ନୂଆ ସଂସଦ ଭବନକୁ ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା: ‘ରାଷ୍ଟ୍ରପତି ଉଦଘାଟନ କରିବା ଉଚିତ୍, ପ୍ରଧାନମନ୍ତ୍ରୀ ନୁହେଁ’

ନୂଆଦିଲ୍ଲୀ ୨୫/ ୦୫: ନୂତନ ସଂସଦ ଭବନ ଉଦଘାଟନକୁ ନେଇ ଲାଗି ରହିଛି ବିବାଦ । ଦେଶର ପ୍ରାୟ ୨୦ଟି ବିରୋଧୀ ଦଳ ସଂସଦ ଭବନ ଉଦଘାଟନ ସମାରୋହରେ ସାମିଲ ହେବେ ନାହିଁ ବୋଲିଂ କହିସାରିଛନ୍ତି । ଅନ୍ୟପଟେ କିଛି ଦଳ ଗଣତନ୍ତ୍ର ସର୍ବୋପରି କହି ସାମିଲ ହେବାକୁ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନ ଉଦଘାଟନ କରିବାକୁ ଥିବାରୁ ଏହାକୁ ଜୋରଦାର ବିରୋଧ କରୁଛନ୍ତି କିିଛି ରାଜନୈତିକ ଦଳ । ଏହାରି ମଧ୍ୟରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ପିଆଇଏଲ୍ରେ ଅପିଲ କରାଯାଇଛି କି, ‘ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ସଂସଦ ଭବନ ଉଦଘାଟନ କରନ୍ତୁ । ଏଥିପାଇଁ ଲୋକସଭା ସଚିବାଳୟ ଓ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦିଅନ୍ତୁ’।
ଦେଶର ୨୦ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, AIMIM ଓ ଜେଡି(ୟୁ) ସମେତ ଆଉ କିଛି ପାର୍ଟି ସଂସଦ ଭବନ ଉଦଘାଟନ ଉତ୍ସବକୁ ବୟକଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ଉଦଘାଟନ କରିବାକୁ ଥିବା ବେଳେ ଏହାକୁ ତୀବ୍ର ବିରୋଧ କରୁଛନ୍ତି ବିରୋଧୀ ଦଳ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଇନଜୀବୀ ସି.ଆର୍. ଜୟା ସୁକିନ୍ ଏହି ପିଆଇଏଲ୍ ଫାଇଲ କରିଥିବା ବେଳେ ଦର୍ଶାଇଛନ୍ତି କି, ‘ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତିଙ୍କୁ ସାମିଲ କରା ନଯିବା ଭାରତୀୟ ସମ୍ବିଧାନର ଉଲ୍ଲଂଘନ । କେନ୍ଦ୍ର ସରକାର ଏଭଳି କରିପାରିବେ ନାହିଁ’।
ଜନସ୍ବାର୍ଥ ମାମଲାରେ କୁହାଯାଇଛି କି, ‘ସଂସଦ ହେଉଛି ଭାରତର ସୁପ୍ରିମ ଲେଜିସଲେଟିଭ୍ ବଡି । ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । କିନ୍ତୁ କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରିବା ଆଦୌ ଠିକ୍ ନୁହେଁ । ରାଷ୍ଟ୍ରପତି ହେଉଛନ୍ତି ସଂସଦର ଅଭିଚ୍ଛେଦ୍ୟ ଅଙ୍ଗ । ତେଣୁ ତାଙ୍କୁ କିଭଳି ଭାବେ ଶିଳାନ୍ୟାସ ସମାରୋହ ବେଳେ ନିମନ୍ତ୍ରଣ କରା ଗଲା ନାହିଁ । ଆଉ ଏବେ ଉଦଘାଟନୀ ଉତ୍ସବରେ ବି ନିମନ୍ତ୍ରଣ କରାଗଲା ନାହିଁ’।
ସୂଚନା ଯେ, ମେ ୨୮ ତାରିଖରେ ନୂତନ ଭାବେ ନିର୍ମିତ ଭବ୍ୟ ସଂସଦ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦ ଗୃହରେ ପ୍ରାୟ ୧୨ଶହ ସାଂସଦଙ୍କ ବସିବା ଭଳି ସିଟ୍ ତିଆରି କରାଯାଇଛି । ଗତ ମେ ୧୮ ତାରିଖରେ ବାଚସ୍ପତି ଓମ୍ ବିର୍ଲା, ପିଏମ୍ ମୋଦିଙ୍କୁ ସାକ୍ଷାତ କରିବା ସହିତ ନୂତନ ସଂସଦ ଭବନ ଉଦଘାଟନ କରିବା ପାଇଁ ନିମନ୍ତ୍ରଣ କରିଥିଲେ । କିନ୍ତୁ ବିରୋଧି ଏହାକୁ ସଜହରେ ଗ୍ରହଣ କରିପାରୁ ନାହାନ୍ତି । ବିରୋଧି ସଦସ୍ୟଙ୍କ କହିବାନୁଯାୟୀ, ସଂସଦର ମୁଖ୍ୟ ଏହାକୁ ଉଦଘାଟନ କରିବା, ସରକାରଙ୍କ ମୁଖ୍ୟ ନୁହେଁ’।