ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ "ବିଶ୍ୱାସଘାତକ" ସମ୍ପର୍କିତ ଆପତ୍ତିଜନକ ମନ୍ତବ୍ୟକୁ ନେଇ ପାଲଟା ଆକ୍ରମଣ କରିଛନ୍ତି। ନୀତିନ ନବୀନ କେବଳ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ଦୁର୍ଭାଗ୍ୟଜନକ କହି ନାହାଁନ୍ତି , ବରଂ ତାଙ୍କୁ ଅରାଜକତାବାଦୀ ମାନସିକତା ଥିବା ବ୍ୟକ୍ତି ବୋଲି କହିଛନ୍ତି। ବିଜେପି ନେତା ଏହା ମଧ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏବଂ ତାଙ୍କ ଦଳକୁ ଏହାର ବହୁତ ମୂଲ୍ୟ ଦେବାକୁ ପଡିବ।
ବିଜେପି ଅଧ୍ୟକ୍ଷ ନୀତିନ ନବୀନ ନ୍ୟୁଜ୍ ଏଜେନ୍ସି ANIକୁ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଆଜିର ବକ୍ତବ୍ୟ ଖୁବ୍ ଦୁର୍ଭାଗ୍ୟଜନକ ଏବଂ କେଉଁଠି ନା କେଉଁଠି ତାଙ୍କର ଅରାଜକତାବାଦୀ ମାନସିକତାକୁ ପ୍ରତିଫଳିତ କରୁଛି । ଭାରତୀୟ ରାଜନୀତିରେ ଯେଉଁଠାରେ ପବିତ୍ରତା, ସାମାଜିକତା ଏବଂ ପାରସ୍ପରିକ ସମ୍ମାନ ଦେବାର ପ୍ରକ୍ରିୟା ରହିଛି , ଏଥିରେ ତାଙ୍କର ବକ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ବିଜେପି ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପୂର୍ବଜମାନେ ଏହି ଦେଶର ବିବେକ ଓ ଜମିକୁ ସର୍ବଦା ବନ୍ଧକ ରଖିବାର କାମ କରିଛନ୍ତି। କେବେ ବି ଦେଶର ସୈନିକଙ୍କ ମନୋବଳ ବୃଦ୍ଧି କରିବା କାମ କରି ନାହାନ୍ତି। ନୀତିନ ନବୀନ ରାହୁଲ ଗାନ୍ଧୀଙ୍କୁ ପଚାରିଛନ୍ତି , ନକ୍ସଲବାଦ ବନ୍ଦ କରିବା କଣ ବିଶ୍ୱାସଘାତକତା ? ଏହି ଦେଶର ଭୂଇଁକୁ ସୁରକ୍ଷିତ ରଖିବା କଣ ବିଶ୍ୱାସଘାତକ ? ସମଗ୍ର ବିଶ୍ୱରେ ଏହି ଦେଶର ତ୍ରିରଙ୍ଗାର ସମ୍ମାନ କରିବା କଣ ବିଶ୍ୱାସଘାତକତା ?
ରାହୁଲ ଗାନ୍ଧୀଙ୍କ ପିଏମ୍ ମୋଦି , ଗୃହମନ୍ତ୍ରୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ –
#WATCH | Delhi | On Lok Sabha LoP & Congress leader Rahul Gandhi’s statement, BJP National President Nitin Nabin says, "Rahul Gandhi’s statement today is deeply unfortunate and, in a way, reveals his anarchic mindset. I believe that in the context of Indian politics where… pic.twitter.com/mDlqaUN0Xf
— ANI (@ANI) May 20, 2026
ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ସମୟରେ ନିଜର ସଂସଦୀୟ କ୍ଷେତ୍ର ୟୁପିର ରାୟବରେଲିରେ ଅଛନ୍ତି। ବୁଧବାର ସେ ସେଠାରେ ଏକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ବଡ଼ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଆପଣଙ୍କର ପ୍ରଧାନମନ୍ତ୍ରୀ ବିଶ୍ୱାସଘାତକ, ଆପଣଙ୍କର ଗୃହ ମନ୍ତ୍ରୀ ବିଶ୍ୱାସଘାତକ। ସେ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅପମାନଜନକ ଅଭିଯୋଗ ଆଣି କହିଥିଲେ, ନରେନ୍ଦ୍ର ମୋଦି ଭାରତର ଆର୍ଥିକ ସିଷ୍ଟମକୁ ବିକ୍ରି କରି ଦେଇଛନ୍ତି। ତାଙ୍କର ଅଭିଯୋଗ ଯେ, ପିଏମ୍ ମୋଦି ଉଦ୍ୟୋଗପତି ଗୌତମ ଆଦାନୀ , ମୁକେଶ ଅମ୍ୱାନୀ ଓ ଆମେରିକାକୁ ଭାରତର ପୂରା ସିଷ୍ଟମ ଧରାଇ ଦେଇଛନ୍ତି। କଂଗ୍ରେସ ନେତା ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ଏମିତି ସମୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତ , ଯେବେ ସେ ବିଦେଶ ଗସ୍ତରେ ଅଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : ମୁଣ୍ଡ ଉପରେ ଆର୍ଥିକ ତୁଫାନ, ପ୍ରଧାନମନ୍ତ୍ରୀ ଇଟାଲୀରେ ଚକୋଲେଟ୍ ବାଣ୍ଟୁଛନ୍ତି