PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସିବିଆଇରେ ପିହୁଙ୍କ ପରିବାର,ଏସ୍‌ପିଙ୍କୁ ନ୍ୟାୟ ମାଗିଲେ ମା’

ଭୁବନେଶ୍ୱର,୧୭/୧୧: ରାଜ୍ୟରେ ଜଘନ୍ୟ ହତ୍ୟାକାଣ୍ଡ, ଶିଶୁ ଅପହରଣର ଶିକାର ହୋଇଥିବା ପିଡୀତାଙ୍କ ପରିବାର ଶୁକ୍ରବାର ସିବିଆଇ ଏସ୍‌ପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସିଆରପି ଛକରୁ ସିବିଆଇ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲି ଚାଲି ଯିବା ପରେ ନ୍ୟାୟ ମାଗିଛନ୍ତି । ଏଥିରେ ପିହୁଙ୍କ ମା ସମେତ ରାଜ୍ୟର କୋଣ ଅନୁକୋଣର ପିଡିତାଙ୍କ ପରିବାର ସାମିଲ ଥିଲେ । ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘ ଏସ୍‌ପିଙ୍କୁ ଭେଟି ଗୁହାରି ଜଣାଇଛନ୍ତି ।

ସେମାନେ ଦାବି କରିଛନ୍ତି ଯେ ରାଜ୍ୟ ସରକାରଙ୍କ ଉପରୁ ସେମାନଙ୍କ ବିଶ୍ୱାସ ହଟିଯାଇଛି । ତେଣୁ ଏହି ସବୁ କେସର ଭାର ସିବିଆଇ ନିଜ ଆଡୁ ନେଇ ମାମଲାର ଯାଞ୍ଚ କରନ୍ତୁ । ପିହୁ ଅପହରଣ ଘଟଣାର ବର୍ତ୍ତମାନ ସୁଦ୍ଧା ପର୍ଦ୍ଦାଫାଶ ହୋଇ ପାରିଲା ନାହିଁ । ତେଣୁ ଯାଞ୍ଚକୁ ତ୍ୱରିତ କରିବାକୁ ଦାବି ହୋଇଛି । ଏଥିରେ ଦିଲ୍ଲୀପ କୁମାର ସାହୁ , ଉମେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ରହଥିଲେ ।