ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ପୋଖରୀ, ହାଟ ନିଲାମର ୨ ଲକ୍ଷ ଟଙ୍କା ଆତ୍ମସାତ, ପଞ୍ଚାୟତ ଅର୍ଥ ହଡ଼ପ୍‌ ଅଭିଯୋଗରେ ପିଇଓ ଗିରଫ

Published By : Prameya | November 10, 2024 11:12 AM

ଢେଙ୍କାନାଳ,୧୦/୧୧: ପଞ୍ଚାୟତ  ଅର୍ଥ ହଡ଼ପ୍‌ ଅଭିଯୋଗରେ ଓଡ଼ାପଡ଼ା ବ୍ଲକ୍‌ କଳାଙ୍ଗ ପଞ୍ଚାୟତର ପୂର୍ବତନ  ନିର୍ବାହୀ ଅଧିକାରୀ (ପିଇଓ) ତଥା  ବେଣୁଧର ପଟ୍ଟନାୟକ(୫୧)ଙ୍କୁ ଆଜି  ସଦର ଥାନା ପୁଲିସ ଗିରଫ କରିଛି ।  ପଞ୍ଚାୟତର ପୋଖରୀ, ହାଟ ଆଦି  ବିଭିନ୍ନ ନିଲାମ ଅର୍ଥ ୧ ଲକ୍ଷ ୯୯ ହଜାର  ୯୯୭ ଟଙ୍କା ହଡ଼ପ୍‌ କରିଥିବା ନେଇ  ଓଡ଼ାପଡ଼ା ବିଡିଓ ଦିଲ୍ଲିପ କୁମାର ଷଡ଼ଙ୍ଗୀ  ସଦର ଥାନାରେ ଲିଖିତ ଅଭିଯୋଗ  କରିଥିଲେ । ବେଣୁଧରଙ୍କ ଘର ସଦର  ଥାନା ଗୁଣ୍ଡିଚାପଡ଼ା ବେଶାଳିଆ ଗାଁରେ ।  

ସୂଚନା ଅନୁସାରେ, ବେଣୁଧର କଳାଙ୍ଗ  ପଞ୍ଚାୟତରେ ନିର୍ବାହୀ ଅଧିକାରୀ ଥିବା  ବେଳେ ଗତ ଅଗଷ୍ଟ ୧୩ ତାରିଖରୁ  ୨୧ ତାରିଖ ମଧ୍ୟରେ ପଞ୍ଚାୟତରେ  ଥିବା କେତୋଟି ପୋଖରୀ, ହାଟ ଆଦି  ନିଲାମ କରାଯାଇଥିଲା । ସେ ବାବଦରେ  ୧ ଲକ୍ଷ ୯୯ ହଜାର ୯୯୭ ଟଙ୍କା ଆଦାୟ  ହୋଇଥିଲା । ଯାହା ପଞ୍ଚାୟତର ଆୟ  ହୋଇଥିବା ବେଳେ ତାହା ପଞ୍ଚାୟତ  ଆକାଉଣ୍ଟରେ ରହିବା କଥା । ମାତ୍ର  ପୂର୍ବତନ ପିଇଓ ତାହା ପଞ୍ଚାୟତ  ଆକାଉଣ୍ଟରେ ରଖିନାହାନ୍ତି । ଏପରିକି  ପଞ୍ଚାୟତର କ୍ୟାସ୍‌ ବୁକ୍‌ ଓ ରିସିଭିଡ୍‌  ବୁକ୍‌ ନଂ-୭ କୁ ନେଇଯାଇଛନ୍ତି । ଘଟଣା  ଜଣାପଡ଼ିବା ପରେ ବିଡିଓ ତାଙ୍କୁ ବ୍ଲକ୍‌  କାର୍ଯ୍ୟାଳୟକୁ ବଦଳି କରିଥିଲେ । ମାତ୍ର  ସେ ସେବେଠାରୁ ଅଢ଼େଇ ମାସ ହେଲା  ଛୁଟି ନନେଇ ଅନୌପଚାରିକ ଭାବେ  ଅନୁପସ୍ଥିତ ରହିଛନ୍ତି । ଟଙ୍କା ଦାଖଲ  ଓ କାର୍ଯ୍ୟରେ ଯୋଗଦେବାକୁ ବାରମ୍ବାର  ନୋଟିସ୍‌ ପଠାଯାଉଥିଲେ ହେଁ, ନୋଟିସ୍‌  ଗ୍ରହଣ କରୁନଥିଲେ । 

ଶେଷରେ ଗତ  ଅକ୍ଟୋବର ୨୨ ତାରିଖରେ କଳାଙ୍ଗ  ସରପଞ୍ଚ ବିଡିଓଙ୍କୁ ଏନେଇ ଲିଖିତ  ଭାବେ ଜଣାଇବା ପରେ ବିଡିଓ ଶ୍ରୀ  ଷଡ଼ଙ୍ଗୀ ଅକ୍ଟୋବର ୨୩ ତାରିଖରେ  ସଦର ଥାନାରେ ଅଭିଯୋଗ କରିଥିଲେ । ଶେଷରେ ସଦର ପୁଲିସ ତାଙ୍କୁ  ବେଶାଳିଆ ସ୍ଥିତ ଘରୁ ଗିରଫ କରିଛି ।  କେବଳ ଏହି ନିଲାମ୍‌ ଟଙ୍କା ନୁହେଁ,  ଆହୁରି ଅନେକ ଅର୍ଥ ହଡ଼ପ୍‌ ହୋଇଥିବା  ଅଭିଯୋଗ ହେଉଛି । କଳାଙ୍ଗରୁ ବଦଳି  ହୋଇଥିଲେ ହେଁ, ସେ ନୂତନ ପିଇଓଙ୍କୁ  ଦାୟିତ୍ୱ ହସ୍ତାନ୍ତର କରିନାହାନ୍ତି । ଏଥି  ପୂର୍ବରୁ ସେ ଗଦାଶିଳା, ଗୋବିନ୍ଦପ୍ରସାଦ  ପଞ୍ଚାୟତରେ କାର୍ଯ୍ୟ କରିଥିବା ବେଳେ  ସେଠାରେ ବି ଏପରି ହେରଫେର୍‌  ହୋଇଥିବା ଆଶଙ୍କାରେ ଯାଞ୍ଚ କରାଯାଉଛି  ବୋଲି ବିଡିଓ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.