ଚୌଦ୍ୱାର, ୧୪/୦୯: କଟକ-ସମ୍ବଲପୁର ରାସ୍ତାର ଚୌଦ୍ୱାର ଥାନା କଖଡି ରାସ୍ତାରେ ଏକ ପିକଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା ପାର୍ଶ୍ବରେ ଥିବା ଗଛରେ ପିଟି ହୋଇଥିଲା । ଏଥିରେ ୨ଜଣ ଗୁରୁତର ହୋଇଥିବା ବେଳେ ୧୨ଜଣ ଆହତ ହୋଇଥିବା ଜଣାପଡିଛି l ଗୁରୁତର ଓ ଆହତଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l

ସୂଚନା ମୁତାବକ, ସମ୍ବଲପୁର ପଡ଼ିଆବାହାଲରୁ ଏକ ବାଜା ଗ୍ରୁପ କଟକ କଲେଜ ଛକକୁ ଗଣେଶ ଭସାଣି ପାଇଁ ଆସୁଥିଲା । ରବିବାର ସକାଳ ପ୍ରାୟ ଟାରେ କଖଡି ରାସ୍ତାରେ ପିକଅପ୍‌ ଗାଡିର ଆଗ ଚକା ଫାଟି ଯାଇଥିଲା ଫଳରେ ଗାଡିଟି ଭାରସାମ୍ୟ ହରାଇ ସାମ୍ନାରେ ଥିବା ବାଜା ଗ୍ରୁପର ଅନ୍ୟ ଏକ ଗାଡିକୁ ଧକା ଦେଇ ରାସ୍ତା ପାର୍ଶ୍ଵରେ ଥିବା ଆମ୍ବ ଗଛରେ  ପିଟିହୋଇ ଯାଇଥିଲା l ଫଳରେ ଆଗରେ ଦୁଇ ଜଣ ଡ୍ରାଇଭର ବାମ ପାର୍ଶ୍ୱରେ ଥିବା ଡ୍ରାଇଭର ଚାପି ହୋଇ ରହିଥିଲେ l ଗାଡି ଡାଲାରେ ବସିଥିବା ୧୨ ଜଣ ରାସ୍ତା ତଳକୁ ଛିଟିକି ପଡ଼ିଥିଲେ l ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ l ଖବର ପାଇଁ ଚୌଦ୍ୱାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି l