ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନର ପ୍ରଧାନମନ୍ତ୍ରୀ ସନାଏ ତାକାଇଚି ଦିଲ୍ଳୀର ହାଇଦ୍ରାବାଦ ହାଉସରେ ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହାପରେ ମିଳିତ ପ୍ରେସ ବାର୍ତ୍ତାରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ପାର୍ଟନସିପ୍‌କୁ ଆହୁରି ସୁଦୃଢ କରିବାର ସଂକଳ୍ପ ନେଇଛନ୍ତି। ଏହି ସମୟରେ ପିଏମ୍ ମୋଦି ଜାପାନ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ନିଜର ସାନ ଭଉଣୀ ବୋଲି କହି ସମ୍ବୋଧିତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତାକାଇଚି ଜଣେ ଦୂରଦର୍ଶୀ ଓ ଲୋକପ୍ରିୟ ନେତା। ପ୍ରଧାନମନ୍ତ୍ରୀ ତାକାଇଚି ଓ ମୋର ବିଶ୍ବାସ ଯେ ଟେକ୍ନୋଲୋଜି ପାର୍ଟନରସିପ୍ ଆମର ସହଯୋଗକୁ ସବୁଠାରୁ ମଜବୁତ ସ୍ତମ୍ବ ପାଲଟିବ।  ଏହି ଭିଜନକୁ ସାକାର କରିବା ପାଇଁ ଆଜି ଏଆଇ କ୍ଷେତ୍ରରେ ଆମେ ଏକ ଜଏଣ୍ଟ ଷ୍ଟେଟମେଣ୍ଟ ଜାରି କରିଛୁ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ତାକାଇଚି ନାରା ପ୍ରିଫେକଚରରୁ ଆସନ୍ତି, ଯାହା ମିଳିତ ବୌଦ୍ଧିକ ଐତିହାସର କେନ୍ଦ୍ର। ଜି-7 ରେ ମୁଁ କହିଥିଲି ଅସ୍ଥିରତା ଭିତରେ ଏହା ଏକ ବିଶ୍ବ ସ୍ତରୀୟ ରଣନୀତି।  ଭାରତ-ଜାପାନକୁ ମିଳିତ ଉଦ୍ୟମ ସଫଳ ହୋଇଛି। ଗତ କିଛି ଦଶର୍କରେ ଅଟୋମେଟିଭରୁ ନେଇ ଇଲୋକ୍ଟେ୍ରାନିକ୍ସ ପର୍ଯ୍ୟନ୍ତ ଜାପାନର ଗ୍ରୋଥ ଷ୍ଟୋରୀ ଗୁରୁତ୍ବପୂର୍ଣ୍ଣ ପାର୍ଟନର ହୋଇ ରହିଛି। ଦୋସ୍ତି ଓ ବିଶ୍ବାସର ଏକ ଅମୂଲ୍ୟ ପୁଞ୍ଜି ପାଲଟିଛି। ଆଜି ତାକାଇଚିଙ୍କ ଯାତ୍ରା ଆମକୁ ସ୍ପେଶାଲ ଷ୍ଟ୍ରାଟେଜିକ୍ ଆଣ୍ଡ ଗ୍ଲୋବାଲ ପାର୍ଟନରସିପ୍‌ ପାଇଁ ନୂଆ ଅଧ୍ୟାୟର ଆରମ୍ଭ କରୁଛି।

ଏହା ପୂର୍ବରୁ ଗୁରୁବାର ନୂଆଦିଳ୍ଳୀର ହାଇଦ୍ରାବାଦ ହାଉସରେ ମୋଦି ଓ ତାକାଇଚିଙ୍କ ଭିତରେ ଦ୍ବିପାକ୍ଷିକ ବୈଠକ ହୋଇଥିଲା ।ଏହି ବୈଠକରେ ଭାରତ ଓ ଜାପାନର ନିବେଶ ନିରନ୍ତର ସୁଦୃଢ ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଦୁଇ ନେତା ଫାର୍ମା, ନିବେଶ, ପ୍ରତିରକ୍ଷା, ସେମିକଣ୍ଡକ୍ଟର, କ୍ରିଟିକାଲ ମିନେରାଲନ୍ସ , ସପ୍ଲାଇ ଚେନ୍, ସାମୁଦ୍ରିକ ସୁରକ୍ଷା ଏବଂ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ବୈଠକ ୧୬ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀର ଏକ ଅଂଶ ଥିଲା। ଏହା ପୂର୍ବରୁ ରାଷ୍ଟ୍ରପତି ଭବନରେ ତାକାଇଚିଙ୍କୁ ଆନୁଷ୍ଠାନିକ ସ୍ୱାଗତ ଏବଂ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।

ଆହୁରି ପଢନ୍ତୁ : ଚୀନ-ଆମେରିକାକୁ ପ୍ରଶଂସା, ଭାରତକୁ ନେଇ ଏମିତି କହିଲେ ଇନ୍ଦ୍ରା