ଆସୁଛନ୍ତି । ଫଟୋରେ ଦେଖିବାକୁ ମିଳୁଛି ଜାପାନ ପିଏମ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି କହୁଛନ୍ତି  ଏବେ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ସାଜିଛି ।

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ପିଏମ୍‌ ମୋଦିଙ୍କ ଏହି ଫଟୋକୁ ଟ୍ୱିଟ୍‌ କରିଛନ୍ତି । ସେ ଫଟୋରେ ଟ୍ୱିଟ୍‌ କରି କହିଛନ୍ତି , ପ୍ରଧାନମନ୍ତ୍ରୀ  ସେବକ – ନୋ  ଦ ୱେ , ଗୋଜ୍‌ ଦ ୱେ, ଶୋ ଦ ୱେ । ଏହାର ଅର୍ଥ ପ୍ରଧାନସେବକ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି) ରାସ୍ତା ଜାଣିଛନ୍ତି । ସେ ଏହି ରାସ୍ତାରେ ଚାଲନ୍ତି ଏବଂ ରାସ୍ତା ଦେଖାନ୍ତି । ପିଏମ୍‌ଙ୍କର ଏହି ଫଟୋକୁ  ବିଜେପି ନେତା ଅମିତ ମାଲଭୀୟ ମଧ୍ୟ ଟ୍ୱିଟ୍‌ କରିଛନ୍ତି , ସେ କହିଛନ୍ତି , ଲିଡିଂ ଦ ୱାର୍ଲଡ, ହଜାର ହଜାର ଶବ୍ଦର ସମକକ୍ଷ ଏକ ଫଟୋ । କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଫଟୋକୁ ଟ୍ୱିଟ୍‌ କରି କହିଛନ୍ତି , ବିଶ୍ୱ ଗୁରୁ ଭାରତ ... ଆଗରେ ନେତୃତ୍ୱ କରିଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.