ଭୁବନେଶ୍ୱର, ୦୬/୦୭: ଯୁକ୍ତ  ତିନି ନାମଲେଖାର ତୃତୀୟ ପର୍ଯ୍ୟାୟ ଶେଷ ହୋଇଛି । ଆସନ୍ତା ସୋମବାରଠୁ  ୱେଟିଂ ଲିଷ୍ଟ ତଥା ସ୍ପଟ୍‌ ନାମଲେଖା  ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ୧୦  ତାରିଖ ମଧ୍ୟରେ ଏଥିପାଇଁ ଆବେଦନର  ସୁଯୋଗ ମିଳିବ । ୧୨ ତାରିଖରେ ମେଧା ତାଲିକା ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ପ୍ରକାଶ  ପାଇବ । ୧୪ ତାରିଖ ଅପରାହ୍ଣ ୨ଟାରେ  ଉଚ୍ଚଶିକ୍ଷାନୁଷ୍ଠାନ ନିଜର ନୋଟିସ୍‌ ବୋର୍ଡ  ଓ ୱେବ୍‌ସାଇଟ୍‌ରେ ମେଧାତାଲିକା  ପ୍ରକାଶ କରିବେ । ୧୫ ଓ ୧୬ ତାରିଖ  ନାମଲେଖା ହେବ । କିନ୍ତୁ ଆସନ୍ତା ୧୦  ତାରିଖରୁ ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି । 

ସୂଚନାଯୋଗ୍ୟ,  ସାମ୍‌ସର ତଥ୍ୟ ଅନୁଯାୟୀ, ଯୁକ୍ତ  ତିନି ନାମଲେଖା ପାଇଁ ୨ ଲକ୍ଷ ୭୩  ହଜାର ୯୯୩ ସିଟ୍‌ ରହିଛି । ଏଥିରୁ  ତୃତୀୟ ପର୍ଯ୍ୟାୟ ସୁଦ୍ଧା ୧ ଲକ୍ଷ ୬୦  ହଜାର ୯୩ ଜଣ ନାମଲେଖାଇଛନ୍ତି।