ନୂଆଦିଲ୍ଲୀ : ରାଜସ୍ଥାନ ରୟାଲ୍ସର ଓପନର ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ , ଆଇପିଏଲ ୨୦୨୬ର ନିଜର ପ୍ରଥମ ମୁକାବିଲାରେ ଧମାକାଦାର ବ୍ୟାଟିଂରେ ,ବିରୋଧୀ ଟିମକୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ବୈଭବ ଏକତରଫା ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ବିରୋଧରେ ୧୭ଟି ବଲରେ ଧୂଆଁଦାର ୫୨ ରନ୍ କରିଛନ୍ତି। ତାଙ୍କର ଏହି ଇନିଂସର ଯେକେହି ପ୍ରଶଂସା କରୁଛନ୍ତି। ଭାରତର ପୂର୍ବତନ କ୍ରିକେଟର ପୀୟୁଷ ଚାୱଲା ଓ ଅମ୍ୱାତି ରାୟଡୁଙ୍କ ଅନୁସାରେ ୧୫ ବର୍ଷିୟ ରାଜସ୍ଥାନ ରୟାଲ୍ସର ଏହି ବ୍ୟାଟ୍ସମ୍ୟାନଙ୍କ ପାଇଁ ଭାରତୀୟ ଟିମ୍‌ର ଡକରା ଏବେ ଅଧିକ ଦୂର ନୁହେଁ। ରାଜସ୍ଥାନ ରୟାଲ୍ସ ସୋମବାର ଚେନ୍ନାଇ ସୁପରକିଙ୍ଗସକୁ ୮ ୱିକେଟ୍‌ରେ ହରାଇ ଟୁର୍ଣ୍ଣାମେଣ୍ଟର ଯାତ୍ରା ବିଜୟର ସହ କରିଛି।

ଚାୱଲା ଇଏସପିଏନ୍ କ୍ରିକଇନ୍ଫୋର ଏକ ଶୋ’ରେ କହିଥିଲେ ଯେ, ସେ ସୂର୍ଯ୍ୟବଂଶୀଙ୍କୁ ଶୀଘ୍ର ଉପର ସ୍ତରରେ ଦେଖିବାକୁ ଚାହିଁବେ , ହେଲେ ରାୟଡୁ କିଛି ମାତ୍ରାରେ ସାବଧାନ ରହିଛନ୍ତି, କିନ୍ତୁ କହିଛନ୍ତି ଯେ, ସେ ନିଶ୍ଚିତ ରୂପେ ଦୌଡ଼ରେ ସାମିଲ ରହିବେ। ଆଇପିଏଲ ପରେ ଭାରତକୁ ଅଫଗାନିସ୍ତାନ ଓ ଆୟରଲ୍ୟାଣ୍ଡ ବିରୋଧରେ ଟି-୨୦ ସିରିଜ ଖେଳିବାରୁ ଅଛି। ରାୟଡୁ କହିଛନ୍ତି, ସୂର୍ଯ୍ୟବଂଶୀ ,ଦେଶର ଅନେକ ଯୁବ ଖେଳାଳିଙ୍କ ଠାରୁ ଗୋଟିଏ ସ୍ତର ଉପରେ ନଜର ଆସୁଛନ୍ତି ଏବଂ ଏମିତି ପ୍ରତିଭା , ଯିଏ ଭାରତୀୟ କ୍ରିକେଟ୍ ପାଇଁ ନିଶ୍ଚୟ କମାଲ କରିବେ। ହେଲେ କେବେ କରିବେ , ଏହା କହି ହେବ ନାହିଁ। କିନ୍ତୁ ଭବିଷ୍ୟତରେ ନିଶ୍ଚୟ ଏମିତି ହେବ।

ରାୟଡୁ କହିଛନ୍ତି – ମୋ ହିସାବରେ ଟି-୨୦ରେ ତାଙ୍କର ପ୍ରଥମ ଡକରା ଆସିପାରେ , ଯଦି ତାଙ୍କର ଆଇପିଏଲ ବହୁତ ଭଲ ଯାଏ ଏବଂ ସେ ଦେଖାନ୍ତି ଯେ, ସେ ଚାପରେ ଶାନ୍ତ ରହିପାରନ୍ତି । ଭୁଲ ନାହିଁ ଯେ, ଆମ ଭାରତୀ ଟିମ୍ ଏବେ ବିଶ୍ୱ ଚମ୍ପିଆନ ଏବଂ ନିକଟରେ ଟିମ୍ ଟି-୨୦ ବିଶ୍ୱକପ୍ ଜିତିଛି। ଏଥିପାଇଁ ଟିମ୍ରେ ସ୍ଥାନ ପାଇବା ସହଜ ହେବ ନାହିଁ । ମୋ ହିସାବରେ ଏବେ କିଛି ଖେଳାଳି ତାଙ୍କ ଠାରୁ ଆଗରେ , କାରଣ ଟିମ୍ ଗୁଡ଼ିକ ଆଗାମୀ ଆଇସିସି ଟୁର୍ଣ୍ଣାମେଣ୍ଟକୁ ଧ୍ୟାନରେ ରଖି ଗଠନ କରାଯାଉଛି। ଅନେକ ଖେଳାଳି ଅଛନ୍ତି ଯିଏ ଗତ ୨-୩ ବର୍ଷରୁ ଲଗାତାର ଭଲ ପ୍ରଦର୍ଶନ କରୁଛନ୍ତି। ଏଥିପାଇଁ ଯଦି ମୁଁ ଚୟନକର୍ତ୍ତା ହୋଇଥାନ୍ତି , ତ ସେ ନିଶ୍ଚିତ ରୂପେ ଦୌଡ଼ରେ ଥାନ୍ତେ । କିନ୍ତୁ ଏବେ ଅନେକ ଖେଳାଳି ତାଙ୍କ ଠାରୁ ଆଗରେ ଅଛନ୍ତି।

ଆହୁରି ମଧ୍ୟ ପଢନ୍ତୁ : ୪ ଚୌକା, ୫ ଛକା...୧୫ ବଲରେ ୫୦; ଚେନ୍ନାଇ ବୋଲରଙ୍କୁ ପିଟିଲେ ୧୫ ବର୍ଷୀୟ ବୈଭବ