ନୂଆଦିଲ୍ଲୀ : ପ୍ରାଇଭେଟ୍ ସେକ୍ଟରର ଏୟାରଲାଇନ ଇଣ୍ଡିଗୋର ସଙ୍କଟକୁ ଖୁବ୍ ଶୀଘ୍ର ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେଇଛନ୍ତି। ସରକାରୀ ସୂତ୍ରରୁ ବିଜନେସ୍ ଟୁଡେକୁ ସ୍ପଷ୍ଟ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡିଗୋର ସଦ୍ୟ ସଙ୍କଟ ବିଷୟରେ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) କଥିତ ଭାବେ ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କ ସହ ସିଧା ସଂପର୍କରେ ଅଛି ଏବଂ ଏୟାରଲାଇନକୁ ଖୁବ୍ ଶୀଘ୍ର ନିଜର ପରିଚାଳନ କାର୍ଯ୍ୟ ଆରମ୍ଭ କରିବାକୁ କହିଛି।

ସୂତ୍ରାନୁସାରେ ,ଏଲବର୍ସ ପରିଚାଳନା ସ୍ଥିର କରିବା ପାଇଁ ସରକାରଙ୍କ ଠାରୁ ୧୦ ଦିନର ସମୟ ମାଗିଛନ୍ତି। ଏଲବର୍ସ କେନ୍ଦ୍ର ସରକାରଙ୍କୁ ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ ଅର୍ଥାତ୍ ଏଫଡିଟିଏଲ୍ ମାନଦଣ୍ଡରେ କୋହଳ କରିବାକୁ ଅନୁରୋଧ କରିଛନ୍ତି, ଯାହା ବହୁତ କଠିନ। ଇଣ୍ଡିଗୋ ଶନିବାର ୮୦୦ରୁ ଅଧିକ ଘରୋଇ ଉଡ଼ାଣ ବାତିଲ କରି ଦେଇଛି।

ଏହା ପୂର୍ବରୁ ଶୁକ୍ରବାର କମ୍ପାନୀ ୧,୦୦୦ରୁ ଅଧିକ ଉଡ଼ାଣ ବାତିଲ କରି ଦେଇଥିଲା। ହେଲେ, କମ୍ପାନୀ କହିଛି ଯେ, ସେ ଗ୍ରାହକଙ୍କୁ ଟିକେଟ୍ ଟଙ୍କା ଫେରସ୍ତ କରିବା ସହ ଜଡ଼ିତ ସବୁ ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରୁଛି। ଆପଣଙ୍କୁ କହି ରଖୁଛୁ କି , ଇଣ୍ଡିଗୋକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ପକ୍ଷରୁ ପାଇଲଟଙ୍କ ପାଇଁ ନୂତନ ଉଡ଼ାଣ ଶୁଳ୍କ (ଡ୍ୟୁଟି) ଏବଂ ବିଶ୍ରାମ ଅବଧିର ମାନଦଣ୍ଡର ଦ୍ଵିତୀୟ ପର୍ଯ୍ୟାୟରେ ବଡ଼ ଛାଡ଼ ଦିଆଯାଇଛି। କମ୍ପାନୀ ବିମାନ ସୁରକ୍ଷା ନିୟାମକକୁ କହିଥିଲା ଯେ, ପର୍ଯ୍ୟାୟ-୨ ଏଫଡିଟିଏଲ ଆବଶ୍ୟକତା ଅନୁସାରେ ରୋଷ୍ଟର ଯୋଜନା ଓ ଚାଳକ ଦଳର ଉପଲବ୍ଧତାରେ ଗୁରୁତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନଶୀଳ ଚ୍ୟାଲେଞ୍ଜର ସମ୍ମୁଖୀନ କରିବାକୁ ପଡୁଛି।

ଏହା ପୂର୍ବରୁ ସକାଳେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲା ଯେ, ସେ ରବିବାର ସନ୍ଧ୍ୟା ସୁଦ୍ଧା ବାତିଲ ଉଡ଼ାଣଗୁଡ଼ିକ ପାଇଁ ଟିକେଟ୍ ଶୁଳ୍କ ଫେରସ୍ତ ପ୍ରକ୍ରିୟା ପୂରା କରି ନେଉ, ତଥା ଏହା ସୁନିଶ୍ଚିତ କରୁ ଯେ, ଯାତ୍ରୀଙ୍କ ଜିନିଷ ଆଗାମୀ ଦୁଇ ଦିନରେ ତାଙ୍କୁ ପହଞ୍ଚାଇ ଦିଆଯିବ, କାରଣ ତାର ସେବାରେ ବଡ଼ ସ୍ତରରେ ବ୍ୟବଧାନ ସୃଷ୍ଟି ହୋଇଛି। ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ, ଶୁଳ୍କ ଫେରସ୍ତର ପ୍ରକ୍ରିୟାରେ କୌଣସି ବି ପ୍ରକାରର ବିଳମ୍ୱ କିମ୍ୱା ଅବମାନନା କଲେ ତୁରନ୍ତ ନିୟାମକ କାର୍ଯ୍ୟାନୁଷ୍ଠାନ ନିଆଯିବ।