ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ସୋମବାରଠୁ ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ,୧୦ରୁ ଆରମ୍ଭ ହେବ ପାଠପଢ଼ା

Published By : Prameya | July 6, 2025 11:28 AM

ଭୁବନେଶ୍ୱର, ୦୬/୦୭: ଯୁକ୍ତ  ତିନି ନାମଲେଖାର ତୃତୀୟ ପର୍ଯ୍ୟାୟ ଶେଷ ହୋଇଛି । ଆସନ୍ତା ସୋମବାରଠୁ  ୱେଟିଂ ଲିଷ୍ଟ ତଥା ସ୍ପଟ୍‌ ନାମଲେଖା  ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ୧୦  ତାରିଖ ମଧ୍ୟରେ ଏଥିପାଇଁ ଆବେଦନର  ସୁଯୋଗ ମିଳିବ । ୧୨ ତାରିଖରେ ମେଧା ତାଲିକା ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ପ୍ରକାଶ  ପାଇବ । ୧୪ ତାରିଖ ଅପରାହ୍ଣ ୨ଟାରେ  ଉଚ୍ଚଶିକ୍ଷାନୁଷ୍ଠାନ ନିଜର ନୋଟିସ୍‌ ବୋର୍ଡ  ଓ ୱେବ୍‌ସାଇଟ୍‌ରେ ମେଧାତାଲିକା  ପ୍ରକାଶ କରିବେ । ୧୫ ଓ ୧୬ ତାରିଖ  ନାମଲେଖା ହେବ । କିନ୍ତୁ ଆସନ୍ତା ୧୦  ତାରିଖରୁ ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି । 

ସୂଚନାଯୋଗ୍ୟ,  ସାମ୍‌ସର ତଥ୍ୟ ଅନୁଯାୟୀ, ଯୁକ୍ତ  ତିନି ନାମଲେଖା ପାଇଁ ୨ ଲକ୍ଷ ୭୩  ହଜାର ୯୯୩ ସିଟ୍‌ ରହିଛି । ଏଥିରୁ  ତୃତୀୟ ପର୍ଯ୍ୟାୟ ସୁଦ୍ଧା ୧ ଲକ୍ଷ ୬୦  ହଜାର ୯୩ ଜଣ ନାମଲେଖାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.