ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ନିଖିଲ କାମାଥଙ୍କ ସହ ପ୍ରଥମ ପୋଡକାଷ୍ଟ ଇଣ୍ଟରଭ୍ୟୁରେ ପ୍ରଧାନମନ୍ତ୍ରୀ , ମୋଦି କହିଲେ - ରାଜନୀତିକୁ ମିଶନ ନେଇ ଆସ , ଆମ୍ୱିସନ ନେଇ ନୁହେଁ

Published By : Prameya | January 9, 2025 10:15 PM

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଜେରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମାଥଙ୍କ ପୋଡକାଷ୍ଟ ଇଣ୍ଟରଭ୍ୟୁରେ ଭାଗ ନେଇଛନ୍ତି। ନିଖିଲ ଗୁରୁବାର ଏହି ଇଣ୍ଟରଭ୍ୟୁର ଟ୍ରେଲର ଜାରି କରିଛନ୍ତି, ଯେଉଁଥିରେ ପିଏମ ମୋଦି ଦୁନିଆରେ ଯୁଦ୍ଧର ସ୍ଥିତି , ରାଜନୀତିରେ ଯୁବବର୍ଗଙ୍କ ଏଣ୍ଟ୍ରି, ପ୍ରଥମ ଓ ଦ୍ୱିତୀୟ ଟର୍ମ ମଧ୍ୟରେ ଥିବା ତଫାତ୍‌ର ଜବାବ ଦେଇଛନ୍ତି। ଇଣ୍ଟରଭ୍ୟୁ ବେଳେ , ପ୍ରଧାନମନ୍ତ୍ରୀ ମୋଦି ଏହା ବି କହିଛନ୍ତି - ଭୁଲତ ହୁଏ, ମୋ ଦ୍ୱାରା ବି ହୋଇଥିବ। ମୁଁ ମଧ୍ୟ ମନୁଷ୍ୟ , କୌଣସି ଦେବତା ନୁହେଁ। ଇଣ୍ଟରଭ୍ୟୁ ବେଳେ ପିଏମ୍‌ ମୋଦି କହିଛନ୍ତି କି, ମୋ ପାଇଁ ପୋଡକାଷ୍ଟ ପ୍ରଥମ ଥର , ଜଣା ନାହିଁ ଆପଣଙ୍କର ଦର୍ଶକଙ୍କୁ ଏହା କେମିତି ଲାଗିବ , କେମିତି ପସନ୍ଦ କରିବେ।  

ଏହି ସମୟରେ ନିଖିଲ ଏହା ମଧ୍ୟ କହିଛନ୍ତି ଯେ, ମୋତେ କ୍ଷମା କରିବେ ଯଦି ମୋର ହିନ୍ଦୀ ଅଧିକ ଭଲ ହୋଇ ନଥିବ। ଏହା ଉପରେ ପିଏମ୍ ମୋଦି ହସି ହସି ଜବାବ ଦେଇଛନ୍ତି କି, ଆମ ଦୁହିଁଙ୍କର ଏମିତି ହିଁ ଚାଲିବ। ନିଖିଲ ପିଏମ ମୋଦିଙ୍କୁ ପଚାରିଛନ୍ତି- ଯଦି ଯୁବବର୍ଗଙ୍କୁ ରାଜନେତା ହେବାର ଅଛି ତ, ଏଥିରେ ତାଙ୍କ ଠାରେ କଣ ଟ୍ୟାଲେଣ୍ଟ ରହିବା ଉଚିତ୍‌। ଏହା ଉପରେ ପିଏମ୍‌ ଜବାବ ଦେଇଛନ୍ତି କି, ରାଜନୀତିରେ ସବୁବେଳେ ଭଲ ଲୋକ ଆସିବା ଉଚିତ। ମିଶନ ନେଇ ଆସ , ଆମ୍ୱିସନ ନେଇ ନୁହେଁ । ଯେବେ ମୁଁ ମୁଖ୍ୟମନ୍ତ୍ରୀ ହେଲି ,ତ ମୋର ଏକ ଭାଷଣ ଥିଲା , ଯେଉଁଥିରେ କହି ଥିଲି - ଭୁଲ ହୁଏ ,ମୋ ସହ ମଧ୍ୟ ହୋଇଥିବ। ମୁଁ ମନୁଷ୍ୟ , କୌଣସି ଦେବତା ନୁହେଁ

