ନୂଆଦିଲ୍ଲୀ, ୨୯/୦୩: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)  ଟୁଲ୍‌ ବେଶ ଚର୍ଚ୍ଚାରେ ରହିଛି । ତାହା ହେଉଛି ଜିବ୍‌ଲି । ଏବେ ଏହି ଏଆଇ ଷ୍ଟୁଡିଓ ଜିବ୍‌ଲି ଟ୍ରେଣ୍ଡରେ ସାମିଲ  ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ଟି ବିଭିନ୍ନ ସମୟର ଫଟୋ ଏହି ଏଆଇ ଉପକରଣ  ମାଧ୍ୟମରେ ପ୍ରସ୍ତୁତ କରାଯିବା ପରେ  ତାକୁ ସୋସିଆଲ ମିଡିଆରେ ସେୟାର  କରାଯାଇଛି । 




ସେଥିରେ ମୋଦିଙ୍କୁ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ  ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ  ସହ ଦେଖିବାକୁ ମିଳିଛି । ସେହିଭଳି ଲାଲକିଲ୍ଲାରେ ତ୍ରିରଙ୍ଗା ସହ ମୋଦିଙ୍କ  ଫଟୋ, ସେନା ପୋଷାକର ଫଟୋ,  ସେନଗୋଲ୍‌ ସହ ଏବଂ ରାମଲଲାଙ୍କ ସହ  ଫଟୋ ମଧ୍ୟ ଦେଖିବାକୁ ମିଳିଛି । ଜିବ୍‌ଲି  ହେଉଛି ଓପନ ଏଆଇର ଜିପିଟି ୪ଓ’ର  ଏକ ମଡେଲ । ଏହି ଟୁଲ୍‌ ସହାୟତାରେ  ଯେକୌଣି ବ୍ୟକ୍ତି ନିଜର ଫଟୋକୁ  ଆନିମେଟେଡରେ କନଭର୍ଟ କରିପାରିବେ।