ଗୌହାଟି,୧୦/୦୪: ଆଇପିଏଲ୍‌ ୨୦୨୬ ର ୧୬ତମ ମୁକାବିଲା ଗୌହାଟିର ବର୍ଷାପରା ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ଆରସିବି ମଧ୍ୟରେ ଖେଳାଯିବ। ବର୍ଷା ପାଇଁ ଟସରେ ବିଳମ୍ବ ହେବା ଯୋଗୁ ୭ ଟା ବଦଳରେ ୮ଟାରେ ଟସ୍‌ ପଡ଼ିଥିଲା। ରାଜସ୍ଥାନ ରୟାଲ୍ସ ଅଧିନାୟକ ରିୟାନ ପରାଗ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବ ଆରସିବି। ଜୋଶ ହାଜେଲଉଡ୍ ଆରସିବି ଦଳକୁ ଫେରିଛନ୍ତି। ରାଜସ୍ଥାନ ପକ୍ଷରୁ ତୁଷାର ଦେଶପାଣ୍ଡେ ଆଜି ଖେଳୁନାହାନ୍ତି। ସୂଚନାଥାଉକି, ଉଭୟ ଦଳ ଚଳିତ ଆଇପିଏଲ୍‌ ସିଜନରେ ସେମାନଙ୍କର ବିଜୟ ଧାରା ଜାରି ରଖିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଜିର ମ୍ୟାଚ୍‌ ନିଶ୍ଚୟ ଭାବେ ରୋମାଞ୍ଚକର ହେବ। ଆରସିବି ପକ୍ଷରୁ ବିରାଟ କୋହଲି, ଭୁବନେଶ୍ବର କୁମାର, ଫିଲ୍‌ ସଲ୍ଟଙ୍କ ଉପରେ ନଜର ରହିବ। ସେପଟେ ରାଜସ୍ଥାନ ପକ୍ଷରୁ ଦୁଇ ଓପନର ଯଶସ୍ବୀ ଜୟସ୍ବାଲ ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କର ନଜର ରହିବ। ପଏଣ୍ଟ ଟେବୁଲ କଥା ଯଦି କହିବା, ତେବେ ବର୍ତ୍ତମାନ ସୁଦ୍ଧା ଅର୍ଥାତ୍‌ ୧୫ଟି ମୁକାବିଲା ପରେ ରାଜସ୍ଥାନ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ବେଳେ ଆରସିବି ତୃତୀୟ ସ୍ଥାନରେ ରହିଛି। ଆଜି ଉଭୟ ଦଳ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛନ୍ତି । 

ଆରସିବିର ଚୁଡ଼ାନ୍ତ ଏକାଦଶ :
ବିରାଟ କୋହଲି, ଫିଲ୍ ସଲ୍ଟ, ଦେବଦତ୍ତ ପାଡିକଲ, ରଜତ ପାଟିଦାର (କ୍ୟାପଟେନ), ଜିତେଶ ଶର୍ମା (ୱିକେଟ୍ କିପର), ଟିମ୍ ଡେଭିଡ, ରୋମାରିଓ ସେଫର୍ଡ, କ୍ରୁଣାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଅଭିନନ୍ଦନ ସିଂ ଏବଂ ଜୋଶ ହେଜେଲଉଡ୍।

ରାଜସ୍ଥାନର ଚୁଡ଼ାନ୍ତ ଏକାଦଶ :
ଯଶସ୍ୱୀ ଜୟସୱାଲ, ଧ୍ରୁଭ ଜୁରେଲ (ୱିକେଟ୍ କିପର), ରିୟାନ୍ ପାରାଗ (କ୍ୟାପଟେନ୍), ଶିମ୍ରନ୍ ହେଟମାୟର, ଡୋନୋଭନ୍ ଫରେରା, ରବିନ୍ଦ୍ର ଜାଡେଜା, ଜୋଫ୍ରା ଆର୍ଚର, ନାନ୍ଦ୍ରେ ବର୍ଗର, ସନ୍ଦୀପ ଶର୍ମା, ରବି ବିଷ୍ଣୋଇ ଏବଂ ବ୍ରିଜେଶ ଶର୍ମା।