ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

Nepal: ୧୨ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ କଲା ଜରୁରି ଅବତରଣ; ପାର୍କିଂକୁ ଟାଣିଟାଣି ନେଲା ଟ୍ରାକ୍ଟର

Published By : Bijay Swain | April 16, 2025 8:12 PM

ନୂଆଦିଲ୍ଲୀ: ବୁଧବାର ୧୨ ଜଣ ଭାରତୀୟଙ୍କୁ ଧରି ଭାରତକୁ ଫେରୁଥିବା ଏକ ଉଡାଜାହାଜ କାଠମାଣ୍ଡୁ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି। ହାଇଡ୍ରୋଲିକ ସିଷ୍ଟମ କାମ କରିବା ବନ୍ଦ କରିବା ଯୋଗୁଁ ବିମାନଟି ଜରୁରୀ ଅବତରଣ କରିଛି ବୋଲି ଜଣାପଡିଛି।

ସୂଚନା ମୁତାବକ, ନେପାଳର ସୀତା ଏୟାର ନାମକ ଏକ ବ୍ୟକ୍ତିଗତ ଏୟାରଲାଇନ୍ସର ବିମାନ ରାମେଛାପ ଅଞ୍ଚଳରୁ କିଛି ଯାତ୍ରୀଙ୍କୁ ଧରି ତ୍ରୀଭୂବନ ଆନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ଉଡାଣ ଭରିଥିଲା। ତେବେ ୧୪୦ କିଲୋମିଟର ପଥ ଅତିକ୍ରମ କରିବା ପରେ ପାଇଲଟ ବିମାନରେ ଯାନ୍ତ୍ରୀକ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ। ତେଣୁ ବାଧ୍ୟ ହୋଇ ସେ ନିକଟରେ ଥିବା କାଠମାଣ୍ଡୁ ଏୟାରପୋର୍ଟରେ ବିମାନଟିର ଜରୁରୀ ଅବତରଣ କରାଇଥିଲେ। 

ଏହି ବିମାନରେ ୧୨ ଜଣ ଭାରତୀୟଙ୍କ ସମେତ ୨ ଜଣ ନେପାଳି ଓ ୩ ଜଣ କ୍ରିଉ ମେମ୍ୱର ରହିଥିଲେ। ତେବେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଜରୁରି ଅବତରଣ କରିବାପରେ ବିମାନଟିର ଗିଅର ଲିଭର କାମ ନକରିବାକୁ ଏକ ଟ୍ରାକ୍ଟର ସହାୟତାରେ ପାର୍କିଂ ବେ କୁ ନିଆଯାଇଥିଲା। ବିମାନଟିର ହାଇଡ୍ରୋଲିକ ସହ ଗିଅର ଲିଭର କାମ ନକରିବାରୁ ବାଧ୍ୟ ହୋଇ ଏକ ଟ୍ରାକ୍ଟର ସହାୟତାରେ ବିମାନଟିକୁ ପାର୍କିଂ କରାଯାଇଥିଲା ବୋଲି ଅଧିକାରିମାନେ ସୂଚନା ପ୍ରଦାନ କରିଛନ୍ତି। 

ବିମାନଟିରେ 9n-AIE କଲ ସାଇନ ଥିବାରୁ ହାଇଡ୍ରୋଲିକ୍ ଚାପ ହ୍ରାସ ପାଇଥିଲା ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ମେମ୍ୱର ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.