ନୂଆଦିଲ୍ଲୀ, ୨୦/୦୫: ମୁଣ୍ଡ ଉପରେ ଅର୍ଥନୈତିକ ଝଡ଼ । ଦେଶ ଆର୍ଥିକ ମାନ୍ଦାବସ୍ଥା ଦିଗରେ ଗତି କରୁଛି । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମେଲୋଡି' ଟଫି ବାଣ୍ଟୁଛନ୍ତି । ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଚକୋଲେଟ୍ ଅଫର କରିବାକୁ ନେଇ କଟାକ୍ଷ କରିଛନ୍ତି ରାହୁଲ ଗାନ୍ଧି । ବିରୋଧୀ ଦଳ ନେତା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି । ମୁଣ୍ଡ ଉପରେ ଆର୍ଥିକ ଝଡ଼, ହେଲେ ଆମ ପ୍ରଧାନମନ୍ତ୍ରୀ ଇଟାଲୀରେ ଟଫି ବାଣ୍ଟୁଛନ୍ତି ।

ସେ ଆହୁରି ଲେଖିଛନ୍ତି, ଦେଶରେ ଯୁବପିଢୀ, ମହିଳା, ଚାଷୀ, ମଜଦୁର ଏବଂ ଛୋଟ ବ୍ୟବସାୟୀ ରୋଜଗାର ନେଇ ଟେନସନରେ ରହିଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ହସିହସି ରିଲ୍ ବନାଉଛନ୍ତି । ଏହାକୁ ଦେଖି ବିଜେପି ନିତେ ତାଳି ମାରୁଛନ୍ତି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏହାକୁ ନେତୃତ୍ବ ନୁହେଁ ନୌଟଙ୍କି ବୋଲି ନିଜ ପୋଷ୍ଟରେ ଦର୍ଶାଇଛନ୍ତି ।

​​​​​​​

ସୂଚନା ମୁତାବକ, ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତରେ ଅଛନ୍ତି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜି ନିବେଶ କ୍ଷେତ୍ରରେ ଚୁକ୍ତିସ୍ବାକ୍ଷର ହେବାର ଆଶା ରହିଛନ୍ତି । ଗତକାଲି ପିଏମ୍ ମୋଦି ଇଟାଲୀରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଇଟାଲୀ ପିଏମ୍ ଜର୍ଜିଆ ମେଲୋନି ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଡିନର ଅଫର କରିଥିଲେ । ପିଏମ୍ ମୋଦି ମଧ୍ୟ ମେଲୋନିଙ୍କୁ ମେଲୋଡି ଚକୋଲେଟ୍ ଗିଫ୍ଟ କରିଥିଲେ । ତେବେ ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ‘ମେଲୋଡି’ ଟ୍ରେଣ୍ଡ୍ କରୁଛି । ଏହାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କଟାକ୍ଷ କରିଛନ୍ତି ।...

ଅଧିକ ପଢ଼ନ୍ତୁ- ରାହୁଲଙ୍କ ବୟାନକୁ ନେଇ ବିବାଦ : ମୋଦି-ଶାହଙ୍କୁ କହିଲେ ବିଶ୍ୱାସଘାତକ, ବିଜେପି କହିଲା ‘ଅର୍ବାନ ନକ୍ସଲ’​​​​​​​