ଅନେକ ଦେଶ ମଧ୍ୟରେ ଚାଲୁଥିବା ଯୁଦ୍ଧ ଉପରେ ମଧ୍ୟ ନିଖିଲ ପିଏମ୍‌ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ତାଙ୍କୁ ପଚାରିଛନ୍ତି କି, ଆଜି ପୂରା ଦୁନିଆ ଯୁଦ୍ଧ ଆଡ଼କୁ ଯାତ୍ରା କରୁଛି। ଆମକୁ କଣ ଚିନ୍ତା କରିବା ଉଚିତ୍‌ ? ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି , ଆମେ ଲଗାତାର କହିଛୁ କି ଆମେ ନ୍ୟୁଟ୍ରାଲ ନୁହେଁ , ମୁଁ ଶାନ୍ତିର ପକ୍ଷରେ ଅଛି। ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଓ ଦ୍ୱିତୀୟ ଟର୍ମର ତଫାତ୍‌ ବିଷୟରେ ପ୍ରଶ୍ନ କରାଗଲା ତ ସେ ଜବାବରେ କହିଥିଲେ କି, ପ୍ରଥମ ଟର୍ମରେ ଲୋକେ ମୋତେ ବୁଝିବାକୁ ଚେଷ୍ଟା କରୁଥିଲେ ଏବଂ ମୁଁ ବି ଦିଲ୍ଲୀକୁ ବୁଝିବାକୁ ଚେଷ୍ଟା କରୁ ଥିଲି।

ଉଲ୍ଲେଖନୀୟ ଯେ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଇଣ୍ଟରଭ୍ୟୁ ଦେଉଛନ୍ତି , କିନ୍ତୁ ଏହା ତାଙ୍କର ପ୍ରଥମ ପୋଡକାଷ୍ଟ ଇଣ୍ଟରଭ୍ୟୁ। ଗୋଟିଏ ଦିନ ପୂର୍ବରୁ ହିଁ ନିଖିଲ କାମାଥ ଏହି ଇଣ୍ଟରଭ୍ୟୁର ପୋଡକାଷ୍ଟ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ , ଯେଉଁଥିରେ ସସ୍ପେନ୍ସ ବଢି ଯାଇ ଥିଲା। ହେଲେ ସେ ପିଏମ ମୋଦିଙ୍କ ନାଁ କହି ନଥିଲେ , କିନ୍ତୁ ହସିବାର ଶବ୍ଦରେ ପିଏମ ମୋଦିଙ୍କୁ ଅନେକ ଲୋକ ଚିହ୍ନି ପାରି ଥିଲେ। ଏବେ ଗୁରୁବାର ନିଖିଲ ପୋଡକାଷ୍ଟର ପ୍ରଥମ ଟ୍ରେଲର ଲଞ୍ଚ କରିଛନ୍ତି। ଦୁଇ ମିନିଟ୍ ୧୩ ସେକେଣ୍ଡର ଏହି ପୋଡକାଷ୍ଟ ଇଣ୍ଟରଭ୍ୟୁର ଟ୍ରେଲରରେ ପିଏମ୍‌ ମୋଦିଙ୍କୁ ନିଖିଲ ଅନେକ ପ୍ରଶ୍ନ ପଚାରିଛନ୍ତି। ଖୁବ୍‌ ଶୀଘ୍ର ପୂରା ଇଣ୍ଟରଭ୍ୟୁ ନିଖିଲ କାମାଥଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ଦେଖି ପାରିବା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.