ନୂଆଦିଲ୍ଲୀ,୧୧/୦୬;  ଦିଲ୍ଲୀରେ ନୀତି ଆୟୋଗ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚାଲିଛି ନୀତି ଆୟୋଗର ଗଭର୍ନିଂ କାଉନସିଲ ବୈଠକ । ଅର୍ଥନୀତିର ଭବିଷ୍ୟତ ରୋଡମ୍ୟାପ୍  ଉପରେ ଚାଲିଛି ମନ୍ଥନ । ଏଥିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ସାମିଲ ହୋଇଛନ୍ତି ।  ବୈଠକରେ ‘ବିକଶିତ ଭାରତ -୨୦୪୭  ଉପରେ ଆଲୋଚନା ଚାଲିଥିବା ସୂଚନା ମିଳିଛି ।  

କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି, ବିକାଶମୂଳକ ନୀତିର କାର୍ଯ୍ୟକାରିତା ଏବଂ “ବିକଶିତ ଭାରତ ୨୦୪୭” ଲକ୍ଷ୍ୟ ପୂରଣ ପାଇଁ ଏହି ବୈଠକରେ ଗୁରୁତ୍ୱ ଦିଆଯାଉଛି ।  ରୋଜଗାର ସୃଷ୍ଟି, ନିବେଶ ଆକର୍ଷଣ, କୌଶଳ ବିକାଶ, ସହରୀକରଣ ଓ ଗ୍ରାମୀଣ ବିକାଶ ଭଳି ବିଷୟ ଆଲୋଚନାର କେନ୍ଦ୍ରବିନ୍ଦୁରେ ରହିପାରେ। ଓଡ଼ିଶା ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିକାଶ ପ୍ରକଳ୍ପ, ଶିଳ୍ପ ନିବେଶ, ଖଣିଜ ସମ୍ପଦର ସଦୁପଯୋଗ, ପର୍ଯ୍ୟଟନ, କୃଷି ଓ ଆଦିବାସୀ ଅଞ୍ଚଳର ବିକାଶ ସମ୍ପର୍କିତ ପ୍ରସଙ୍ଗ ଉଠାଇପାରନ୍ତି। ରାଜ୍ୟର ଦ୍ରୁତ ଆର୍ଥିକ ବିକାଶ ସହିତ ଭିତ୍ତିଭୂମି କ୍ଷେତ୍ରରେ ଅଧିକ କେନ୍ଦ୍ରୀୟ ସହଯୋଗ ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦେଇପାରନ୍ତି । ଏ ବର୍ଷ ବି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ରଙ୍ଗାସ୍ୱାମୀ ବୈଠକରେ ସାମିଲ ହୋଇନାହାନ୍ତି ।

ଏହା ବି ପଢନ୍ତୁ...Supreme Court: ରାଷ୍ଟ୍ରନିର୍ମାଣରେ ଗୃହିଣୀଙ୍କର ରହିଛି ଭୂମିକା, ମାସିକ ୩୦ ହଜାର ଟଙ୍କାର ହକଦାର !