ପ୍ରମୂଖ ଖବର
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ଫେବୃଆରୀ ୧୮ରୁ ଯୁକ୍ତ ୨ ପରୀକ୍ଷା, ୩,୯୩,୬୧୮ପରୀକ୍ଷାର୍ଥୀ ଦେବେ ପରୀକ୍ଷା

Published By : Prameya | February 4, 2025 5:07 PM

ଭୁବନେଶ୍ବର, ୪/୨ :   ଆସନ୍ତା ଫେବୃଆରୀ ୧୮ରୁ ଯୁକ୍ତ ୨ ପରୀକ୍ଷା  । ଏହି ପରୀକ୍ଷା ମାର୍ଚ୍ଚ ୨୭ତାରିଖ ପର୍ଯ୍ୟନ୍ତ ଚାଲିବ । ଦିନ ୧୦ଟାରୁ ଦିନ ୧ଟାଏ ପର୍ଯ୍ୟନ୍ତ ହେବ ପରୀକ୍ଷା । ଚଳିତ ବର୍ଷ ମୋଟ ୩,୯୩,୬୧୮ପରୀକ୍ଷାର୍ଥୀ ପରୀକ୍ଷା ଦେବେ‌‌। ସେହିଭଳି ୧୨୭୬ ସେଣ୍ଟରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । 

ଅନ୍ୟପଟେ ପ୍ରାୟ ସମୟରେ କପି ହେଉ କିମ୍ବା ପ୍ରଶ୍ନପତ୍ର ଲିକକୁ ନେଇ ସମସ୍ୟା ଦେଖାଦେଇଥାଏ । ଏହାକୁ ଦୃଷ୍ଟିରେ ରଖି ସବୁ ସେଣ୍ଟରରେ ସିସିଟିଭି ଲଗାଇବାକୁ ବୋର୍ଡ଼ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା ସରିବାର ୪୫ଦିନ ପରେ ଏହାର ରେଜଲ୍ଟ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.