ଭୁବନେଶ୍ଵର, ୧୧/୦୬ : ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଗୋଚର ଏବଂ ତାଙ୍କ ଦୃଷ୍ଟି ଖୁବ୍ ଗୁରୁତ୍ଵପୂର୍ଣ୍ଣ। ଜୁନ୍ ମାସରେ ଏଭଳି ଏକ ମହାସଂଯୋଗ ହେବାକୁ ଯାଉଛି। ଏହାକୁ ଲାଭ ଦୃଷ୍ଟି ଯୋଗ କୁହାଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ଜୁନ ୨୮ରୁ ଦେବଗୁରୁ ବୃହସ୍ପତି ଏବଂ ସାହସର କାରକ ମଙ୍ଗଳ ଦେବଙ୍କ ମହାସଂଯୋଗ ଯୋଗୁଁ ଖୁବ୍ ଶୁଭ ଯୋଗ ସୃଷ୍ଟି ହେବ। କୁଣ୍ଡଳୀରେ ଯେତେବେଳେ ମଙ୍ଗଳ ଓ ଗୁରୁଙ୍କ ମହାସଂଯୋଗ ହୁଏ ସେତେବେଳେ ଜ୍ଞାନ, ପରାକ୍ରମ ଏବଂ ଧନଧାନ୍ୟ ବୃଦ୍ଧି ହୁଏ। ତେବେ ଜାଣନ୍ତୁ ଏହି ମହାସଂଯୋଗ ଯୋଗୁଁ କେଉଁ ରାଶି ଉପରେ ପଡ଼ିବ ସବୁଠୁ ଅଧିକ ସକାରାତ୍ମକ ପ୍ରଭାବ...
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁଙ୍କୁ ଭାଗ୍ୟ, ସମୃଦ୍ଧି ଏବଂ ଜ୍ଞାନର କାରକ କୁହାଯାଏ। ସେହିପରି ମଙ୍ଗଳ ଶକ୍ତି, ଭୂମି ଏବଂ ସାହାସର ପ୍ରତୀକ। ତେଣୁ ଏହି ଦୁଇ ଗ୍ରହଙ୍କ ମହାସଂଯୋଗରେ ଅଟକିଥିବା କାମ ପୂରଣ ହୁଏ। ଆର୍ଥିକ ଦୂରାବସ୍ଥା ଦୂର ହୁଏ, କ୍ୟାରିଅରରେ ଅପ୍ରତ୍ୟାଶିତ ଭାବେ ସଫଳତା ମିଳେ। ତେବେ ୧୨ଟି ରାଶି ଉପରେ ଏହି ଶୁଭ ସଂଯୋଗ ପଡିବ। ହେଲେ ୪ଟି ରାଶି ଉପରେ ଅଧିକ ପ୍ରଭାବ ପଡ଼ିବ।
୧-ମେଷ ରାଶି
ମେଷ ରାଶିର ସ୍ଵାମୀ ସ୍ଵୟଂ ମଙ୍ଗଳ ଦେବ। ମହାସଂଯୋଗ ଯୋଗୁଁ ଏହି ରାଶିର ବ୍ୟକ୍ତିଙ୍କ ଆତ୍ମବିଶ୍ଵାସ ବଢିବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ବଢିବ। ପଦୋନ୍ନତିର ଯୋଗ ରହିଛି। ଦୀର୍ଘ ଦିନ ହେଲା ଅଟକି ରହିଥିବା କାମ ପୂରଣ ହେବ। ନିବେଶ ପାଇଁ ଏହା ଉତ୍ତମ ସମୟ।
୨-ସିଂହ ରାଶି
ଏହି ରାଶିର ବ୍ୟକ୍ତିଙ୍କ ମାନ-ସମ୍ମାନ ବୃଦ୍ଧି ହେବ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ୨୮ ପରେ ସମୟ ଅନୁକୂଳ ହେବ। ପୈତୃକ ସମ୍ପତ୍ତି ସହ ଜଡ଼ିତ ବିବାଦର ସମାଧାନ ହେବ। ଧନ ପ୍ରାପ୍ତି ହେବ।
୩-ଧନୁ ରାଶି
ଧନୁ ରାଶିର ସ୍ଵାମୀ ବୃହସ୍ପତି। ବିଦ୍ୟାର୍ଥୀଙ୍କ ପାଇଁ ଏହା ସ୍ଵର୍ଣ୍ଣିମ କାଳ। କୌଣସି ବଡ଼ ପରୀକ୍ଷା କିମ୍ଵା ଇଣ୍ଟର୍ଭ୍ୟୁରେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ସମାଜରେ ପ୍ରତିଷ୍ଠା ବଢିବ।
୪-ମକର ରାଶି
ଏହି ରାଶିର ଲୋକଙ୍କୁ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ଆୟର ନୂଆ ସ୍ରୋତ ତିଆରି ହେବ। ଚାକିରି ବଦଳାଇବାକୁ ଚାହୁଁଥିଲେ ଆପଣଙ୍କୁ ଭଲ ଅଫର ମିଳିବ। ପରିବାରରେ ଚାଲୁଥିବା ବିବାଦ ଦୂର ହେବ।
ଶୁଭ ଫଳ ପାଇଁ କରନ୍ତୁ ଏହି ଉପାୟ :
-ଭଗବାନ ବିଷ୍ଣୁ ଏବଂ ଭଗବାନ ହନୁମାନଙ୍କ ମିଳିତ ପୂଜା କରନ୍ତୁ।
-ଗୁରୁବାର ଏବଂ ମଙ୍ଗଳବାର ଦିନ ହଳଦିଆ କିମ୍ବା ଲାଲ ପୋଷାକ ପିନ୍ଧନ୍ତୁ।
-ଗୁରୁ ମନ୍ତ୍ର କିମ୍ବା ହନୁମାନ ଚାଳିଶା ପାଠ କରିବା ଅତ୍ୟନ୍ତ ଫଳପ୍ରଦ ହେବ।
ଆହୁରି ପଢନ୍ତୁ- Today Horoscope : ଏହି ରାଶିର ବ୍ୟକ୍ତିଙ୍କ ସମସ୍ତ ବାଧାବିଘ୍ନ ଓ ପ୍ରତିବନ୍ଧକ ଦୂର ହେବ