ଗୋପାଳପୁର,୦୨/୦୭: ପ୍ଲଟ୍‌ ବ୍ୟବସାୟୀ ସୁଧୀର ପାତ୍ର  ହତ୍ୟା ମାମଲାରେ ଦୁଇଜଣ  ଅଭିଯୁକ୍ତ ଗୁଜୁରାଟର ସରୋଜ ପଣ୍ଡା  ଓ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକଙ୍କୁ ଦୁଇଦିନିଆ ରିମାଣ୍ଡରେ  ଆଣିଛି ଗୋପାଳପୁର ଥାନା ପୁଲିସ ।  ବ୍ରହ୍ମପୁର ଜେଲ୍‌ରୁ ସ୍ୱତନ୍ତ୍ର ସୁରକ୍ଷା  ଭିତରେ ଅଣାଯାଇ ତାଙ୍କୁ ସ୍ୱାସ୍ଥ୍ୟ  ପରୀକ୍ଷା ପରେ  ଥାନାକୁ ଆଣି ଜେରା  କରିଛି ପୁଲିସ । ସଦର ଏସ୍‌ଡିପିଓ  ଶୁଭ୍ରାଂଶୁ ଶେଖର ପରିଡ଼ା, ଥାନା  ଅଧିକାରୀ ସତ୍ୟ ରଞ୍ଜନ ଲେଙ୍କା  କିପରି ଅପହରଣ କଲେ ଏବଂ ତାଙ୍କୁ  କିଭଳି ହତ୍ୟା କରିଛନ୍ତି ସେନେଇ  ଉଭୟ ଅଭିଯୁକ୍ତଙ୍କୁ ଅଲଗା ଅଲଗା  ଜେରା କରିଥିଲେ ।

ସୂଚନା ପ୍ରକାରେ  ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର  ଅପହରଣ ଓ ହତ୍ୟା  ମାମଲାରେ  ପୁଲିସ ଚାରି ଜଣକୁ ରାଜସ୍ଥାନରୁ  ରିମାଣ୍ଡରେ ଆଣିଥିବା ବେଳେ  ଗୁଜୁରାଟର ସରୋଜ ପଣ୍ଡା, ବଡ଼ଗଡ଼  ଥାନା ନୂଆଗାଁର ରଞ୍ଜନ ମଲ୍ଲିକ ପୁଲିସ  କବଳରୁ ଖସି ଯାଉଥିବା ବେଳେ  ପୁଲିସ ଉଭୟଙ୍କୁ ଏନକାଉଣ୍ଟର  କରିଥିଲା । ସେମାନଙ୍କ ଗୋଡ଼ରେ  ଆଘାତ ଲାଗିଥିବାରୁ ସେମାନଙ୍କୁ  ବ୍ରହ୍ମପୁର ଏମ୍‌କେସିଜିରେ  ଚିକିତ୍ସା ପରେ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ :-  Sudhir Patra Case: ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା, ଡେମୋ ଦେଖାଇଲେ ଦୁଇ ଅଭିଯୁକ୍ତ