ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପେଣ୍ଟାଗନ , ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲାହ ଅଲୀ ଖାମେନି ଓ ତାଙ୍କ ପୁଅ ମୋଜତବା ଖାମେନିଙ୍କୁ ଟାର୍ଗେଟ୍ କରିବାକୁ ପ୍ଲାନ୍ ପ୍ରସ୍ତୁତ କରିଥିଲା। ଏହି ଖବର ଆମେରିକୀୟ ଡିଜିଟାଲ ନ୍ୟୁଜ ଆଉଟଲେଟ୍ ଏକ୍ସିୟୋସ୍ ବରିଷ୍ଠ ଆମେରିକୀୟ ଅଧିକାରୀ ଓ ପରାମର୍ଶଦାତାଙ୍କ ଦ୍ୱାରା ପ୍ରକାଶିତ କରିଛି। ରିପୋର୍ଟ ମୁତାବିକ , ଏହି ଯୋଜନା କିଛି ସପ୍ତାହ ପୂର୍ବେ ଟ୍ରମ୍ପଙ୍କୁ ପ୍ରଦାନ କରାଯାଇ ଥିଲା, ଯେଉଁଥିରେ ଖାମେନି , ତାଙ୍କ ପୁଅ ଓ ଅନ୍ୟ ମୁଲ୍ଲାଓଙ୍କୁ ହଟେଇବାର ପ୍ରସ୍ତାବ ମଧ୍ୟ ସାମିଲ ଅଛି।
ରାଷ୍ଟ୍ରପତିଙ୍କ ପରାମର୍ଶଦାତା କହିଛନ୍ତି ଯେ, ପେଣ୍ଟାଗନ ଯଥା ସମ୍ଭବ ସ୍ଥିତି ପାଇଁ ବିକଳ୍ପ ପ୍ରସ୍ତୁତ କରିଛି। ହେଲେ , ହ୍ୱାଇଟ୍ ହାଉସ୍ ଟ୍ରମ୍ପଙ୍କ କୌଣସି ବି ଉଦ୍ଦେଶ୍ୟକୁ ସ୍ପଷ୍ଟ କରି ନାହିଁ ଏବଂ କହିଛି ଯେ, କେବଳ ରାଷ୍ଟ୍ରପତି ହିଁ ଜାଣନ୍ତି ସେ କଣ ପଦକ୍ଷେପ ନେଇ ପାରିବେ। ଏହି ଖୁଲାସା ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ମଧ୍ୟରେ ଆସିଛି, ଯେଉଁଠି ପରମାଣୁ କାର୍ଯ୍ୟକ୍ରମ ଓ କ୍ଷେତ୍ରୀୟ ସ୍ଥିରତା ପ୍ରମୁଖ ପ୍ରସଙ୍ଗ ହୋଇଛି।
ଆମେରିକା-ଇରାନ ସମ୍ୱନ୍ଧରେ ଉତ୍ତେଜନା ସେତେବେଳେ ଆହୁରି ବଢି ଗଲା, ଯେବେ ଟ୍ରମ୍ପ ତେହରାନରେ ଶାସନ ପରିବର୍ତ୍ତନକୁ ସବୁଠୁ ଭଲ ଜିନିଷ ଦର୍ଶାଇ ଥିଲେ। ଏହାର ଉତ୍ତରରେ ଖାମେନି କହିଛନ୍ତି ଯେ, ଏହା ଏକ ଭଲ ସ୍ୱୀକାରୋକ୍ତି, କିନ୍ତୁ ଆମେରିକା ଏହାକୁ ବ୍ୟବହାର କରିପାରିବ ନାହିଁ। ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି ଯେ, ପରମାଣୁ ଚୁକ୍ତି ପାଇଁ ତାଙ୍କ ପାଖରେ କେବଳ ୧୦-୧୫ ଦିନ ବାକି ରହିଛି। ଏହି ମଧ୍ୟରେ ଜେନିଭାରେ ଓମାନର ମଧ୍ୟସ୍ଥତାରେ ପରୋକ୍ଷ ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟ ପୂରଣ ହୋଇଛି, ଯେଉଁଥିରେ ଆମେରିକୀୟ ପ୍ରତିନିଧି ଓ ଇରାନର ବୈଦେଶିକ ମନ୍ତ୍ରୀ ସାମିଲ ହୋଇଛନ୍ତି। ଇରାନ ମାର୍ଗଦର୍ଶକ ସିଦ୍ଧାନ୍ତ ଗୁଡ଼ିକ ଉପରେ ସହମତି ପ୍ରକାଶ କରିଛି , କିନ୍ତୁ ପୂର୍ଣ୍ଣ ଚୁକ୍ତି ଶୀଘ୍ର ହେବାର ସମ୍ଭାବନା କମ୍ ରହିଛି। ଆମେରିକା ଇରାନକୁ ୟୁରେନିୟମ ବୃଦ୍ଧିକୁ ସଂପୂର୍ଣ୍ଣ ରୋକିବା , ବାଲିଷ୍ଟିକ୍ ମିସାଇଲ କାର୍ଯ୍ୟକ୍ରମ ସିମିତ କରିବା ଏବଂ ପ୍ରକ୍ସି ଗ୍ରୁପ୍ର ସମର୍ଥନ ବନ୍ଦ କରିବାକୁ ଦାବି କରୁଛି।