PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ସ୍ବୟଂସେବକ ଏବଂ ପ୍ରଚାରକ’: RSS ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ ୨୦/ ୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ପ୍ରଶଂସା କରିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ । RSS ମୁଖ୍ୟ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ସ୍ବୟଂସେବକ । ଏପରିକି ପିଏମ୍‌ ଜଣେ ପ୍ରଚାରକ ଥିଲେ ଏବଂ ଆଜି ବି ସେ ଜଣେ ପ୍ରଚାରକ ଭାବେ କାର୍ଯ୍ୟ କରୁଛନ୍ତି’। ମଧ୍ୟପ୍ରଦେଶର ଜବଲପୁରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି କହିଛନ୍ତି ମୋହନ ଭାଗବତ ।

ଆରଏସଏସ୍‌ ମୁଖ୍ୟ କହିଛନ୍ତି, ‘ଯେତେବେଳେ କି ସଂଘର ନାଁ ଆସେ ମୋଦିଜୀଙ୍କ ନାଁ ନିଆଯାଏ । କାରଣ ସେ ହେଉଛନ୍ତି ସଂଘ ସ୍ବୟଂସେବକ ଓ ଜଣେ ପ୍ରଚାରକ ମଧ୍ୟ । ବିଶ୍ବ ହିନ୍ଦୁ ପରିଷଦ (VHP) ମଧ୍ୟ ସ୍ବୟଂସେବକ ମାନଙ୍କ ଦ୍ବାରା ହିଁ ଚାଲୁଛି । କିନ୍ତୁ VHP କେବେ ବି ସିଧାସଳଖ କିମ୍ବା ରିମୋଟ୍‌ କଣ୍ଟ୍ରୋଲ ଭାବେ ସଂଘ ଦ୍ବାରା ପରିଚାଳିତ ହେଉନାହିଁ । ସେମାନେ ସ୍ବାଧ୍ବୀନ ଭାବେ କାମ କରୁଛନ୍ତି । ଆମେ କେବଳ ଉପଦେଶ ଏବଂ ପରାମର୍ଶ ଦେଇଥାଉ । କିନ୍ତୁ କେବେ ବି ସେମାନଙ୍କୁ କଣ୍ଟ୍ରୋଲ କରିନଥାଉ’।

ମୋହନ ଭାଗବତ ଆହୁରି ମଧ୍ୟ କହିଛନ୍ତି, ‘ଭାରତ କେବଳ ଯେ ଭାଷା, ରାଜନୈତିକ କ୍ଷମତା, ବାଣିଜ୍ୟ କିମ୍ବା ଭାବନାକୁ ନେଇ ତିଆରି ହୋଇଛି ତାହା ନୁହେଁ । ଏକତା ଏବଂ ବସୁଦେବ କୁଟୁମ୍ବକମ୍‌ ଦ୍ବାରା ହିଁ ଭାରତ ତିଆରି ହୋଇଛି’। ସେ କହିଛନ୍ତି, ଜଣେ ବ୍ୟକ୍ତି, ଗୋଟିଏ ସଂସ୍ଥା କିମ୍ବା ଗୋଟିଏ ରାଜନୈତିକ ଦଳ ବଡ ପରିବର୍ତ୍ତନ ଆଣିପାରିବେ ନାହିଁ । ହିନ୍ଦୁତ୍ବର ଅର୍ଥ ହେଉଛି ସମସ୍ତଙ୍କୁ ଆଲିଙ୍ଗନ କରି ଚଳିବା ।ଏବଂ ଭାରତର ସମ୍ବିଧାନ ହିନ୍ଦୁତ୍ବର ପ୍ରମୁଖ ଭାବନା’।