ବିବିସି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଚ, ଯାଚିକାକର୍ତ୍ତା ଉଠାଇଲେ ଦୁଇଟି ପ୍ରଶ୍ନ

pic- internet
- ବିିବିିିସି ଡକ୍ୟୁମେଣ୍ଟାରୀ ପ୍ରତିବନ୍ଧକକୁ ବେଆଇନ କହିଲେ ଯାଚିକାକର୍ତ୍ତା
- ଯାଚିକା ଦାୟର କଲେ ବରିଷ୍ଠ ଓକିଲ ଏମଏଲ ଶର୍ମା
- ଗୁଜରାଟ ଦଙ୍ଗା ସହ ଜଡିତ ଲୋକଙ୍କ ବିରୋଧରେ ନିଆଯାଉ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ଉପରେ ବିବିସିର ଡକ୍ୟୁମେଣ୍ଟାରୀକୁ ନେଇ ପୂରା ଦେଶରେ ବିବାଦ ଥମିବାର ନାଁ ନେଉନି। ଏହାରି ଭିତରେ ଏହି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ୨୦୦୨ରେ ହୋଇଥିବା ଗୁଜରାଟ ଦଙ୍ଗାକୁ ନେଇ ବିବିସି କରିଥିବା ଡକ୍ୟୁମେଣ୍ଟାରୀ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଚ କରି ସୁପ୍ରିମକୋର୍ଟରେ ଏକ ଜନହିତ ଯାଚିକା ଦାୟର କରାଯାଇଛି। ବରିଷ୍ଠ ଆଇନଜୀବୀ ଏମଏଲ ଶର୍ମା କୋର୍ଟରେ ଏହି ଯାଚିକା ଦାୟର କରିଛନ୍ତି।
ସୂଚନା ଅନୁସାରେ ଆଇନଜୀବୀ ଏମଏଲ ଶର୍ମା ଦ୍ୱାରା ଦାୟର କରାଯାଇଥିବା ଜନହିତ ଯାଚିକାରେ ସୁପ୍ରିମକୋର୍ଟ ବିବିସି ଡକ୍ୟୁମେଣ୍ଟାରୀକୁ ଦୁଇ ଭାଗରେ ତଦନ୍ତ କରିବାରୁ ଅନୁରୋଧ କରିଛନ୍ତି। ଏହାସହ ଗୁଜରାଟ ଦଙ୍ଗାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି। ଓକିଲ ଏମଏଲ ଶର୍ମା ଜନହିତ ଯାଚିକାକୁ ନେଇ କହିଛନ୍ତି, ଜନହିତ ଯାଚିକା ମାଧ୍ୟମରେ ସେ ସାମ୍ୱିଧାନିକ ପ୍ରଶ୍ନ ଉଠାଇଛନ୍ତି।
ଯାଚିକାରେ ଏମଏଲ ଶର୍ମା ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ୨୦୨୩ ଜାନୁଆରୀ ୨୧ ରେ ବିବିସି ଡକ୍ୟୁମେଣ୍ଟାରୀକୁ ପ୍ରତିବନ୍ଧକ ଲଗାଇବା ନିର୍ଦ୍ଦେଶକୁ ବେଆଇନ, ଦୁର୍ଭାଗ୍ୟପୂର୍ଣ୍ଣ ଓ ଅସାମ୍ୱିଧାନିକ ବୋଲି କହିଛନ୍ତି। ଏହା ସହ ପ୍ରତିବନ୍ଧକ ଲଗାଇବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ପାଇଁ ଏମଏଲ ଶର୍ମା ଯାଚିକାରେ ନିବେଦନ କରିଛନ୍ତି।