ଲାଠୋର, ୧୪/୦୬: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ବନବିଭାଗ ତରଫରୁ ଚଢ଼ାଉ କରି ପିକଅପ ଗାଡ଼ି ସହ ଖଇର କାଠ ଜବତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଲାଠୋର ବନାଞ୍ଚଳ ଅଧିନ ଖର୍ଲି ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରୁ ଲାଠୋର ବନ ବିଭାଗ ତରଫରୁ ଚଢ଼ାଉ କରି ଖଇର ବୋଝେଇ ପିକଅପ ଗାଡ଼ି ସହ ଆନୁମାନିକ ୨୦ କୁଇଣ୍ଟାଲ ଖଇର କାଠ ଜବତ ହୋଇଥିବା ବନାଧିକାରୀ ଶୈଳେଶ ବିଶି ସୂଚନା ଦେଇଛନ୍ତି। 

ବିଶେଷ ସୂତ୍ରରୁ ଖବର ପାଇ ଖର୍ଲି ଗାଁରେ ଏକ ଖ‌ଇର କାଠ ବୋଝେ‌ଇ ପିକ‌ଅପ୍ ଗାଡ଼ି ଥିବା ସ୍ଥାନରେ ପହଞ୍ଚିଥିଲେ ବନ ବିଭାଗ ଅଧିକାରୀ। ଏହା ପରେ ଏକ ଟିମ ଗଠନ କରି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଗାଡ଼ି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଏଥିରେ କୋୖଣସି ଅଭିଯୁକ୍ତ ଧରାପଡ଼ିଥିବା ନ ଥିବା ବେଳେ ଏ ସଂପର୍କରେ ଅଧିକ ତଦନ୍ତ ଚାଲିଥିବା ବନାଧିକାରୀ କହିଛନ୍ତି।