ନୂଆଦିଲ୍ଲୀ,୩୧ /୦୩; ଚଳିତ ଆଇପିଏଲରେ ରୋମାଞ୍ଚକର ବିଜୟ ସହ ଅଭିଯାନ ଆରମ୍ଭ କରିଛି ରାଜସ୍ଥାନ ରୟାଲ୍ସ । ୫ଥର ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ୮ ୱିକେଟ୍‌ରେ ବିଜୟ ହାସଲ କରିଛି । ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସାଙ୍ଗକୁ ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦଳ ୪୭ଟି ବଲ୍ ବାକି ଥାଇ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସୁପରକିଙ୍ଗ୍ସ ୧୯.୪ ଓଭରରେ ୧୨୭ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ।

ଜବାବରେ ରାଜସ୍ଥାନ ରୟାଲ୍ସ ୧୨.୧ ଓଭରରେ ୨ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ନାନ୍ଦ୍ରେ ବର୍ଗର ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ବର୍ଷାପଡ଼ା ଗ୍ରାଉଣ୍ଡର ମନ୍ଥର ପିଚ୍‌ରେ ଅନ୍ୟ ସବୁ ବ୍ୟାଟର ରନ ପାଇଁ ସଂଘର୍ଷ କରୁଥିବାବେଳେ ବୈଭବଙ୍କ ବ୍ୟାଟିଂ ଥିଲା ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ୱତନ୍ତ୍ର । ତାଙ୍କ ବ୍ୟାଟିଂ କେବଳ ଚୌକା ଓ ଛକାରେ ଜବାବ ଦେଉଥିଲା । ମାତ୍ର ୧୫ଟି ବଲ୍‌ରେ ସେ ଅର୍ଦ୍ଧଶତକ ଅର୍ଜନ କରି ବିଜୟ ପଥ ପରିଷ୍କାର କରିଥିଲେ । ନିକଟରେ ଜନ୍ମଦିନ ପାଳିଥିଲେ ବୈଭବ । ୧୫ ବର୍ଷରେ ପଦାର୍ପଣ କରିଥିଲେ । ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚରେ ୧୫ ବଲରେ ୫୦ ରନ୍ କରି ନିଜକୁ ଜନ୍ମଦିନ ଉପହାର ଦେଇଛନ୍ତି ବୈଭବ । ରାଜସ୍ଥାନର ଷ୍ଟାର ବୈଭବ ସୂର୍ଯ୍ୟବଂଶୀ ଚେନ୍ନାଇ ବିପକ୍ଷରେ ୧୫ ବଲରେ ଲଗାତାର ଆଇପିଏଲ ଇତିହାସରେ ତୃତୀୟ ସର୍ବାଧିକ ଦ୍ରୁତ ୫୦ ରନ୍ କରିଛନ୍ତି । ୧୫ ବଲରେ ୪ ଚୌକା, ୫ ଛକା ମାରି ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି । ତାଙ୍କ ବିସ୍ଫୋରଣରେ ରାଜସ୍ଥାନ ୧୨୮ ରନର ବିଜୟ ଲକ୍ଷ୍ୟକୁ ୧୨.୧ ଓଭରରେ ୮ ୱିକେଟରେ ହାସଲ କରିନେଇଥିଲା ।

ରାଜସ୍ଥାନ ପାଇଁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟର ତାଲିକା...
୧. ଯଶ୍ୱୀସୀ ଜୈସ୍ୱାଲ- ୧୩ ବଲ୍‌ ବନାମ କେକେଆର, ୨୦୨୩
୨. ବୈଭବ ସୂର୍ଯ୍ୟବଂଶୀ- ୧୫ ବଲ୍ ବନାମ ସିଏସଏକ,୨୦୨୬
୩.ବୈଭବ ସୂର୍ଯ୍ୟବଂଶୀ-୧୭ ବଲ୍ ବନାମ ଗୁଜରାଟ ଟାଇଟନ୍ସ, ୨୦୨୫
୪. ଜୋସ୍ ବଟଲର-୧୮ ବଲ୍‌ ବନାମ ଦିଲ୍ଲୀ, ୨୦୧୮ 

​​​​​​​ଏହା ବି ପଢନ୍ତୁ...ବୈଭବଙ୍କ ବିସ୍ଫୋରକ ଅର୍ଦ୍ଧଶତକ: CSKକୁ ୮ ଓ୍ବିକେଟରେ ହରାଇଲା RR   

 

ସିଏସକେ ବିପକ୍ଷରେ ଦ୍ରୁତ ଅର୍ଦ୍ଧଶତକ ତାଲିକା
୧. ରିୟାନ ରିକେଲ୍ଟନ- ୧୪ ବଲ, ୨୦୨୫
୨. ବୈଭବ ସୂର୍ଯ୍ୟବଂଶୀ-୧୫ ବଲ୍, ୨୦୨୬
୩. କିରନ ପୋଲାଣ୍ଡ- ୧୭ ବଲ, ୨୦୨୧

ବୈଭବ ଗତବର୍ଷ ବି ଦମଦାର ଫର୍ମରେ ଥିଲେ । ଅଣ୍ଡର ୧୯ ବିଶ୍ୱକପ ଫାଇନାଲରେ ଶତକ ହାସଲ କରିଥିଲେ । ଏବେ ଆଇପିଏଲରେ ଲଗାତାର ଧମାକା କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ପାଳିର ପ୍ରଥମ ବଲରେ ତାଙ୍କ କ୍ୟାଚ୍ ମିସ୍ ହୋଇଥିଲା । କାର୍ତ୍ତିକ ଶର୍ମା ତାଙ୍କର ମୁସକିଲ କ୍ୟାଚ ଛାଡିଥିଲେ । ଯାହା ଚେନ୍ନାଇକୁ ମହଙ୍ଗା ପଡିଥିଲା ।

ବୈଭବଙ୍କ ପ୍ରଦର୍ଶନକୁ ନେଇ ବିସିସିଆଇ ଭାଇସ୍ ପ୍ରେସିଡେଣ୍ଟ ରାଜୀବ ଶୁକ୍ଳା ଏକ୍ସରେ କହିଛନ୍ତି, '' ବୈଭବ ସୂର୍ଯ୍ୟବଂଶୀ ଜଣେ ଚମତ୍କାର କ୍ରିକେଟର । କ୍ରିକେଟ ଯାଦୁଗର ସେ । ନୀରିହ ଚେହେରା ମାତ୍ର ବିଶ୍ୱ କ୍ରିକେଟର କୌଣସି ବି ବୋଲରଙ୍କ ସାମ୍ନାରେ ସେ ବିସ୍ଫୋରଣ କରୁଛନ୍ତି । ମୋତେ ଲାଗୁଛି ବୈଭବ ସମସ୍ତଙ୍କ ରେକର୍ଡ ଭାଙ୍ଗିବେ ।