PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆଜିଠୁ ଯୁକ୍ତ ଦୁଇ ମୂଲ୍ୟାୟନ, ଦୁଇ ପର୍ଯ୍ୟାୟରେ ହେବ ଖାତାଦେଖା

source:scroll.in

ଭୁବନେଶ୍ୱର,୭ ।୪(ବ୍ୟୁରୋ): ଆସନ୍ତାକାଲି (ସୋମବାର)ରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ର ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ । ଦୁଇଟି ପର୍ଯ୍ୟାୟରେ ଖାତାଦେଖା ହେବ । ପ୍ରଥମ ପର୍ଯ୍ୟାୟ ଖାତା ଦେଖା ୨୨ତାରିଖରେ ସରିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ୨୩ରୁ ଆରମ୍ଭ ହେବ । ଯାହା ଖାତା ଦେଖା ଶେଷ ହେବା ଯାଏଁ ଚାଲିବ । ଉଭୟ ଅନଲାଇନ୍‌ ଓ ଅଫଲାଇନ୍‌ରେ ଖାତା ଦେଖା ହେବ । ଅଫଲାଇନ୍‌ ଖାତା ଦେଖା ପାଇଁ ୫୮ଟି କେନ୍ଦ୍ର ହୋଇଥିବା ବେଳେ ଅନଲାଇନ୍‌ ପାଇଁ ୩୬ଟି କେନ୍ଦ୍ର ହେବ । ପାଖାପାଖି ୧୬ ହଜାର ଅଧ୍ୟାପକ ଖାତା ଦେଖିବେ ବୋଲି ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି । ତେବେ ଖାତା ମୂଲ୍ୟାୟନ ସମୟରେ କେନ୍ଦ୍ର ଭିତରକୁ ମୋବାଇଲ୍‌ ନେବା ପାଇଁ ବାରଣ କରାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି । ଉଲ୍ଲେଖଯୋଗ୍ୟ ଚଳିତ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୩୫ହଜାର ୧୮୩, ବିଜ୍ଞାନରେ ୯୯ହଜାର୧୮, ବାଣିଜ୍ୟରେ ୨୭ ହଜାର ୨୭୮ ଓ ଧନ୍ଦାମୂଳକରେ ୮ହଜାର ୫୮ଜଣ ପରୀକ୍ଷା ଦେଇଛନ୍ତି ।