ଆରମ୍ଭ ହୋଇଗଲା ଯୁକ୍ତ ଦୁଇ ପରୀକ୍ଷା: କଡା ସୁରକ୍ଷା; ମୋବାଇଲ୍, ସ୍ମାର୍ଟ ୱାଚ୍ ବ୍ୟାନ୍

ଭୁବନେଶ୍ୱର ୭/୩: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଚଳିତ ବର୍ଷ ହଜାରେ ୯୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ । କଳାରେ ୨ ଲକ୍ଷ ୩୫ ହଜାର ୧୮୩, ବିଜ୍ଞାନରେ ୯୯ ହଜାର ୧୮, ବାଣିଜ୍ୟରେ ୨୭ ହଜାର ୨୭୮ ଏବଂ ଭୋକେସନାଲରେ ୮ ହଜାର ୫୮ ଜଣ ପରୀକ୍ଷାର୍ଥୀ ରହିଛନ୍ତି ।
ତେବେ ମାଟ୍ରିକ୍ ପରୀକ୍ଷା ଭଳି ଯେମିତି ବିଭ୍ରାଟ ସୃଷ୍ଟି ନହୁଏ ସେଥିପାଇଁ କଡା ସୁରକ୍ଷା ମଧ୍ୟରେ ୧ହଜାର ୨୦୨ଟି ହବ୍ରେ ରଖାଯାଇଥିଲା ପ୍ରଶ୍ନପତ୍ର । ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର ରହିବ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍, ସ୍ମାର୍ଟ ୱାଚ୍ ଏବଂ କାଲ୍କୁଲେଟର ଆଣିବାକୁ ବ୍ୟାନ୍ କରାଯାଇଛି ।